Posted inଖେଳ

୧୪ ବଲ୍‌ରେ ୧୦ ଚୌକା-ଛକା ମାରି ଭାରତକୁ ଧରାଶାୟୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୮।୧୧: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଛି। ପୁଲ ସି ମ୍ୟାଚ୍‌ରେ କୁଏତର ଅଧିନାୟକ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ। ସେ ପ୍ରଥମ ୧୪ ବଲ୍‌ରେ ୧୦ ଚୌକା ଏବଂ ଛକା ମାରିଥିଲେ ଏବଂ ପରେ ତିନୋଟି ଉଇକେଟ ନେଇଥିଲେ। ଫଳରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯାଇଥିଲା। ଏହି ବିଜୟ ସହିତ କୁଏତ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି। ଟିମ ଇଣ୍ଡିଆ ସବୁଠାରୁ ତଳେ ଅଛି।
୧୦୭ ରନ୍‌ର ଟାର୍ଗେଟ ପିଛା କରି ଭାରତୀୟ ଦଳ ୫.୪ ଓଭରରେ ମାତ୍ର ୭୯ ରନ୍‌ରେ ଅଲଆଉଟ ହୋଇ ୨୭ ରନ୍‌ରେ ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଅଭିମନ୍ୟୁ ମିଥୁନ ସର୍ବାଧିକ ସ୍କୋରର୍‌ ଥିଲେ। ସେ ୯ ବଲ୍‌ରେ ଗୋଟିଏ ଚୌକା ଏବଂ ୩ ଛକା ସହାୟତାରେ ୨୬ ରନ କରିଥିଲେ। ଶାହବାଜ ନଦୀମ ୮ ବଲ୍‌ରେ ଗୋଟିଏ ଚୌକା ଏବଂ ୨ ଛକା ସହାୟତାରେ ୧୯ ରନ କରିଥିଲେ।
ଓପନର ପ୍ରିୟାଙ୍କ ପାଞ୍ଚାଲ ୧୦ ବଲରେ ୨ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୭ ରନ କରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୮ ରନ କରି ଆଉଟ ହୋଇଥିଲେ। କୁଏତ ଅଧିନାୟକ ୟାସିନ ପଟେଲ ୨ ଓଭରରେ ୨୩ ରନ ଦେଇ ୩ ଖେଳାଳିଙ୍କୁ ଆଉଟ କରିଥିଲେ। ବିଲାଲ ତାହିର ଏବଂ ଆଦନାନ ଇଦ୍ରିନ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ। ପୂର୍ବରୁ ୟାସିନ ପଟେଲ ମଧ୍ୟ ବ୍ୟାଟ ସହିତ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ଟିମ ଇଣ୍ଡିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି କୁଏତ ୬ ଓଭରରେ ୧୦୬ ରନ କରିଥିଲେ। ଅଧିନାୟକ ୟାସିନ ପଟେଲ ଏକ ଝଡ଼ପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୧୪ ବଲରେ ୨ ଚୌକା ଏବଂ ୮ ଛକା ସହାୟତାରେ ଅପରାଜିତ ୫୮ ରନ କରିଥିଲେ। ସେ ପ୍ରିୟାଙ୍କ ପଞ୍ଚାଲଙ୍କ ଗୋଟିଏ ଓଭରରେ ୩୨ ରନ କରିଥିଲେ। ଏହା କୁଏତକୁ ଏକ ବଡ଼ ସ୍କୋର କରିବାକୁ ସାହାଯ୍ୟ କରିଥିଲା।

ୟାସିନଙ୍କ ବ୍ୟତୀତ ବିଲାଲ ତାହିର ୯ ବଲରେ ୨ ଚୌକା ଏବଂ ୨ ଛକା ସହାୟତାରେ ୨୫ ରନ କରିଥିଲେ। ଭାରତ ପକ୍ଷରୁ ଅଭିମନ୍ୟୁ ମିଥୁନ ତାଙ୍କ ୨ ଓଭରରେ ୨୧ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଷ୍ଟୁଆର୍ଟ ବିନ୍ନି, ଶାହବାଜ ନଦୀମ ଏବଂ ଦିନେଶ କାର୍ତ୍ତିକ ପ୍ରତ୍ୟେକ ଗୋଟିଏ ଉଇକେଟ ନେଇଥିଲେ। ପୂର୍ବରୁ ନଭେମ୍ବର ୭ ତାରିଖରେ ଖେଳାଯାଇଥିବା ମ୍ୟାଚ ରେ ଭାରତ ପାକିସ୍ତାନକୁ ୨ ରନରେ ପରାସ୍ତ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri