ଚଣ୍ଡିଖୋଲ ଅଞ୍ଚଳକୁ କବ୍‌ଜା କରିଛନ୍ତି ଏହି ପରିବାର: କେଉଁଠୁ କେମିତି ଆସି ହେଲେ ଥଇଥାନ ସାଧାରଣରେ ବିରାଟ ପ୍ରଶ୍ନବାଚୀ

ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକ ଯେଉଁଠି ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ୧୬ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନମ୍ବର ଜାତୀୟ ରାଜପଥ ଏହି ସ୍ଥାନରେ ମିଶି ପାରାଦୀପ, ଶିଳ୍ପ ନଗରୀ ଡ଼ୁବୁରୀ, କଟକ ଏବଂ ବାଲେଶ୍ୱର ୪ ଦିଗକୁ ରାଜପଥର ତାହାର ଗତିପଥ ପରିଚୟ ଆରମ୍ଭ କରିଥାନ୍ତି। ସେହିପରି ପ୍ରତ୍ୟେକ ବସ୍‌ର ରହଣିସ୍ଥଳ ଏହି ଛକ ହୋଇଥିବାରୁ ଏଠାରେ ଯାତ୍ରୀମାନଙ୍କର ଭିଡ଼ ସବୁ ସମୟରେ ଲାଗି ରହିଥାଏ। ଯାହା ଫଳରେ ଭିଡ଼ ସ୍ଥାନରେ ମୋବାଇଲ ଟଙ୍କା ସୁନା ଭଳି ଦାମୀ ଜିନିଷଗୁଡ଼ିକର ଚୋରି ଲୁଟ୍‌ ଭଳି ଅଭିଯୋଗ ମଧ୍ୟ ହୋଇଥାଏ। କିଛି ଲୁଟେରା ଧରା ପଡ଼ିବାବେଳେ ଅନେକଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥାଏ। ଏହା ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ସେଠାରେ କିଛି ମହିଳାମାନେ ଗୋଟେ ଗୋଟେ କଅଁଳ ଶିଶୁକୁ କାଖରେ ଝୁଲେଇ ଖରା, ବର୍ଷା ଶୀତରେ ଭିକ୍ଷାବୃତ୍ତି କରୁଥିବା ନଜରକୁ ଆସେ । ସେମାନେ ଆସିଲେ କେଉଁଠୁ ଏବଂ ପରିଚୟ କ’ଣ ତା’କୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି।

ସେହିପରି ଆଉ କିଛି ଜାତୀୟ ରାଜପଥର ପାଶର୍‌ବରେ ଗାଡ଼ିର ପ୍ଲାଷ୍ଟିକ ଫୁଲ ବିକ୍ରି କରୁଥିବା ବାହାର ରାଜ୍ୟର ବାସିନ୍ଦା ମଧ୍ୟ ଦେଖିବାକୁ ମିଳିଥାଏ। ଏମାନେ ଏକ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଜରିପାଲ ତଳେ ରହୁଥିବା ବେଳେ ହାତରେ ଥାଏ ବଡ଼ ବଡ଼ ଫୋନ, ତେଣୁ ଏମାନଙ୍କୁ ନେଇ ମନରେ ଉଠେ ଅନେକ ପ୍ରଶ୍ନ, ଏମାନେ ଆସିଲେ କେଉଁଠୁ ଓ ଏମାନଙ୍କ ପ୍ରକୃତ ପରିଚୟ କଣ ? ଏ ବିଷୟରେ ଜାଣିବା ପାଇଁ ସେମାନଙ୍କ ନିକଟରେ ପହଞ୍ଚି ପଚାରିବାରୁ ସେମାନେ ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଖଡ଼ଗପୁର ରାଜ୍ୟର ବାସିନ୍ଦା ବୋଲି କହିଥିଲେ। କିଛି ଜଣ ମଧ୍ୟ ମହାରାଷ୍ଟ୍ରର ଆଧାରକାର୍ଡ ମଧ୍ୟ ଦେଖାଇଥିଲେ। କିନ୍ତୁ ଏଠାରେ କଣ ପାଇଁ ରହୁଛ ଓ ଛୋଟ ପିଲାଗୁଡ଼ିକୁ ଧରି ଭିକ୍ଷା ବୃତ୍ତି କଣ ପାଇଁ କରୁଛ ବୋଲି ପଚାରିବାରୁ ସେମାନେ କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ। ସେହିପରି ଅନ୍ୟ ଯେଉଁମାନେ ରହି ରାଜପଥର ପାଶର୍‌ବରେ ଗାଡ଼ିର ପ୍ଲାଷ୍ଟିକ ଫୁଲ ବିକ୍ରି କରୁଛନ୍ତି ସେମାନଙ୍କ ପାଖେ ପହଞ୍ଚି ପଚାରିବାରୁ ସେମାନେ ମୁସଲିମ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲୁ ଏବଂ ସରକାରୀ ଜାଗାରେ ସେମାନେ ଦୀର୍ଘବର୍ଷ ହେବ ରହିବା ସହ ଯାଜପୁର ଜିଲାର ଠିକଣା ଥିବା ଆଧାରକାର୍ଡ, ଭୋଟ୍‌ ପରିଚୟ କରିନେଇଛନ୍ତି ଏହା ସହିତ ସେମାନେ ରାସନ କାର୍ଡରେ ସାମଗ୍ରୀ ପାଉଥିବା ମଧ୍ୟ କହିଥିଲେ ଏବଂ ସରକାରୀ ଘର ଖଣ୍ଡେ ପାଇଁ ବାରମ୍ବାର କହିବା ପରେ ବି ପ୍ରଶାସନ ତାଙ୍କ କଥା ବୁଝୁ ନ ଥିବା ଅଭିଯୋଗ ଆଣିଥିଲେ।

