Posted inଖେଳ

ଆଖି ସମସ୍ୟା ଯୋଗୁ ବିଶ୍ୱକପ୍‌ରେ ଭଲ ବ୍ୟାଟିଂ କରିପାରି ନ ଥିଲେ ଏହି କ୍ରିକେଟର୍‌

ଢାକା,୨୬।୧୨: ଭାରତରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ଶାକିବ ଅଲ ହାସନ ବାଂଲାଦେଶର ଦାୟିତ୍ୱ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ସହିତ ଶାକିବ ବହୁତ ଖରାପ ଫର୍ମରେ ନଜର ଆସିଥିଲେ। ଶାକିବଙ୍କ ଖରାପ ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ବାଂଲାଦେଶୀ ଅଲରାଉଣ୍ଡର ପ୍ରକାଶ କରିଛନ୍ତି, ସେ ଆଖି ସମସ୍ୟା ସହ ପୁରା ବିଶ୍ୱକପ ଖେଳିଛନ୍ତି। ସ୍ପଟେ ଦେଖାଯାଉ ନ ଥିବାରୁ ତାଙ୍କୁ ବ୍ୟାଟିଂ କରିବାରେ ଅସୁବିଧା ହୋଇଥିଲା।
ବିଶ୍ୱକପ ସମୟରେ ଶାକିବ ତାଙ୍କ ପିଲାଦିନର ପରାମର୍ଶଦାତା ନାଜମୁଲ ଆବେଦିନଙ୍କ ନିକଟକୁ ଯାଇଥିଲେ। ତାଙ୍କଠାରୁ ପରାମର୍ଶ ଆଣିଥିଲେ। କିନ୍ତୁ ଏହା ପରେ ମଧ୍ୟ ଶାକିବ ବ୍ୟାଟ ସହିତ କିଛି ବିଶେଷ କରିପାରି ନ ଥିଲେ।
ଶାକିବ କହିଛନ୍ତ, ବିଶ୍ୱକପ୍‌ର ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରେ ନୁହେଁ, ବରଂ ଟୁର୍ନାମେଣ୍ଟରେ ଚକ୍ଷୁ ସମସ୍ୟା ଜାରି ରହିଥିଲେ। ଫଳରେ ବ୍ୟାଟିଂ ବେଳେ ବଲକୁ ସାମ୍ନା କରିବାରେ ତାଙ୍କୁ ଅସୁବିଧା ହେଉଛି। ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି, ସେତେବେଳେ ମୋ ଆଖିର ରେଟିନା କିମ୍ବା କର୍ଣ୍ଣିଆରେ ପାଣି ଥିବା ଜଣାପଡିଥିଲା। ସେ ମୋତେ ଡ୍ରପ୍‌ ଦେଇଥିଲେ ।
୨୦୨୩ ଦିନିକିଆ ବିଶ୍ୱକପରେ ଶାକିବ ୭ ଇନିଂସରେ ହାରାହାରି ୨୬.୬ରେ ୧୮୬ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri