ବିବାହକୁ ନେଇ ଚର୍ଚ୍ଚାରେ ଏହି ଅଭିନେତା: ୩୮ ବର୍ଷ ବୟସରେ ସ୍ତ୍ରୀଙ୍କୁ କରିଥିଲେ ଦ୍ୱିତୀୟ ବିବାହ

ବଲିଉଡ୍‌ ଅଭିନେତା ଆଫତାବ ଶିବଦାସାନିଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ହୁଏତ ଆଫତାବ ଚଳଚ୍ଚିତ୍ର କ୍ୟାରିୟର ଫ୍ଲପ୍‌ ହୋଇଥାଇପାରେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଫତାବ ୩୮ ବର୍ଷ ବୟସରେ ନିନ୍‌ ଦୁସାଞ୍ଜଙ୍କୁ ବିବାହ କରିଥିଲେ। ଆଫତାବ ଏବଂ ନିନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯଦିଓ ଆଫତାବ ଏବଂ ନିନ୍‌ ୨୦୧୪ ମସିହାରେ ବିବାହ କରିଥିଲେ, ମାତ୍ର ସେ ୨୦୧୭ ମସିହାରେ ପରମ୍ପରା ଓ ରାଜକୀୟ ଶୈଳୀରେ ଦ୍ୱିତୀୟ ଥର ନିଜ ସ୍ତ୍ରୀଙ୍କୁ ବିବାହ କରିଥିଲେ।
ସୂଚନାଯୋଗ୍ୟ, ଆଫତାବ ସଂପର୍କରେ କବୀର ବେଦୀଙ୍କ ସଢ଼ୁ। ଯେ ନିନ୍‌ ନବ କବୀର ବେଦୀଙ୍କ ସ୍ତ୍ରୀ ପରଭେନ ଦୁସାଞ୍ଜଙ୍କ ଭଉଣୀ। ପ୍ରାୟ ଦୁଇ ବର୍ଷ ନିନ୍‌ ଏବଂ ଆଫତାବ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଉଭୟ ୨୦୧୪ ମସିହାରେ ବିବାହ କରିଥିଲେ ।

Share