Posted inଖେଳ

ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ମୁଖ୍ୟ କୋଚ ଦାୟିତ୍ୱ ମଧ୍ୟ ପରିଚାଳନା କରୁଥିଲେ।
୨୦୧୮ ଠାରୁ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ସହିତ ଜଡିତ ଥିଲେ। ସେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ପାକିସ୍ତାନ ଦଳର ସହକାରୀ କୋଚ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ୨୦୨୦ ରେ ତାଙ୍କୁ ହାଇ ପରଫରମାନ୍ସ କୋଚିଂର ମୁଖ୍ୟ କରାଯାଇଥିଲା। ଗତ ବର୍ଷ ସେ ସାକ୍ଲେନ ମୁସ୍ତାକଙ୍କ ସ୍ଥାନରେ ପାକିସ୍ତାନ ଦଳର କୋଚ ହୋଇଥିଲେ। ସେ ମୁଖ୍ୟ କୋଚ ଭାବରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଥିଲେ। ସେ ଏକ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନୀ ଦଳ ସହିତ ଭାରତ ଆସିଥିଲେ। ସେ ପାକିସ୍ତାନୀ ଦଳର ତତ୍କାଳୀନ ନିର୍ଦ୍ଦେଶକ ମିଲି ଆର୍ଥରଙ୍କ ସହ କାମ କରିଥିଲେ।
୨୦୨୩ ବିଶ୍ୱକପରୁ ପାକିସ୍ତାନର ପ୍ରାରମ୍ଭରୁ ବାହାରିବା ପରେ କୋଚିଂ ପଦବୀରେ ପୁନଃପରିବର୍ତ୍ତନ ହୋଇଥିଲା। କିନ୍ତୁ ଉଭୟ ବ୍ରାଡବର୍ନ ଏବଂ ଆର୍ଥରଙ୍କୁ ଏହି ପଦବୀରୁ ଆନୁଷ୍ଠାନିକ ଭାବେ ହଟାଯାଇ ନଥିଲା। ତେବେ ଉଭୟେ ପାକିସ୍ତାନୀ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିନାହାଁନ୍ତି। ଏଠାରେ ମହମ୍ମଦ ହାଫିଜ ଦଳର ନିର୍ଦ୍ଦେଶକ ଥିଲେ। ଏହାପରେ ମଧ୍ୟ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ବିବାଦ ଥମିବାର ନାଁ ଧରୁନି।
ଗ୍ରାଣ୍ଟ ବ୍ରାଡବର୍ନ ବର୍ତ୍ତମାନ ଗ୍ଲାମରଗାନରେ ଯୋଗ ଦେଇଛନ୍ତି। ସେ ଗ୍ଲାମରଗାନର ମୁଖ୍ୟ କୋଚ ଭାବରେ ତିନି ବର୍ଷିଆ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଆସନ୍ତା ମାସରୁ ସେ କାର୍ଯ୍ୟରେ ଯୋଗଦେବେ। ସେ ପ୍ରତ୍ୟେକ ଫର୍ମାଟରେ ଏହି ୱେଲ୍ସ କାଉଣ୍ଟି ପାଇଁ ମୁଖ୍ୟ କୋଚ ହେବେ। ବ୍ରାଡବର୍ନ ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri