ଚଣ୍ଡିଖୋଲ ଅଞ୍ଚଳକୁ କବ୍‌ଜା କରିଛନ୍ତି ଏହି ପରିବାର: କେଉଁଠୁ କେମିତି ଆସି ହେଲେ ଥଇଥାନ ସାଧାରଣରେ ବିରାଟ ପ୍ରଶ୍ନବାଚୀ

ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକ ଯେଉଁଠି ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ୧୬ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନମ୍ବର ଜାତୀୟ ରାଜପଥ ଏହି ସ୍ଥାନରେ ମିଶି ପାରାଦୀପ, ଶିଳ୍ପ ନଗରୀ ଡ଼ୁବୁରୀ, କଟକ ଏବଂ ବାଲେଶ୍ୱର ୪ ଦିଗକୁ ରାଜପଥର ତାହାର ଗତିପଥ ପରିଚୟ ଆରମ୍ଭ କରିଥାନ୍ତି। ସେହିପରି ପ୍ରତ୍ୟେକ ବସ୍‌ର ରହଣିସ୍ଥଳ ଏହି ଛକ ହୋଇଥିବାରୁ ଏଠାରେ ଯାତ୍ରୀମାନଙ୍କର ଭିଡ଼ ସବୁ ସମୟରେ ଲାଗି ରହିଥାଏ। ଯାହା ଫଳରେ ଭିଡ଼ ସ୍ଥାନରେ ମୋବାଇଲ ଟଙ୍କା ସୁନା ଭଳି ଦାମୀ ଜିନିଷଗୁଡ଼ିକର ଚୋରି ଲୁଟ୍‌ ଭଳି ଅଭିଯୋଗ ମଧ୍ୟ ହୋଇଥାଏ। କିଛି ଲୁଟେରା ଧରା ପଡ଼ିବାବେଳେ ଅନେକଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥାଏ। ଏହା ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ସେଠାରେ କିଛି ମହିଳାମାନେ ଗୋଟେ ଗୋଟେ କଅଁଳ ଶିଶୁକୁ କାଖରେ ଝୁଲେଇ ଖରା, ବର୍ଷା ଶୀତରେ ଭିକ୍ଷାବୃତ୍ତି କରୁଥିବା ନଜରକୁ ଆସେ । ସେମାନେ ଆସିଲେ କେଉଁଠୁ ଏବଂ ପରିଚୟ କ’ଣ ତା’କୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି।

ସେହିପରି ଆଉ କିଛି ଜାତୀୟ ରାଜପଥର ପାଶର୍‌ବରେ ଗାଡ଼ିର ପ୍ଲାଷ୍ଟିକ ଫୁଲ ବିକ୍ରି କରୁଥିବା ବାହାର ରାଜ୍ୟର ବାସିନ୍ଦା ମଧ୍ୟ ଦେଖିବାକୁ ମିଳିଥାଏ। ଏମାନେ ଏକ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଜରିପାଲ ତଳେ ରହୁଥିବା ବେଳେ ହାତରେ ଥାଏ ବଡ଼ ବଡ଼ ଫୋନ, ତେଣୁ ଏମାନଙ୍କୁ ନେଇ ମନରେ ଉଠେ ଅନେକ ପ୍ରଶ୍ନ, ଏମାନେ ଆସିଲେ କେଉଁଠୁ ଓ ଏମାନଙ୍କ ପ୍ରକୃତ ପରିଚୟ କଣ ? ଏ ବିଷୟରେ ଜାଣିବା ପାଇଁ ସେମାନଙ୍କ ନିକଟରେ ପହଞ୍ଚି ପଚାରିବାରୁ ସେମାନେ ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଖଡ଼ଗପୁର ରାଜ୍ୟର ବାସିନ୍ଦା ବୋଲି କହିଥିଲେ। କିଛି ଜଣ ମଧ୍ୟ ମହାରାଷ୍ଟ୍ରର ଆଧାରକାର୍ଡ ମଧ୍ୟ ଦେଖାଇଥିଲେ। କିନ୍ତୁ ଏଠାରେ କଣ ପାଇଁ ରହୁଛ ଓ ଛୋଟ ପିଲାଗୁଡ଼ିକୁ ଧରି ଭିକ୍ଷା ବୃତ୍ତି କଣ ପାଇଁ କରୁଛ ବୋଲି ପଚାରିବାରୁ ସେମାନେ କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ। ସେହିପରି ଅନ୍ୟ ଯେଉଁମାନେ ରହି ରାଜପଥର ପାଶର୍‌ବରେ ଗାଡ଼ିର ପ୍ଲାଷ୍ଟିକ ଫୁଲ ବିକ୍ରି କରୁଛନ୍ତି ସେମାନଙ୍କ ପାଖେ ପହଞ୍ଚି ପଚାରିବାରୁ ସେମାନେ ମୁସଲିମ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲୁ ଏବଂ ସରକାରୀ ଜାଗାରେ ସେମାନେ ଦୀର୍ଘବର୍ଷ ହେବ ରହିବା ସହ ଯାଜପୁର ଜିଲାର ଠିକଣା ଥିବା ଆଧାରକାର୍ଡ, ଭୋଟ୍‌ ପରିଚୟ କରିନେଇଛନ୍ତି ଏହା ସହିତ ସେମାନେ ରାସନ କାର୍ଡରେ ସାମଗ୍ରୀ ପାଉଥିବା ମଧ୍ୟ କହିଥିଲେ ଏବଂ ସରକାରୀ ଘର ଖଣ୍ଡେ ପାଇଁ ବାରମ୍ବାର କହିବା ପରେ ବି ପ୍ରଶାସନ ତାଙ୍କ କଥା ବୁଝୁ ନ ଥିବା ଅଭିଯୋଗ ଆଣିଥିଲେ।

