Posted inଜାତୀୟ

ଉଡ଼ାଣ ଆରମ୍ଭ ପୂର୍ବରୁ ଘଟିଲା ଏମିତି, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୨୩ା୮: ବିମାନ ଉଡ଼ାଣ ପୂର୍ବରୁ ହଠାତ୍‌ ଦିଲ୍ଲୀରୁ ଅମୃତସର ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍‌ ଅଟକାଇ ଦେଇଥିଲେ। ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡ଼ିଲା ତାହା ଏୟାରଲାଇନ୍ସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।

ଏହି ଏୟାର ଇଣ୍ଡିଆ ବିମାନଟି ରନ୍‌ଓ୍ବେରେ ଉଡ଼ାଣ କରିବାକୁ ଯାଉଥିଲା ଏବଂ ହଠାତ୍‌ ପାଇଲଟ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ କହିଲେ, ‘ଆଜି ଆମର ଜୀବନ ରକ୍ଷା ହୋଇଛି।’

ଗତ କିଛିଦିନ ଧରି ଏୟାର ଇଣ୍ଡିଆ ବିମାନରେ ସମସ୍ୟା ଦେଖାଯାଉଛି। ଶୁକ୍ରବାର ମୁମ୍ବାଇରୁ ଯୋଧପୁର ଯାଉଥିବା ଏୟାର ଇଣ୍ଡିଆ ବିମାନ AI 645 ଉଡ଼ାଣ ପୂର୍ବରୁ ବନ୍ଦ କରିବାକୁ ପଡ଼ିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।

ସେହିପରି ଗୁରୁବାର ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁମ୍ବାଇରୁ ଥିରୁଭାନନ୍ତପୁରମ୍‌ ଯାଉଥିବା ଏକ ଘରୋଇ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିଲା ଏବଂ ଆତଙ୍କ ଖେଳିଯାଇଥିଲା। ଘଟଣା ପରେ ବିମାନବନ୍ଦରରେ ତୁରନ୍ତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଥିଲା। ଧମକ ପରେ ବିମାନଟି ସକାଳ ପ୍ରାୟ ୮ଟାରେ ଥିରୁଭାନନ୍ତପୁରମ୍‌ ବିମାନବନ୍ଦରରେ ଅବତରଣ କରିଥିଲା, ତା’ପରେ ବିମାନଟିକୁ ତୁରନ୍ତ ଆଇସୋଲେଶନ େଓ’୍ବରେ ନିଆଯାଇଥିଲା। ଏହା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ବୋମା ଧମକ ଯୋଗୁ ବିମାନ ଭିତରେ ବସିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଅଗଷ୍ଟ ୧୭ରେ କୋଚିରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ AI504ରେ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ପରେ ଉଡ଼ାଣ ବିଳମ୍ବ ହୋଇଥିଲା। କକ୍‌ପିଟ୍‌ କ୍ରୁ ମାନକ କାର୍ଯ୍ୟ ପ୍ରକ୍ରିୟା ଫଲୋ କରି ବିମାନକୁ ପୁଣି ଉଡ଼ାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri