Posted inଖେଳ

ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଇତିମଧ୍ୟରେ ସମାପ୍ତ ହୋଇଛି। ଏବେ ସେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ୨୦୧୩ରେ ହୋଇଥିବା ଏହି ସ୍ପଟ୍‌ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ କିଛିଦିନ ପାଇଁ ଜେଲ୍‌ ଯିବାକୁ ପଡ଼ିଥିଲା। ଯେଉଁ ସମୟରେ ତାଙ୍କ ସ୍ତ୍ରୀ ଭୁବନେଶ୍ୱରୀ କୁମାରୀ ତାଙ୍କୁ ବହୁତ ସହାୟତା କରିଥିଲେ।


ଡିସେମ୍ବରରେ ଭୁବନେଶ୍ୱରୀଙ୍କୁ ବିବାହ କରିଥିବା ଶ୍ରୀସନ୍ଥଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା ଥିଲା। ଶ୍ରୀସନ୍ଥ ଯେଉଁ ସମୟରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ ସେହି ସମୟରେ ଭୁବନେଶ୍ୱରୀ ସ୍କୁଲରେ ପଢ଼ୁଥିଲେ। ଉଭୟ ପରସ୍ପରକୁ ସେହି ସ୍କୁଲରେ ହିଁ ପ୍ରଥମଥର ଦେଖିଥିଲେ, ଯେଉଁଠିକୁ ଶ୍ରୀସନ୍ଥ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବା ଲାଗି ଯାଇଥିଲେ। ଏହି ସାକ୍ଷାତ୍‌କାରକୁ ମନେ ପକାଇ ଭୁବନେଶ୍ୱରୀ କହିଛନ୍ତି, ‘ଯେତେବେଳେ ଶ୍ରୀସନ୍ଥ ମ୍ୟାଚ୍‌ ଖେଳିବାକୁ ଆସିଥିଲେ ସେତେବେଳେ ସ୍କୁଲର ସମସ୍ତ ଝିଅ ତାଙ୍କ ପାଇଁ ପାଗଳ ହୋଇଯାଇଥିଲେ। ତାଙ୍କୁ ଭେଟିବା ଲାଗି ସମସ୍ତେ ଉତ୍ସାହିତ ଥିଲେ। କିନ୍ତୁ ମୋତେ ଏସବୁ ଠିକ୍‌ ଲାଗୁ ନ ଥିଲା। ଏହା ପରଦିନ ଶ୍ରୀସନ୍ଥଙ୍କ ନଜର ମୋ ଉପରେ ପଡ଼ିଥିଲା ଏବଂ ସେ ମୋତେ ଦେଖା କରିବାକୁ ଚାହୁଁଥିଲେ। ପ୍ରଥମ ସାକ୍ଷାତ୍‌କାର ପରେ ଆମେ ଉଭୟ ଏକ ଡିନର୍‌ରେ ଏକାଠି ହୋଇଥିଲୁ। ଏହି ସମୟରେ ଶ୍ରୀସନ୍ଥ ମୋତେ ଫୋନ ନମ୍ବର ମାଗିଥିଲେ। କିନ୍ତୁ ମୁଁ ମନା କରିଦେଇଥିଲି। ତେବେ ସେ ଏକ ଟିସୁ ପେପର ଉପରେ ନିଜ ନମ୍ବର ଲେଖି କହିଥିଲେ, ଯେତେବେଳେ ମ୍ୟାଚ୍‌ରେ ଭଲ ଖେଳିବି ସେତେବେଳେ ଫୋନ କରି ବଧାଇ ଜଣାଇବାକୁ କହିଥିଲେ’ ବୋଲି ରାଜସ୍ଥାନ ଦିଓ୍ବାନପୁର ରାଜପରିବାରର ରାଜକୁମାରୀ ଭୁବନେଶ୍ୱରୀ କହିଛନ୍ତି। ଏହାପରେ ଶ୍ରୀସନ୍ଥ ଓ ତାଙ୍କ ମଧ୍ୟରେ ଧିରେ ଧିରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା। ଯାହାକି ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ୨୦୦୯ରେ ଭୁବନେଶ୍ୱରୀଙ୍କୁ ଶ୍ରୀସନ୍ଥ କହିଥିଲେ, ଯଦି ୨୦୧୧ ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୁଏ ତେବେ ସେ ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଯିବେ। ସତକୁ ସତ ଭାରତ ୨୦୧୧ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିଲା ଏବଂ ଶ୍ରୀସନ୍ଥ ମଧ୍ୟ ତାଙ୍କ କଥା ରକ୍ଷା କରି ଭୁବନେଶ୍ୱରୀଙ୍କ ଘରକୁ ଯାଇଥିଲେ। ଶେଷରେ ୨୦୧୩ ଡିସେମ୍ବର ୧୨ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri