ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ପରେ ନିଲାମ ହୋଇଛି ୩୫ ଖଣି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଦେଶରେ ମାଇନ୍ସ ଆଣ୍ଡ ମିନେରାଲ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ-୨୦୧୫ ପରେ ରାଜ୍ୟରେ ୩୫ଟି ଖଣି ନିଲାମ ହୋଇଛି। ସେହି ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର ଗୋରାବୁରାନି-ସାଗାସାହି ଲୁହାପଥର ଖଣି, ମାଲକାନଗିରି ଜିଲାର କୋଟାମେଟା ଲାଇମଷ୍ଟୋନ୍‌, କେନ୍ଦୁଝରର ଲାସର୍ଦାପଚେରୀ ମାଙ୍ଗାନିଜ, ସୁନ୍ଦରଗଡ଼ ଜିଲାର ନେତ୍ରବନ୍ଧ ପାହାଡ଼ ଲୁହାପଥର, କଳାମାଙ୍ଗ ଓ୍ବେଷ୍ଟ ଲୁହାପଥର ଓ ଖଟକୁରବାହଲ ଲାଇମଷ୍ଟୋନ, ଯାଜପୁର ଜିଲାର କମରଦା କ୍ରୋମାଇଟ, ରାୟଗଡ଼ା ଜିଲାର ଜଗଦଲପୁର ଗ୍ରାଫାଇଟ, ଯାଜପୁର ଜିଲାର ସୁରଆବାଲି କ୍ରୋମାଇଟ, କେନ୍ଦୁଝର ଜିଲାର ନୂଆଗାଁ ଲୁହାପଥର, ସୁନ୍ଦରଗଡ଼ ଜିଲାର ନାରାୟଣୀପୋଷି ଲୁହାପଥର ଓ ମାଙ୍ଗାନିଜ, ଠାକୁରାଣୀ, ବଲଦା ଏବଂ ଗନୁଆ ଲୁହାପଥର ଏବଂ କେନ୍ଦୁଝର ଜିଲାର ରଏଡା-୨ ଲୁହାପଥର ଖଣିକୁ ନିଲାମ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲାର ମହୁଲସୁଖ ଲୁହାପଥର ଓ ମାଙ୍ଗାନିଜ, ମୟୂଭରଞ୍ଜ ଜିଲାର ଗୋରୁମହିଷାଣି ଲୁହାପଥର, ସୁନ୍ଦରଗଡ଼ ଜିଲାର କୋଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ, କେନ୍ଦୁଝର ଜିଲାର ସିଲଜୋରା-ପାଳିମାଟି ଲୁହାପଥର ଓ ମାଙ୍ଗାନିଜ, ଜରିବାହଲ ଲୁହାପଥର, ଜୁରୁରୀ ଲୁହାପଥର, କଟାସାହି ମାଙ୍ଗାନିଜ, ସୁନ୍ଦରଗଡ଼ ଜିଲାର କନ୍ଥେର-କୋଏରା ମାଙ୍ଗାନିଜ ଖଣି, ବାଦାମପାହାଡ ଲୁହାପଥର, କେନ୍ଦୁଝର ଜିଲାର ଗୁଆଳି ଲୁହାପଥର, ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି, କେନ୍ଦୁଝର ଜିଲାର କସିଆ ଲୁହାପଥର ଏବଂ ସୁନ୍ଦରଗଡ ଜିଲାର ନଦିଡିହି ଲୁହାପଥର ଓ ମାଙ୍ଗାନିଜ, ଗନ୍ଧାହାଲପଡା, ଜୁମକା ପଥିରିପୋଷି, ଚାନ୍ଦିପୋଷି, ଢୋଲଟାପାହାଡ, ନେତ୍ରବନ୍ଧ ପାହାଡ ଏବଂ ପୁରେଇବାହାଲ ପାହାଡ ଲୁହାପଥର ଖଣି। ବିଜେଡି ସଭ୍ୟ ସାଲୁଗା ପ୍ରଧାନଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri