ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ

କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ୧୪ ଚକିଆ ଟ୍ରକ୍‌ ନଂ.(ଏନ୍‌ଏଲ୦୨ଏଲ୮୭୬୧) କୁଆଝରଣ ଘାଟି ରସ୍ତାରେ ଯାଉଥିବା ଅନ୍ୟ ଏକ ୧୪ ଚକିଆ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗାଡ଼ିର ଇଞ୍ଜିନ ଚକା ଭିତରେ ପସିଯାଇଥିବା ବେଳେ ଧକ୍କା ଦେଇଥିବା ଡ୍ରାଇଭର ଜଣକ ଇଞ୍ଜିନ ମଧ୍ୟରେ ଫସି ରହିଥିଲେ । ଖବରପାଇ  ହରିଚନ୍ଦନପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ କଟର ସାହାର୍ଯ୍ୟର ଗାଡି ଇଞ୍ଜିନ କାଟିବା ପରେ ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ତେବେ ଏନେଇ କେତେ ଗୁଡ଼ିଏ ଗାଡ଼ି ସେହି ସ୍ଥାନରେ ଜାମ ହୋଇ ରହିଥିବାରୁ ଅନ୍ୟ ଏକ ଆଇରନ ବୋଝେଇ ୧୪ ଚକିଆ ଟ୍ରକ୍‌ (ନଂ. ଓଆର୦୯ପି-୪୯୭୨) ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଯାଇଛି।