ପ୍ରଥମ ଦେଖାରେ ଶର୍ଟ‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ଆଉ ତା’ ପରେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍‌‌ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ କଟ୍ରିନାଙ୍କୁ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି ସଲମାନ୍‌।

ପରଦାରେ ସଲମାନ-କଟ୍ରିନା ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଯୁବରାଜ, ମେନେ ପ୍ୟାର କ୍ୟୁ କିଆ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଏବଂ ଭାରତ ଭଳି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଶହେରୁ ଶହେ ମାର୍କ ଦେଇଥିଲେ। ସ୍କ୍ରିନ୍‌ରେ ରୋମାଣ୍ଟିକ ଭାବେ ଉଭୟେ ଉଭୟଙ୍କୁ ଭେଟୁଥିବା ଦେଖିବାକୁ ମିଳୁଥିବା ବେଳେ ବାସ୍ତବରେ ସେମାନଙ୍କ ଭେଟ ସିନେମା କାହାଣୀଠାରୁ କମ୍‌ ନୁହେଁ।

କଟ୍ରିନା ସଲମାନଙ୍କୁ ଭେଟିବା ପଛରେ କାରଣଟି ହେଲେ ଭଉଣୀ ଅଲବୀରା। କଟ୍ରିନା ଅଲବୀରାଙ୍କ ଭଲ ବନ୍ଧୁ। ସଲମାନଙ୍କ ଜନ୍ମଦିନ ପାର୍ଟିରେ କଟ୍ରିନା ନିମନ୍ତ୍ରିତ ଅତିଥି ଥିଲେ। ହେଲେ ସଲମାନ ତାହା ଜାଣି ନ ଥିଲେ। କଟ୍ରିନା ଘରେ ପହଞ୍ଚିବା ପରେ ସଲମାନ ଗାଧୋଉଥିଲେ। ସେ ଅପେକ୍ଷା କରିଥିବା ବେଳେ ବାଥରୁମ୍‌ରୁ ଶର୍ଟ‌ଲେସ୍‌ ‌ ଅବସ୍ଥାରେ ବାହାରୁଥିବା ଦେଖି ହସ ରୋକିପାରି ନ ଥିଲେ। ଅପରପକ୍ଷେ କଟ୍ରିନାଙ୍କୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସଲମାନ। କାରଣ ସେ ବେଶ୍‌ ସୁନ୍ଦର ଲାଗୁଥିଲେ। ଏହାପରେ କଟ୍ରିନାଙ୍କୁ ଫିଲ୍ମ ଦୁନିଆକୁ ଆଣିବା ନିଶ୍ଚିତ କରିଥିଲେ। ଶେଷରେ ତାହା ହିଁ ହୋଇଥିଲା। ଉଭୟ ଏକାଧିକ ଫିଲ୍ମରେ କାମ କରିଥିବା ବେଳେ ଆଗାମୀ ଦିନରେ ଅନେକ ଫିଲ୍ମ ଆସିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri