କେଜିଏଫ୍ ୩ରେ ନଜର ଆହିବେ ହ୍ରିତିକ!

ମୁମ୍ବାଇ: ଏବେ ସିନେମା ହଲରେ କେଜିଏଫ ୨ ଭଲ ବ୍ୟବସାୟ କରୁଛି । ଦର୍ଶକଙ୍କୁ ଏହି ମୁଭି ବେଶ ପସନ୍ଦ ଆସିଥିବା ବେଳେ ଏହାର ତୃତୀୟ ପାର୍ଟକୁ ଫିଲ୍ମ ପ୍ରେମୀ ଅପେକ୍ଷା ରଖିଛନ୍ତି । ତେବେ ଏହି କେଜିଏଫ ୩କୁ ନେଇ ଲଗାତାର କିଛି ନା କିଛି ଅପଡେଟ୍ସ ଆସୁଛି । ଏବେ ଶୁଣିବାକୁ ମିଳିଛି କି ବଲିଉଡ ଷ୍ଟାର ହ୍ରିତିକ ରୋଶନଙ୍କୁ କେଜିଏଫ ୩ରେ ନେବା ଲାଗି ମନବଳାଇଛନ୍ତି ନିର୍ମାତା ନିର୍ଦ୍ଦେଶକ । କେଜିଏଫ୍ ଫ୍ରାଞ୍ଚାଇଜର ତୃତୀୟ ପାର୍ଟରେ ହ୍ରିତିକଙ୍କୁ ନେବା ପାଇଁ ମେକର୍ସ ବିଚାର କରୁଛନ୍ତି । ଏପର୍ଯ୍ୟନ୍ତ ଷ୍ଟାର କାଷ୍ଟ ଉପରେ ମୋହର ଲାଗି ନ ଥିବାରୁ ମଝିରେ ମଝିରେ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ନିର୍ମାତା କହିଛନ୍ତି । ନିର୍ମାତାଙ୍କ କହିବା କଥା ହେଲା କେଜିଏଫର ପୂର୍ବର୍ ୨ଟି ପାର୍ଟ ଅପେକ୍ଷା କେଜିଏଫ ୩ ଜବରଦସ୍ତ ହେବ ।
ସୂଚନାଯୋଗ୍ୟ, ଏବେ କେଜିଏଫ ୨ ସାରା ବିଶ୍ୱରେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି ।

Share