ନବାଗତଙ୍କ ଠାରୁ ହାରିଗଲେ ବିଜେଡିର ଏହି ୧୨ ମନ୍ତ୍ରୀ

ଭୁବନେଶ୍ୱର,୪।୬: ରାଜ୍ୟରେ ୨୦୨୪ ନିର୍ବାଚନର ଫଳାଫଳ ସମସ୍ତଙ୍କ ଚକିତ କରିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡିଛି । ବିଜେଡିର ବହୁ ହେଭିୱେଟ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ଶୋଚନୀୟ ଭାବେ ହାରିଥିବା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୧ ଆସନ ମିଳିଛି। ଏହାରି ଭିତରେ ଅନେକ ବିଜେଡିର ପାୱାରଫୁଲ ମନ୍ତ୍ରୀ ଓ ନେତା ପରାଜୟ ବରଣ କରିଛନ୍ତି ।

ଏହି ଲିଷ୍ଟରେ ଅଛନ୍ତି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ତାଙ୍କୁ ଭାଜପା ପ୍ରାର୍ଥୀ ବାବୁ ସିଂ ହରାଇଛନ୍ତି । ଅନ୍ୟପଟେ ସୁକିନ୍ଦାରେ ମଧ୍ୟ ଟାଣୁଆ ଯୁବ ନେତା ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ୨୦୨୪ ବାଜି ହାରି ଯାଇଛନ୍ତି । ତାଙ୍କୁ ଭାଜପାର ପ୍ରଦୀପ ବଳ ସାମନ୍ତ ହରାଇଛନ୍ତି । ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ ବିଧାନସଭା ଆସନରେ ପରାଜୟ ବରଣ କରିଛନ୍ତି । ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜେନ ହରାଇଛନ୍ତି । ଏହାସହ ମହାକାଳପଡ଼ାରେ ଟାଣୁଆ ବିଜେଡି ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାଜୟ ବରଣ କରିଛନ୍ତି । ତାଙ୍କୁ ଭାଜପାର ଦୁର୍ଗାପ୍ରସନ୍ନ ନାୟକ ହରାଇଛନ୍ତି ।

ସେହିପରି କାମାକ୍ଷାନଗରରେ ବିଜେଡିର ଟାଣୁଆ ନେତା ତଥା କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପରାଜୟ ବରଣ କରିଛନ୍ତି। ତାଙ୍କୁ ଭାଜପା ପ୍ରାର୍ଥୀ ଶତୃଘ୍ନ ଜେନା ହରାଇଛନ୍ତି । ଅନ୍ୟପଟେ, ବାଲେଶ୍ବରର ଜଳେଶ୍ବରରୁ ପରାଜୟ ବରଣ କରିଛନ୍ତି ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଅଶ୍ବିନୀ ପାତ୍ର । ତାଙ୍କୁ ଭାଜପାର ବ୍ରଜମୋହନ ପ୍ରଧାନ ହରାଇଛନ୍ତି । ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ଭାଜପାର ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଠାରୁ ପରାଜିତ ହୋଇଛନ୍ତି। ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧ ଆସନରୁ ଭାଜପାର ସରୋଜ ପ୍ରଧାନଙ୍କ ଠାରୁ ହାରିଛନ୍ତି। ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଆସନରୁ ଭାଜପାର ନବଚରଣ ମାଝୀଙ୍କ ଠାରୁ ବଡ଼ ବ୍ୟବଧାନରେ ହାରିଛନ୍ତି।

ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ଆସନରୁ ଭାଜପାର ପ୍ରଦୀପ ବଳସାମନ୍ତଙ୍କଠୁ ପରାଜିତ ହୋଇଛନ୍ତି । ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ଭାଜପାର ସନତ ଗରତିଆଙ୍କଠୁ ହାରି ଯାଇଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର-ଏକାମ୍ର ଆସନରୁ ଭାଜପାର ବାବୁ ସିଂଙ୍କଠୁ ପରାଜିତ ହୋଇଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକ ଆସନରୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନୀଳମାଧବ ହିକ୍କାଙ୍କଠୁ ପରାଜିତ ହୋଇଥିବା ହୋଇଛନ୍ତି । ସେହିପରି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ଆସନରୁ ଭାଜପାର ପଦ୍ମଚରଣ ହାଇବ୍ରୁଙ୍କଠୁ ପରାଜିତ ହୋଇଛନ୍ତି । ତେବେ ମନ୍ତ୍ରୀ ଉଷା ଦେବୀ ନିଜେ ନିର୍ବାଚନ ନ ଲଢି ତାଙ୍କ ପୁଅ ଚିନ୍ମୟାନନ୍ଦ ସ୍ବରୂପଦେବଙ୍କୁ ଚିକିଟି ଆସନରୁ ପ୍ରାର୍ଥୀ କରିଥିଲେ । ହେଲେ ସେଠାରୁ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କଠୁ ସେ ପରାଜିତ ହୋଇଛନ୍ତି ।

ତେବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶାରଦା ପ୍ରସାଦ ନାୟକ, ତୁଷାରକାନ୍ତି ବେହେରା ଓ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri