Posted inଖେଳ

କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌ଙ୍କ ବାପା

ଢାକା, ୨୦।୯: ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନଙ୍କ ବାପା ମସହରୁର୍‌ ରେଜା କୁତିଲ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ମସହରୁରଙ୍କୁ ଥଣ୍ଡା ହୋଇଥିଲା। ଏହାପରେ ତାଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି। ଶାକିବଙ୍କ ସମ୍ପର୍କୀୟ ଭାଇ ସୋହନ ଏହା ସ୍ପଷ୍ଟ କରିଛନ୍ତି। ସୋହନ ଆହୁରି ମଧ୍ୟ କହିଛନ୍ତି, ଶାକିବଙ୍କ ମା’ଙ୍କ ସ୍ବାବ୍‌ ଟେଷ୍ଟ ମଧ୍ୟ କରାଯାଇଛି। କିନ୍ତୁ ଏହାର ରିପୋର୍ଟ ଆସିନାହିଁ। ସ୍ତ୍ରୀ ଉମ୍ମେ ଅହମ୍ମଦ ଶିଶିର୍‌ ଓ ଦୁଇ ଝିଅଙ୍କ ସହ ୩୩ ବର୍ଷୀୟ ଶାକିବ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମ୍ୟାଚ୍‌ ଫିକ୍ସିଂ ଲାଗି ଶାକିବଙ୍କୁ ଅଫର୍‌ ଆସିଥିଲେ ମଧ୍ୟ ସେ ଏହି କଥାକୁ ଲୁଚାଇ ରଖିଥିଲେ। ଏହି କାରଣରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଚଳିତ ବର୍ଷ ପ୍ରାରମ୍ଭରେ ଶାକିବଙ୍କୁ ୨ ବର୍ଷ ଲାଗି କ୍ରିକେଟ୍‌ରୁ ବାସନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା…

୧ ଏପ୍ରିଲରୁ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ…

ଦକ୍ଷିଣ ଆଫ୍ରିକାର ବିଜୟ ପାଇଁ ସାରା ଦେଶରେ କରାଯାଉଛି ପ୍ରାର୍ଥନା! ଏମିତି ହେଲେ କ’ଣ ହେବ? ଚମକାଇ ଦେଉଛି ସମୀକରଣ

ନୂଆଦିଲ୍ଲୀ,୨୬।୨: ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳର ସେମିଫାଇନାଲ ସ୍ଥାନର ଚାବିକାଠି ଧରିଛି। ଗୁରୁବାର, ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି…

ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ…

ସ୍କୁଲରେ ଖେଳିବା ସମୟରେ ୯ ବର୍ଷର ଝିଅକୁ ଆସିଲା ହାର୍ଟଆଟାକ୍, ତାପରେ…

ଜୟପୁର,୨୬।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟାନ ସହରର ଏକ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ହୃଦଘାତରେ…

ସଦ୍ୟତମ ICC ର଼୍ୟାଙ୍କିଙ୍ଗରେ ଜସପ୍ରିତ ବୁମରା ମାରିଲେ ଲମ୍ବାଡିଆଁ, ନମ୍ବର ୧ରେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୬।୨ : ICC T20 ବିଶ୍ୱକପ ୨୦୨୬ର ହାଇ-ଭୋଲଟେଜ ସୁପର ୮ମ୍ୟାଚ ମଧ୍ୟରେ, ICC ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯାହା ପୁଣି ଥରେ ଭାରତୀୟ ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri