କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ…

ଓ୍ବାଶିଂଟନ୍‌,୫।୧୧: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର ଜେମିନି । ସେପଟେ କିନ୍ତୁ ଥାଇଲାଣ୍ଡ କୁନି ଜଳହସ୍ତୀ ‘ମୁ ଡେଙ୍ଗ’ କହିଛି ଯେ, ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ହେବାକୁ ଯାଉଛନ୍ତି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଥାଇଲାଣ୍ଡ ଚିଡ଼ିଆଖାନାରେ ଥିବା ଜଳହସ୍ତୀ ମୁଡେଙ୍ଗକୁ ଦୁଇ ଫାଳ ବୋଇତାଳୁରେ ତରଭୁଜ ରଖି ଖାଇବାକୁ ଦିଆ ଯାଇଥିଲା । ଗୋଟିକରେ ଡେମୋକ୍ରାଟ କମଲା ହାରିସଙ୍କ ନାମ ଓ ଅନ୍ୟଟିରେ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖା ହେଇଥିଲା ।

ତେବେ ମୁ ଡେଙ୍ଗ ପ୍ରଥମେ ଆସି ଟ୍ରମ୍ପ ଲେଖାଥିବା ବୋଇତାଳୁ ଓ ତରଭୁଜକୁ ଖାଇଛି । ପରେ ତା ମାଆ ଆସି କମଲା ହାରିସ ଲେଖାଥିବା ଭାଗଟି ଖାଇଛି । ଗତ ଜୁଲାଇ ମାସରେ ଜନ୍ମ ହୋଇଥିବା ଜଳହସ୍ତୀ ମୁ ଡେଙ୍ଗ ଏକ ଇଣ୍ଟରନେଟ ସେନସେସନ । ସୋସିଆଲ ମିଡିଆ ମାଧ୍ୟମରେ ପୋଲିଂ କରାଯାଇ ତାର ନାମ ମୁ ଡେଙ୍ଗ ରଖାଯାଇଛି । ପ୍ରଥମ ଥର ପାଇଁ ରାଜନୈତିକ ଆକଳନ ତାହା ପୁଣି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୁ ଡେଙ୍ଗ କରିଛି ପୂର୍ବାନୁମାନ ।

ସାରା ବିଶ୍ୱରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଏବେ ସରଗରମ ରହିଛି । ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୪ଟାରେ ଭୋଟିଂ ଆରମ୍ଭ ହୋଇ ସାରିଛି । ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି। ତେବେ କିଏ କରିବ ହ୍ବାଇଟ ହାଉସରେ ଏଣ୍ଟ୍ରି। କିଏ ମାରିବ ବାଜି । ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତୀ।

ଉପରାଷ୍ଟ୍ରପତି କମଲା ହାରିସ ଡେମୋକ୍ରାଟିକ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ ଭବିଷ୍ୟତର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri