ଏମିତି ଗାଁ, ଯେଉଁଠି ରାଖୀ ବାନ୍ଧିବା ଅଶୁଭ

ଲକ୍ଷ୍ନୌ: ରକ୍ଷାବନ୍ଧନ ପର୍ବକୁ ନେଇ ସାରା ଦେଶରେ ଉତ୍ସାହ ଭରି ରହିଥିବା ବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ଏହି ପର୍ବ ପାଳନକୁ ଅଶୁଭ ବୋଲି ଧରାଯାଏ। ଏଭଳି ଏକ ଗାଁ ହେଉଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲାର ଜଗତପୁରବା। ଏହି ଗାଁରେ ଭଉଣୀମାନେ କେବେହେଲେ ସେମାନଙ୍କ ଭାଇ ହାତରେ ରାଖୀ ବାନ୍ଧନ୍ତି ନାହିଁ। ଗାଁ ଲୋକଙ୍କର ବିଶ୍ୱାସ ରହିଛି କି ରାଖୀ ବାନ୍ଧିଲେ ଘରେ ଅଶୁଭ ଘଟଣା ଘଟିବ।
ଗାଁରେ ପୂର୍ବଜମାନେ ଏହି ଉତ୍ସବ ପାଳନ କରିବା ପାଇଁ କଟକଣା ଆରମ୍ଭ କରିଥିଲେ। କୁହାଯାଏ ବହୁ ବର୍ଷ ପୂର୍ବେ ଥରେ ରକ୍ଷାବନ୍ଧନ ଦିନ ଏହି ଗାଁରେ ଜଣେ ଯୁବକଙ୍କର ହଠାତ୍‌ ମୃତ୍ୟୁ ହୋଇଯାଇଥିଲା। ସଂଯୋଗବଶତଃ ସେଦିନ ରାଖୀପୂର୍ଣ୍ଣିମା ଥିଲା ଓ ଯୁବକଜଣକ ମଧ୍ୟ ରାଖୀ ବାନ୍ଧିଥିଲେ। ତେଣୁ ଏଭଳି ଦୁର୍ଘଟଣା ଘଟିବା ପରେ ଲୋକେ ରାଖୀପୂର୍ଣ୍ଣିମା ଦିନଟିକୁ ଅଶୁଭ ବୋଲି ଧରି ନେଇଥିଲେ। ସେହିଦିନ ଠାରୁ ଗାଁରେ ରାଖୀପୂର୍ଣ୍ଣିମା ଉତ୍ସବ ପାଳନ କରାଯାଏ ନାହିଁ। ବହୁ ବର୍ଷର ଏହି ବିଶ୍ୱାସ ପିଢ଼ି ପରେ ପିଢ଼ି ଶୁଣିବା ଫଳରେ ରାଖୀ ବାନ୍ଧିବାକୁ ଭୟ କରୁଛନ୍ତି। ଏମିତି କି ଏହି ଗାଁର ଯୁବତୀମାନେ ଅନ୍ୟ ଗାଁକୁ ବିବାହ କରିଯିବା ପରେ ବି ସେଠାରେ ଅନ୍ୟ କାହା ହାତରେ ରାଖୀ ବାନ୍ଧିବା ପାଇଁ ପସନ୍ଦ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri