ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ପରେ ନିଲାମ ହୋଇଛି ୩୫ ଖଣି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଦେଶରେ ମାଇନ୍ସ ଆଣ୍ଡ ମିନେରାଲ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ-୨୦୧୫ ପରେ ରାଜ୍ୟରେ ୩୫ଟି ଖଣି ନିଲାମ ହୋଇଛି। ସେହି ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର ଗୋରାବୁରାନି-ସାଗାସାହି ଲୁହାପଥର ଖଣି, ମାଲକାନଗିରି ଜିଲାର କୋଟାମେଟା ଲାଇମଷ୍ଟୋନ୍‌, କେନ୍ଦୁଝରର ଲାସର୍ଦାପଚେରୀ ମାଙ୍ଗାନିଜ, ସୁନ୍ଦରଗଡ଼ ଜିଲାର ନେତ୍ରବନ୍ଧ ପାହାଡ଼ ଲୁହାପଥର, କଳାମାଙ୍ଗ ଓ୍ବେଷ୍ଟ ଲୁହାପଥର ଓ ଖଟକୁରବାହଲ ଲାଇମଷ୍ଟୋନ, ଯାଜପୁର ଜିଲାର କମରଦା କ୍ରୋମାଇଟ, ରାୟଗଡ଼ା ଜିଲାର ଜଗଦଲପୁର ଗ୍ରାଫାଇଟ, ଯାଜପୁର ଜିଲାର ସୁରଆବାଲି କ୍ରୋମାଇଟ, କେନ୍ଦୁଝର ଜିଲାର ନୂଆଗାଁ ଲୁହାପଥର, ସୁନ୍ଦରଗଡ଼ ଜିଲାର ନାରାୟଣୀପୋଷି ଲୁହାପଥର ଓ ମାଙ୍ଗାନିଜ, ଠାକୁରାଣୀ, ବଲଦା ଏବଂ ଗନୁଆ ଲୁହାପଥର ଏବଂ କେନ୍ଦୁଝର ଜିଲାର ରଏଡା-୨ ଲୁହାପଥର ଖଣିକୁ ନିଲାମ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲାର ମହୁଲସୁଖ ଲୁହାପଥର ଓ ମାଙ୍ଗାନିଜ, ମୟୂଭରଞ୍ଜ ଜିଲାର ଗୋରୁମହିଷାଣି ଲୁହାପଥର, ସୁନ୍ଦରଗଡ଼ ଜିଲାର କୋଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ, କେନ୍ଦୁଝର ଜିଲାର ସିଲଜୋରା-ପାଳିମାଟି ଲୁହାପଥର ଓ ମାଙ୍ଗାନିଜ, ଜରିବାହଲ ଲୁହାପଥର, ଜୁରୁରୀ ଲୁହାପଥର, କଟାସାହି ମାଙ୍ଗାନିଜ, ସୁନ୍ଦରଗଡ଼ ଜିଲାର କନ୍ଥେର-କୋଏରା ମାଙ୍ଗାନିଜ ଖଣି, ବାଦାମପାହାଡ ଲୁହାପଥର, କେନ୍ଦୁଝର ଜିଲାର ଗୁଆଳି ଲୁହାପଥର, ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି, କେନ୍ଦୁଝର ଜିଲାର କସିଆ ଲୁହାପଥର ଏବଂ ସୁନ୍ଦରଗଡ ଜିଲାର ନଦିଡିହି ଲୁହାପଥର ଓ ମାଙ୍ଗାନିଜ, ଗନ୍ଧାହାଲପଡା, ଜୁମକା ପଥିରିପୋଷି, ଚାନ୍ଦିପୋଷି, ଢୋଲଟାପାହାଡ, ନେତ୍ରବନ୍ଧ ପାହାଡ ଏବଂ ପୁରେଇବାହାଲ ପାହାଡ ଲୁହାପଥର ଖଣି। ବିଜେଡି ସଭ୍ୟ ସାଲୁଗା ପ୍ରଧାନଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri