ଶାଶୁଙ୍କ ପାଇଁ ଶ୍ରୀଦେବୀଙ୍କ ନିକଟତର ହୋଇଥିଲେ ବୋନି କପୁର

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧୧, ୧୯୫୫ରେ ଉତ୍ତରପ୍ରଦେଶର ମିରୁଟରେ ଜନ୍ମଗ୍ରହଣ କରିଥିଲେ। ବୋନି କପୁର ମିଷ୍ଟର ଇଣ୍ଡିଆ, ଜୁଦାଇ ଏବଂ ନୋ ଏଣ୍ଟ୍ରି ପରି ସୁପରହିଟ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୮୭ରେ, ବୋନି କପୁର ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିଲେ ଏବଂ ଏହା ତାଙ୍କର ସ୍ବପ୍ନର ପ୍ରୋଜେକ୍ଟ ଥିଲା। ଏହି ଚଳଚ୍ଚିତ୍ରରୁ ତାଙ୍କର ବହୁତ ଆଶା ଥିଲା ଏବଂ ସେ ମଧ୍ୟ ଏଥିରେ ସଫଳତା ପାଇଥିଲେ। ଫିଲ୍ମ କେବଳ ବକ୍ସ ଅଫିସରେ ହିଟ୍‌ ହେଲା ନାହିଁ, ବୋନି କପୁର ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତାଲିକାରେ ତାଙ୍କ ନାଁ ଯୋଡାଗଲା।

ଏହି ଚଳଚ୍ଚିତ୍ରରେ ସେ ସମୟରେ ପ୍ରମୁଖ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମୁଖ୍ୟ ଚରିତ୍ରରେ ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ଚେନ୍ନାଇରେ ଥିବା ଶ୍ରୀଦେବୀଙ୍କ ଘରକୁ ଭେଟିବାକୁ ଯାଇଥିଲେ। କିନ୍ତୁ ସେ ଶ୍ରୀଦେବୀଙ୍କୁ ଭେଟି ପାରି ନ ଥିଲେ, ତାଙ୍କୁ ୭ ଦିନ ପରେ ସମୟ ଦିଆଯାଇଥିଲା। ବୋନି କପୁର ବୁଝିପାରିଲେ ଯେ ତାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ସେ ହାର୍‌ ମାନି ନ ଥିଲେ। ସେ ଚେନ୍ନାଇର ଏକ ହୋଟେଲରେ ୭ ଦିନ ରହିଲେ ଏବଂ ପ୍ରତିଦିନ ଶ୍ରୀଦେବୀଙ୍କ ଘରକୁ ଯିବା ଆରମ୍ଭ କଲେ। ଶେଷରେ ଶ୍ରୀଦେବୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଶ୍ରୀଦେବୀ ମିଷ୍ଟର ଇଣ୍ଡିଆ କରିବାକୁ ରାଜି ହୋଇଥିଲେ। ମିଷ୍ଟର ଇଣ୍ଡିଆ ସୁପରହିଟ ହେବାପରେ ଶ୍ରୀଦେବୀ ବୋନି କପୁରଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲେ। ତା’ପରେ ସେ ଶ୍ରୀଦେବୀଙ୍କ ସହ ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କଲେ, ଯାହାର ନାମ ରୂପ କି ରାନୀ ଚୋରୋଂ କା ରାଜା, କିନ୍ତୁ ଏହି ଚଳଚ୍ଚିତ୍ର ସଫଳତା ହାସଲ କରିପାରିଲା ନାହିଁ। ଏହାପରେ ଉଭୟ ଭଲ ପନ୍ଧୁ ହୋଇଯାଇଥିଲେ। ଏହି ସମୟରେ ଶ୍ରୀଦେବୀଙ୍କ ମା ରାଜେଶ୍ୱରୀଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା, ତାଙ୍କୁ ଚିକିତ୍ସା ପାଇଁ ଆମେରିକା ନିଆଯାଇଥିଲା। ଏଭଳି ପରିସ୍ଥିତିରେ ଶ୍ରୀଦେବୀଙ୍କୁ ସହାୟତା କରିଥିଲେ ବୋନି କପୁର। ଶ୍ରୀଦେବୀଙ୍କ ପରିବାର ବନ୍ଧୁ ପରି ସର୍ବଦା ଛିଡା ହୋଇଥିଲେ। ଏହି କାରଣରୁ ଶ୍ରୀଦେବୀ ବୋନିଙ୍କୁ ମନ ଦେଇ ବସିଥିଲେ। ପରେ ବୋନି ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଶ୍ରୀଦେବୀ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri