Posted inଖେଳ

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: କୋହଲିଙ୍କ ପରେ…

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅଧିନାୟକ ଭାବରେ ପ୍ରମାଣ କରିବାକୁ ବହୁତ କମ ସମୟ ବାକି ଅଛି। ଯଦି ବିରାଟ କୋହଲି ଭାରତକୁ ୨୦୨୧ ଟି -୨୦ ବିଶ୍ୱକପ, ୨୦୨୨ ଟି -୨୦ ବିଶ୍ୱକପ ଏବଂ ୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟରୁ କୌଣସି ଟୁର୍ନାମେଣ୍ଟର ଟ୍ରଫି ପାଇବାରେ ସକ୍ଷମ ନ ହୁଅନ୍ତି, ତେବେ ତାଙ୍କୁ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇପାରେ। ୨୦୨୩ ଦିନିକିଆ ବିଶ୍ୱକପ ପରେ ବିରାଟ କୋହଲିଙ୍କ ବୟସ ୩୪-୩୫ ବର୍ଷ ହୋଇଥିବ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ନୂଆ ଅଧିନାୟକ ଖୋଜିବେ। ଏପରି ଜଣେ ଖେଳାଳି ଅଛନ୍ତି ଯିଏ, ବିରାଟ କୋହଲିଙ୍କ ବଦଳରେ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ହୋଇପାରିବେ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁସନରଙ୍କ ଅନୁଯାୟୀ ରିଷଭ ପନ୍ତ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଏକ ସାକ୍ଷାତକାରରେ ସେ କହିଛନ୍ତି, ରୋହିତ ଶର୍ମା କିଛି ସମୟ ପାଇଁ ଭାରତୀୟ ଟି -୨୦ ଦଳର ଦାୟିତ୍ୱ ନେବା ଉଚିତ୍‌, କିନ୍ତୁ ଏହି ସମୟ ମଧ୍ୟରେ ରିଷଭ ପନ୍ତ ଅଧିନାୟକତ୍ୱ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ମୁଁ ଦିନେ ରିଷଭ ପନ୍ତଙ୍କ ଅଧିନାୟକରେ ଭାରତୀୟ ଦଳକୁ ଦେଖିବାକୁ ଚାହୁଁଛି। ସେ ଏବେ ଯୁବକ। ତାଙ୍କଠାରୁ ଅନେକ କ୍ରିକେଟ୍‌ ବାକି ଅଛି। ମୁଁ ଭାବୁଛି ଯଦି ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବରେ ପନ୍ତ ହିଁ ଉପଯୁକ୍ତ। କାରଣ ରୋହିତ ଶର୍ମା ମଧ୍ୟ ଆଉ ବେଶୀ ଦିନ ଅଧିନାୟକ ଦାୟିତ୍ୱ ସମ୍ଭାଳିପାରିବେ ନାହିଁ। ତାଙ୍କ ହାତରେ ବୟସ ବେଶୀ ନାହିଁ। ତେଣୁ ରିଷଭଙ୍କୁ ଏବେଠାରୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
କାନ୍ଧରେ ଆଘାତ ହେତୁ ଶ୍ରେୟସ ଆୟର୍‌ ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରୁ ବାଦ ପଡିଥିଲେ। ଏହାପରେ ରିଷଭଙ୍କ ଅଧିନାୟିକତ୍ୱରେ ଚମତ୍କାର ପ୍ରଦର୍ଶନ କରି ଦିଲ୍ଲୀକୁ ପଏଣ୍ଟ ଟେବୁଲର ଶୀର୍ଷକୁ ନେଇଥିଲେ। ଏହା ପରେ ରିଷଭଙ୍କୁ ସମଗ୍ର ସିଜିନ୍‌ ପାଇଁ ଅଧିନାୟକ କରାଯାଇଥିଲା। ରିଷଭଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଅଫରେ ଶୀର୍ଷରେ ଥିବାବେଳେ ପ୍ଲେ ଅଫରେ ପହଞ୍ଚିଥିଲା। ତେବେ ସିଏସକେ ହାତରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସେ ପରାସ୍ତ ହୋଇଥିଲେ। ଏବେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ କେକେଆରକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri