ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଖେଳିଛନ୍ତି।
ସେ ପ୍ରଥମ ଗୋଲକିପର ଭାବେ ଏହି ଉପଲବ୍ଧି ପାଇଛନ୍ତି। ଚେକ୍ ରିପବ୍ଲିକ ବିପକ୍ଷରେ ମେକ୍ସିକୋ ସିଟିଠାରେ ଖେଳାଯାଇଥିବା ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ମେକ୍ସିକୋ ଗୋଲକିପର ଏହି ମାଇଲଷ୍ଟୋନରେ ପହଞ୍ଚିଛନ୍ତି। ମ୍ୟାଚ୍ରେ ସେ ୭୩ତମ ମିନିଟ୍ରେ ଆଜଟେକା ଷ୍ଟାଡିୟମରେ ଉପସ୍ଥିତ ୮୫ ହଜାର ଦର୍ଶକଙ୍କ ‘ମେମୋ..ମେମୋ’ ନାରା ମଧ୍ୟରେ ପଡ଼ିଆକୁ ଆସିଥିଲେ। ଏହି ମହାନ୍ ଗୋଲକିପର ୨୦୦୬, ୨୦୧୦, ୨୦୧୪, ୨୦୧୮, ୨୦୨୨ ଓ ୨୦୨୬ରେ ମେକ୍ସିକୋ ବିଶ୍ୱକପ୍ ଦଳର ସଦସ୍ୟ ଥିଲେ। ଯଦି ଓ ସେ ୨୦୦୬ ଓ ୨୦୧୦ ସଂସ୍କରଣରେ ଆଦୌ ଖେଳି ନ ଥିଲେ, ମାତ୍ର ପରେ ସେ ମେକ୍ସିକୋର ମହାନ୍ ଗୋଲକିପର ସାବ୍ୟସ୍ତ ହୋଇଥିଲେ।