ଅପରପକ୍ଷରେ ପହଲଗାମ ଆକ୍ରମଣ ପରେ ଦେଶର ଆତଙ୍କୀ ଲିଙ୍କ୍‌ ଥିବା ବିଭିନ୍ନ କଥା ଧୀରେ ଧୀରେ ପଦାକୁ ଆସୁଛି। ସେଥିମଧ୍ୟରୁ ପୁରୀରୁ ପାକିସ୍ତାନ କଥା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଏମାନଙ୍କ ପ୍ରକୃତ ପରିଚୟ ଉପରେ ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
ଚଣ୍ଡିଖୋଲରୁ ଜାର୍‌କା ଓ କୁଆଖିଆ ଏହି ରାଜପଥ ମଧ୍ୟରେ ସାଧାରଣ ଲୋକଙ୍କ ଠାରୁ ବାଇକ୍‌ରେ ଆସି ମୋବାଇଲ, ଟଙ୍କା ସୁନା ଛଡ଼େଇ ନେବା ଭଳି ଘଟଣା ଅନେକ ସମୟରେ ଘଟୁଥିଲେ ବି ପୋଲିସ ପ୍ରଶାସନ ଧରିବାରେ ଏହାର ଟେର୍‌ ପାଉନି। ଏହି ଭଳି ଘଟଣା କରି ରାଜପଥରୁ ଏତେ ଶୀଘ୍ର ଗାଏବ ହୋଇ ଯାଉଥିବା ଲୁଟେରା ଗ୍ୟାଙ୍ଗ ପଛରେ କାହାର ହାତ ଅଛି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏ ବିଷୟରେ ନେଉଳପୁର ପୂର୍ବତନ ସରପଞ୍ଚ ଦିବାକର ବେହେରା କହିଛନ୍ତି ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବାହାରୁ ଆସି ରହିଥିବା ବ୍ୟକ୍ତି ବିଶେଷମାନେ ତାଙ୍କ ସରପଞ୍ଚ ଥିବା ସମୟରେ ସେମାନେ କୌଣସି ଆଧାରକାର୍ଡ କିମ୍ବା ଭୋଟର କରି ନ ଥିଲେ। ପରବର୍ତ୍ତୀ ସମୟରେ କେହି ସରପଞ୍ଚ ଭୋଟ ପାଇଁ ଏହି ସବୁ କରିଥିବା ସେ ସନ୍ଦେହ କରିଛନ୍ତି। ଅନ୍ୟପକ୍ଷରେ ସେ କହିଛନ୍ତି, ସେମାନେ ଦୀର୍ଘ ବର୍ଷ ହେବ ସେଠାରେ ରହୁଥିଲେ ବି ପୂର୍ବରୁ କୌଣସି ସମସ୍ୟା ନ ଥିଲା କିନ୍ତୁ ବର୍ତ୍ତମାନ ବାହାର ଦେଶର ଲୋକ ବିଭିନ୍ନ ରୂପରେ ଆସି ଆମ ଦେଶରେ ରହୁଥିବାରୁ ଏହା ନିଶ୍ଚିତ ଭାବେ ସନ୍ଦେହଜନକ ଘଟଣା। ତେଣୁ ସେମାନେ ଭାରତୀୟ ବୋଲି ସ୍ପଷ୍ଟୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ଏବଂ ଯଦି ସେମାନେ ଭାରତୀୟ ତେବେ ତାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ବୋଲି ମତ ରଖୁଛନ୍ତି। ଏହି ଘଟଣା ଉପରେ ଉପରିସ୍ଥ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ସହ ଏହାର ତଦନ୍ତ କରାଯିବ ନେଇ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri