ଏକାଥରକେ ୭ଟି ଓସ୍କାର ଆୱାର୍ଡ ହାତେଇ ଇତିହାସ ରଚିଲା ଏହି ଫିଲ୍ମ

ମୁମ୍ବାଇ: ୯୫ ତମ ଓସ୍କାର ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ତେବେ ଏହି ଓସ୍କାର ଆୱାର୍ଡରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍‌ ଅଲ ଆଟ ୱାନ୍ସ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି। ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଓ ସର୍ବଶ୍ରେଷ୍ଠ ସହାୟକ ଅଭିନେତା କ୍ୟାଟେଗୋରୀରେ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍‌  ଅଲ ଆଟ ୱାନ୍ସ ପୁରସ୍କୃତ ହୋଇ ରେକର୍ଡ କରିଛି।

ଅନ୍ୟପଟେ ଭାରତ ଦୁଇ ଦୁଇଟି ଓସ୍କାର ପୁରସ୍କାର ହାତେଇଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି।

Share