ଅପରପକ୍ଷରେ ପହଲଗାମ ଆକ୍ରମଣ ପରେ ଦେଶର ଆତଙ୍କୀ ଲିଙ୍କ୍‌ ଥିବା ବିଭିନ୍ନ କଥା ଧୀରେ ଧୀରେ ପଦାକୁ ଆସୁଛି। ସେଥିମଧ୍ୟରୁ ପୁରୀରୁ ପାକିସ୍ତାନ କଥା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଏମାନଙ୍କ ପ୍ରକୃତ ପରିଚୟ ଉପରେ ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
ଚଣ୍ଡିଖୋଲରୁ ଜାର୍‌କା ଓ କୁଆଖିଆ ଏହି ରାଜପଥ ମଧ୍ୟରେ ସାଧାରଣ ଲୋକଙ୍କ ଠାରୁ ବାଇକ୍‌ରେ ଆସି ମୋବାଇଲ, ଟଙ୍କା ସୁନା ଛଡ଼େଇ ନେବା ଭଳି ଘଟଣା ଅନେକ ସମୟରେ ଘଟୁଥିଲେ ବି ପୋଲିସ ପ୍ରଶାସନ ଧରିବାରେ ଏହାର ଟେର୍‌ ପାଉନି। ଏହି ଭଳି ଘଟଣା କରି ରାଜପଥରୁ ଏତେ ଶୀଘ୍ର ଗାଏବ ହୋଇ ଯାଉଥିବା ଲୁଟେରା ଗ୍ୟାଙ୍ଗ ପଛରେ କାହାର ହାତ ଅଛି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏ ବିଷୟରେ ନେଉଳପୁର ପୂର୍ବତନ ସରପଞ୍ଚ ଦିବାକର ବେହେରା କହିଛନ୍ତି ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବାହାରୁ ଆସି ରହିଥିବା ବ୍ୟକ୍ତି ବିଶେଷମାନେ ତାଙ୍କ ସରପଞ୍ଚ ଥିବା ସମୟରେ ସେମାନେ କୌଣସି ଆଧାରକାର୍ଡ କିମ୍ବା ଭୋଟର କରି ନ ଥିଲେ। ପରବର୍ତ୍ତୀ ସମୟରେ କେହି ସରପଞ୍ଚ ଭୋଟ ପାଇଁ ଏହି ସବୁ କରିଥିବା ସେ ସନ୍ଦେହ କରିଛନ୍ତି। ଅନ୍ୟପକ୍ଷରେ ସେ କହିଛନ୍ତି, ସେମାନେ ଦୀର୍ଘ ବର୍ଷ ହେବ ସେଠାରେ ରହୁଥିଲେ ବି ପୂର୍ବରୁ କୌଣସି ସମସ୍ୟା ନ ଥିଲା କିନ୍ତୁ ବର୍ତ୍ତମାନ ବାହାର ଦେଶର ଲୋକ ବିଭିନ୍ନ ରୂପରେ ଆସି ଆମ ଦେଶରେ ରହୁଥିବାରୁ ଏହା ନିଶ୍ଚିତ ଭାବେ ସନ୍ଦେହଜନକ ଘଟଣା। ତେଣୁ ସେମାନେ ଭାରତୀୟ ବୋଲି ସ୍ପଷ୍ଟୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ଏବଂ ଯଦି ସେମାନେ ଭାରତୀୟ ତେବେ ତାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ବୋଲି ମତ ରଖୁଛନ୍ତି। ଏହି ଘଟଣା ଉପରେ ଉପରିସ୍ଥ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ସହ ଏହାର ତଦନ୍ତ କରାଯିବ ନେଇ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri