Posted inଖେଳ

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: କୋହଲିଙ୍କ ପରେ…

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅଧିନାୟକ ଭାବରେ ପ୍ରମାଣ କରିବାକୁ ବହୁତ କମ ସମୟ ବାକି ଅଛି। ଯଦି ବିରାଟ କୋହଲି ଭାରତକୁ ୨୦୨୧ ଟି -୨୦ ବିଶ୍ୱକପ, ୨୦୨୨ ଟି -୨୦ ବିଶ୍ୱକପ ଏବଂ ୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟରୁ କୌଣସି ଟୁର୍ନାମେଣ୍ଟର ଟ୍ରଫି ପାଇବାରେ ସକ୍ଷମ ନ ହୁଅନ୍ତି, ତେବେ ତାଙ୍କୁ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇପାରେ। ୨୦୨୩ ଦିନିକିଆ ବିଶ୍ୱକପ ପରେ ବିରାଟ କୋହଲିଙ୍କ ବୟସ ୩୪-୩୫ ବର୍ଷ ହୋଇଥିବ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ନୂଆ ଅଧିନାୟକ ଖୋଜିବେ। ଏପରି ଜଣେ ଖେଳାଳି ଅଛନ୍ତି ଯିଏ, ବିରାଟ କୋହଲିଙ୍କ ବଦଳରେ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ହୋଇପାରିବେ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁସନରଙ୍କ ଅନୁଯାୟୀ ରିଷଭ ପନ୍ତ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଏକ ସାକ୍ଷାତକାରରେ ସେ କହିଛନ୍ତି, ରୋହିତ ଶର୍ମା କିଛି ସମୟ ପାଇଁ ଭାରତୀୟ ଟି -୨୦ ଦଳର ଦାୟିତ୍ୱ ନେବା ଉଚିତ୍‌, କିନ୍ତୁ ଏହି ସମୟ ମଧ୍ୟରେ ରିଷଭ ପନ୍ତ ଅଧିନାୟକତ୍ୱ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ମୁଁ ଦିନେ ରିଷଭ ପନ୍ତଙ୍କ ଅଧିନାୟକରେ ଭାରତୀୟ ଦଳକୁ ଦେଖିବାକୁ ଚାହୁଁଛି। ସେ ଏବେ ଯୁବକ। ତାଙ୍କଠାରୁ ଅନେକ କ୍ରିକେଟ୍‌ ବାକି ଅଛି। ମୁଁ ଭାବୁଛି ଯଦି ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବରେ ପନ୍ତ ହିଁ ଉପଯୁକ୍ତ। କାରଣ ରୋହିତ ଶର୍ମା ମଧ୍ୟ ଆଉ ବେଶୀ ଦିନ ଅଧିନାୟକ ଦାୟିତ୍ୱ ସମ୍ଭାଳିପାରିବେ ନାହିଁ। ତାଙ୍କ ହାତରେ ବୟସ ବେଶୀ ନାହିଁ। ତେଣୁ ରିଷଭଙ୍କୁ ଏବେଠାରୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
କାନ୍ଧରେ ଆଘାତ ହେତୁ ଶ୍ରେୟସ ଆୟର୍‌ ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରୁ ବାଦ ପଡିଥିଲେ। ଏହାପରେ ରିଷଭଙ୍କ ଅଧିନାୟିକତ୍ୱରେ ଚମତ୍କାର ପ୍ରଦର୍ଶନ କରି ଦିଲ୍ଲୀକୁ ପଏଣ୍ଟ ଟେବୁଲର ଶୀର୍ଷକୁ ନେଇଥିଲେ। ଏହା ପରେ ରିଷଭଙ୍କୁ ସମଗ୍ର ସିଜିନ୍‌ ପାଇଁ ଅଧିନାୟକ କରାଯାଇଥିଲା। ରିଷଭଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଅଫରେ ଶୀର୍ଷରେ ଥିବାବେଳେ ପ୍ଲେ ଅଫରେ ପହଞ୍ଚିଥିଲା। ତେବେ ସିଏସକେ ହାତରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସେ ପରାସ୍ତ ହୋଇଥିଲେ। ଏବେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ କେକେଆରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri