Posted inଜାତୀୟ

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା ପାଇଁ ମଧ୍ୟ ମତଦାନ ହେଉଛି। ବିହାରର ଗୟା, ଔରଙ୍ଗାବାଦ, ନବାଦା ଓ ଜମୁଇ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଅଧିକରୁ ଅଧିକ ଭୋଟର ବୁଥକୁ ଆସି ମତଦାନ କରିବାକୁ ପ୍ରାର୍ଥୀମାନେ ନିବେଦନ କରିଛନ୍ତି।

ଏଭଳି ସ୍ଥିତିରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ପକ୍ଷରୁ ଭାଜପାର ଜଣେ ପ୍ରାର୍ଥୀ, ଲୋକ ଜନଶକ୍ତିର ପାର୍ଟିର ଜଣେ ପ୍ରାର୍ଥୀ, ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତାଦଳର ୨ଜଣ ଏମ୍‌ପି ପ୍ରାର୍ଥୀ ଭୋଟ ଦେଇପାରିବେ ନାହିଁବୋଲି ଜଣାପଡିଛି। ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶୁକ୍ରବାର ୪ ଜଣ ପ୍ରାର୍ଥୀଙ୍କ ଆସନରେ ଭୋଟ ହେଉଛି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଏନ୍‌ଡିଏ ମେଣ୍ଟରୁ ଗୟା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ହେଲେ ମାଞ୍ଝୀ ନିଜେ ଗୟା ଲୋକସଭା ଆସନର ଭୋଟର ନୁହଁନ୍ତି । ଫଳରେ ସେ ଆଜି ନିଜକୁ ଭୋଟ ଦେଇପାରିନାହଁନ୍ତି । ସେହିପରି ନାବାଦା ଲୋକସଭା ଆସନରୁ ଭାଜପା ଟିକେଟରୁ ପ୍ରାର୍ଥୀ ହୋଇଥିବା ବିବେକ ଠାକୁର ମଧ୍ୟ ଭୋଟ ଦେଇପାରିବେ ନାହିଁ । ବିବେକ ଠାକୁର ନିଜେ ପାଟନା ସାହିବ ଲୋକସଭା ଆସନର ଭୋଟର । ଅନ୍ୟପକ୍ଷେ ଲୋକ ଜନଶକ୍ତିର ପାର୍ଟିର ମୁଖ୍ୟ ଚିରାଗ ପାସୱାନଙ୍କ ଭିଣୋଇ ଅରୁଣ ଭାରତୀ ଜମୁଇ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ସେ ପାଟଳିପୁତ୍ର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ସେ ମଧ୍ୟ ଭୋଟ ଦେଇପାରିବେ ନାହିଁ।

ଆର୍‌ଜେଡି ପକ୍ଷରୁ ଜମୁଇ ଆସନରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ରବିଦାସ ମୁଙ୍ଗେର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ସେ ମଧ୍ୟ ଭୋଟ ଦେଇପାରିବେ ନାହିଁ। ସେହିଭଳି ଔରଙ୍ଗାବାଦ ଲୋକସଭା ଆସନରୁ ଆରଜେଡି ଟିକେଟରୁ ପ୍ରାର୍ଥୀ ହୋଇଥିବା ଅଭୟ କୁଶୱାହା ମଧ୍ୟ ଭୋଟ ଦେଇପାରିବେ ନାହିଁ । ସେ ଗୟା ଲୋକସଭା ଆସନର ଭୋଟର।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri