Posted inଜାତୀୟ

ଉଡ଼ାଣ ଆରମ୍ଭ ପୂର୍ବରୁ ଘଟିଲା ଏମିତି, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୨୩ା୮: ବିମାନ ଉଡ଼ାଣ ପୂର୍ବରୁ ହଠାତ୍‌ ଦିଲ୍ଲୀରୁ ଅମୃତସର ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍‌ ଅଟକାଇ ଦେଇଥିଲେ। ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡ଼ିଲା ତାହା ଏୟାରଲାଇନ୍ସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।

ଏହି ଏୟାର ଇଣ୍ଡିଆ ବିମାନଟି ରନ୍‌ଓ୍ବେରେ ଉଡ଼ାଣ କରିବାକୁ ଯାଉଥିଲା ଏବଂ ହଠାତ୍‌ ପାଇଲଟ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ କହିଲେ, ‘ଆଜି ଆମର ଜୀବନ ରକ୍ଷା ହୋଇଛି।’

ଗତ କିଛିଦିନ ଧରି ଏୟାର ଇଣ୍ଡିଆ ବିମାନରେ ସମସ୍ୟା ଦେଖାଯାଉଛି। ଶୁକ୍ରବାର ମୁମ୍ବାଇରୁ ଯୋଧପୁର ଯାଉଥିବା ଏୟାର ଇଣ୍ଡିଆ ବିମାନ AI 645 ଉଡ଼ାଣ ପୂର୍ବରୁ ବନ୍ଦ କରିବାକୁ ପଡ଼ିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।

ସେହିପରି ଗୁରୁବାର ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁମ୍ବାଇରୁ ଥିରୁଭାନନ୍ତପୁରମ୍‌ ଯାଉଥିବା ଏକ ଘରୋଇ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିଲା ଏବଂ ଆତଙ୍କ ଖେଳିଯାଇଥିଲା। ଘଟଣା ପରେ ବିମାନବନ୍ଦରରେ ତୁରନ୍ତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଥିଲା। ଧମକ ପରେ ବିମାନଟି ସକାଳ ପ୍ରାୟ ୮ଟାରେ ଥିରୁଭାନନ୍ତପୁରମ୍‌ ବିମାନବନ୍ଦରରେ ଅବତରଣ କରିଥିଲା, ତା’ପରେ ବିମାନଟିକୁ ତୁରନ୍ତ ଆଇସୋଲେଶନ େଓ’୍ବରେ ନିଆଯାଇଥିଲା। ଏହା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ବୋମା ଧମକ ଯୋଗୁ ବିମାନ ଭିତରେ ବସିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଅଗଷ୍ଟ ୧୭ରେ କୋଚିରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ AI504ରେ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ପରେ ଉଡ଼ାଣ ବିଳମ୍ବ ହୋଇଥିଲା। କକ୍‌ପିଟ୍‌ କ୍ରୁ ମାନକ କାର୍ଯ୍ୟ ପ୍ରକ୍ରିୟା ଫଲୋ କରି ବିମାନକୁ ପୁଣି ଉଡ଼ାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମସଭାରେ ଗର୍ଜିଲେ ଜନତା: ପିଇଓ ଅନୁପସ୍ଥିତ, ବିକାଶ ନାଁରେ ପ୍ରହସନକୁ ନେଇ ସରପଞ୍ଚ ଓ ADEOଙ୍କୁ…

ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ…

ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି, ଖାତିର କଲେନି ରାହୁଲ ଗାନ୍ଧୀ; ତୀବ୍ର ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୬।୧: ଦୁଇ ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ କର୍ଣ୍ଣପାତ କଲେନି ରାହୁଲ ଗାନ୍ଧୀ। ଆଗରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର…

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri