ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି ଯେଉଁଠାରେ ସବୁକିଛି ଧଳା। ଏହି ସହର ରଙ୍ଗୀନ ପୋଷାକ କିମ୍ବା ରଙ୍ଗୀନ ଯାନବାହନ ପସନ୍ଦ କରେ ନାହିଁ? ଆଜ୍ଞା ହଁ ଏପରି ଏକ ସହର ହେଉଛି ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତ। ଯାହା ଧଳା ମାର୍ବଲ ସହର ଭାବରେ ଜଣାଯାଏ। ଏଠାରେ ପ୍ରତ୍ୟେକ କୋଠା ଧଳା ମାର୍ବଲରେ ତିଆରି। ଏହା ଏକ ସାଧାରଣ କଥା ନୁହେଁ, ସ୍ଥାନୀୟ ନିୟମର ଏକ ଅଂଶ।
ଆଶଗାବାତରେ ସବୁଠି ଧଳା ରଙ୍ଗ ଦେଖାଯାଏ। ପ୍ରତ୍ୟେକ କୋଠା, ରାସ୍ତା, ଫୁଟ୍ପାଥ୍, ବସ୍ ଷ୍ଟପ, ସବୁକିଛି ଧଳା ଚାଦରରେ ଆଚ୍ଛାଦିତ। ଯେତେବେଳେ ସୂର୍ଯ୍ୟକିରଣ ଏହି ମାର୍ବଲ କୋଠାଗୁଡ଼ିକ ଉପରେ ପଡ଼େ, ଏହା ଏକ ଆଶ୍ଚର୍ଯ୍ୟଠାରୁ କମ ନୁହେଁ। ସହରର ଚମକ ଦେଖିବା ପାଇଁ ଏକ ଦୃଶ୍ୟ। ଆଶଗାବାତ ଗିନିଜ ବୁକ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛି।
୨୦୦୦ ପରେ ଯେତେବେଳେ ଅଶଗାବାତ ପୁରୁଣା ସୋଭିଏତ୍ ଯୁଗର ଢାଞ୍ଚାରୁ ଉଭା ହୋଇଥିଲା। ସେତେବେଳେ ରାଷ୍ଟ୍ରପତି ସହରକୁ ଧଳା ମାର୍ବଲରେ ଆଚ୍ଛାଦିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଧଳା ମାର୍ବଲର ବ୍ୟାପକ ବ୍ୟବହାର ସହିତ ୫୫୦ରୁ ଅଧିକ ନୂତନ କୋଠା ନିର୍ମାଣ କରାଯାଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଶଗାବାତର ରାସ୍ତାରେ କେବଳ ଧଳା କାର୍ ଚାଲିପାରିବ। ଯଦି କେହି ରଙ୍ଗୀନ କାର୍ ଚଲାନ୍ତି, ତେବେ ତୁର୍କମେନିସ୍ତାନ ପୋଲିସ ତୁରନ୍ତ ଏହାକୁ ଜବତ କରି ଭାରୀ ଜରିମାନା ଆଦାୟ କରେ। କୁହାଯାଏ, କାରଟିର ମାଲିକ ଧଳା ରଙ୍ଗ ନ କରିବା ପର୍ଯ୍ୟନ୍ତ ତାଙ୍କୁ ତ୍ରାହି ନାହିଁ। ଏହି ନିୟମ ୨୦୧୮ରେ ତତ୍କାଳୀନ ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଦିମୁଖାମେଦୋଭଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। କୁହାଯାଏ, ସେ ଧଳା ରଙ୍ଗକୁ ବହୁତ ପସନ୍ଦ କରୁଥିଲେ। ପ୍ରାରମ୍ଭରେ ରାଷ୍ଟ୍ରପତି ନିଜର ଇଚ୍ଛା ପୂରଣ କରିବା ପାଇଁ ସମଗ୍ର ସହରକୁ ଧଳା ରଙ୍ଗ କରିଥିଲେ, ଯାହା ପରେ ଏକ ସରକାରୀ ନିୟମ ପାଲଟିଥିଲା।


