ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ। ଫଳରେ ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। ବଡ଼କଥା ହେଉଛି, ୫୦ ଏକରବିଶିଷ୍ଟ ଚିତଲାପକ୍କମ ହ୍ରଦ ଥିବା ସତ୍ତ୍ୱେ ଲୋକଙ୍କ ପାଇଁ ଜଳ ସମସ୍ୟା ଏକ ଆହ୍ବାନ ହୋଇ ରହିଥିଲା। କାରଣ ହ୍ରଦପାଣି ବ୍ୟବହାରଯୋଗ୍ୟ ନ ଥିଲା। ସ୍ବେରେଜ୍‌ ଜଳ ଓ ବର୍ଜ୍ୟ ମିଶି ହ୍ରଦଜଳକୁ ବ୍ୟବହାର ଅନୁପଯୋଗୀ କରିଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ତାହାକୁ ‘ସ୍ବେରେଜ୍‌ ହ୍ରଦ’ ବୋଲି କହୁଥିଲେ। ସମୟକ୍ରମେ ସ୍ଥାନୀୟ ଲୋକେ ସଚେତନ ହୋଇ ‘ଚିତଲାପକ୍କମ ରାଇଜିଂ’ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ଗଠନ କରି ତା’ ମାଧ୍ୟମରେ ପାଖାପାଖି ୨,୦୦୦ ଲୋକ ଏକାଠି ହୋଇ ଚିତଲାପକ୍କମ ହ୍ରଦ ହ୍ରଦକୁ ସଫାକରି ତାହା ପାଣି ବ୍ୟବହାର କରୁଛନ୍ତି। ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା ନ କରି ୨୦୧୯ରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଲୋକଙ୍କ ଉଦ୍ୟମକୁ ଦେଖି ସରକାର ହ୍ରଦର ପୁନରୁଦ୍ଧାର ପାଇଁ ୨୫ କୋଟି ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଇଥିଲେ। ଫଳରେ ୭ ବର୍ଷ ପରେ ଏହି ହ୍ରଦ ତାହାର ପୁରୁଣା ସ୍ଥିତିକୁ ଫେରିଆସିଛି। ସ୍ବେରେଜ୍‌ ପାଣି ହ୍ରଦକୁ ଛଡ଼ାଯାଉନାହିଁ। ପୁନରୁଦ୍ଧାର ପରେ ହ୍ରଦର ଜଳଧାରଣ କ୍ଷମତା ବୃଦ୍ଧି ପାଇଛି। ଫଳରେ ଭୂତଳ ଜଳସ୍ତର ବୃଦ୍ଧି ଘଟିଛି ଓ ନଳକୂପରୁ ଏବେ ପାଣି ବାହାରୁଛି।

Dharitri – Odisha’s No.1 Odia Daily

Share