Posted inଖେଳ

ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍‌ର,ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍‌ ସିପିଏଲ୍‌ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପ୍ୟାଟ୍ରିୟଟ୍‌ସ ବନାମ ଗୁଇନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଶିମ୍ରନ ହେଟମିୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ଗୁଇନ୍ଦା ଆମାଜନ ୱାରିୟର୍ସ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପ୍ୟାଟ୍ରିୟଟ୍‌ସଙ୍କୁ ୪୦ ରନ୍‌ରେ ପରାସ୍ତ କରିଛନ୍ତି। ହେଟମିୟର କେବଳ ଏହି ମ୍ୟାଚରେ ୯୧ ରନ୍‌ର ଇନିଂସ ଖେଳି ନାହାଁନ୍ତି ବରଂ ଟି -୨୦ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି।
ହେଟମିୟର ୨୩୩.୩୩ର ଷ୍ଟ୍ରାଇକ ହାରରେ ୯୧ ରନ ଇନିଂସ ଖେଳିଥିଲେ। ଏଥିରେ ସେ ୧୧ ଛକା ମାରିଥିଲେ ମଧ୍ୟ ଗୋଟିଏ ଚୌକା ମାରି ନ ଥିଲେ। ଏହିପରି ସେ ଟି-୨୦ ଇତିହାସରେ ବିନା ଚୌକାରେ ୧୦ କିମ୍ବା ଅଧିକ ଛକା ମାରିବାରେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏହି ସଫଳତା ହାସଲ କରିପାରି ନ ଥିଲେ। ଏହି ମ୍ୟାଚରେ ସେ ଛକା ବର୍ଷା କରିଥିଲେ।

ଟି -୨୦ ମ୍ୟାଚ୍‌ରେ ଚୌକା ବିନା ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ
୧୧- ଶିମ୍ରନ ହେଟମିୟର (GAW ବନାମ SKN): ୩୯ ବଲରୁ ୯୧, ବ୍ୟାସେଟର ୨୦୨୪
୯ – ରିକି ୱେସେଲ୍ସ (ନଟ୍ସ ବନାମ ୱର୍କସ): ୧୮ଟି ବଲରୁ ୫୫, ୱର୍କେଷ୍ଟର ୨୦୧୮
୮- ୱିଲ ଜ୍ୟାକ (ସୁରେ ବନାମ କେଣ୍ଟ): ୨୭ ବଲରୁ ୬୪ ରନ, କ୍ୟାଣ୍ଟରବେରୀ ୨୦୧୯
୮ – ସୟଦ ଅଜିଜ (ମାଲେସିଆ ବନାମ ସିଙ୍ଗାପୁର): ୨୦ଟି ବଲରୁ ୫୫ ରନ, ବାଙ୍ଗି ୨୦୨୨
୮- ଦୀପେନ୍ଦ୍ର ସିଂ ଆରି (ନେପାଳ ବନାମ ମୋଙ୍ଗୋଲିଆ): ୧୦ ବଲରୁ ୫୨, ହାଙ୍ଗଜୋ ୨୦୨୩
୮- ହେନ୍ରିଚ କ୍ଲାସେନ (SRH ବନାମ KKR): ୨୯ ବଲରୁ ୬୩ ରନ, କୋଲକାତା


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri