ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଆହୂତ ଉକ୍ତ ବୈଠକରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ବୈଠକରେ ଏନଏସି ଦାୟିତ୍ୱରେ ଥିବା ପ୍ରଥମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡିଓ ଅକ୍ଷୟ ପାଣି ଉଦ୍ଦୁଙ୍କ ଅନୁପସ୍ଥିତିରେ ତହସିଲଦାର ଟିକୁନୁ ପୁଟା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ମଞ୍ଚାସୀନ ଥିଲେ। ଏବିଡିଓ କିଶୋର ମାନସିଂ, ଲୋଇସିଂହା, ବୁର୍ଡା, ହୀରାପୁର ସରପଞ୍ଚଙ୍କ ସମେତ ଏନଏସି ଅଧୀନ ଗ୍ରାମର ବୁଦ୍ଧିଜୀବୀ ଓ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଏବିଡିଓ ମାନସିଂ ସ୍ବାଗତ ଅଭିଭାଷଣ ରଖିବା ସହିତ ଏନଏସି ସୀମା ନିର୍ଦ୍ଧରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଲୋଇସିଂହା, ବୁର୍ଡା ପଞ୍ଚାୟତର ସମସ୍ତ ଗାଁ ଓ ହୀରାପୁର ପଞ୍ଚାୟତର ପନେସରା ଓ ସେମେଲମୁଣ୍ଡା ଏପରି ଭାବେ ୧୦ ଖଣ୍ଡ ଗାଁକୁ ନେଇ ଏନଏସି ଗଠିତ ହୋଇଛି। ୨୦୧୧ ଜନଗଣନାକୁ ଆଧାର କରି ଏହି ଏନଏସି ଗଠିତ ହୋଇଛି। ଏନଏସି ଅଧୀନ ଜନସଂଖ୍ୟା ୧୪ ହଜାର ୩୮୧ ରହିଥିବା ବେଳେ ୧୧ ହଜାର ୩୧୪ ଜଣ ଭୋଟର ଥିବା ଏବିଡିଓ ମାନସିଂ ସୂଚନା ଦେଇଥିଲେ। ମନ୍ତ୍ରୀ ମହାଲିଙ୍ଗ କହିଥିଲେ, ଦୀର୍ଘ ଗୋଟିଏ ଦଶନ୍ଧିର ଆନ୍ଦୋଳନ ସଫଳ ହୋଇଛି। ଜିଲାରେ ଏକମାତ୍ର ଏବଂ ଲୋଇସିଂହା ଏନଏସି ନାମରେ ପ୍ରଥମ ବୈଠକ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ନୂତନ ଏନଏସିରେ ୧୩ ଟି ୱାର୍ଡ ପାଇଁ ସରକାର ପରିକଳ୍ପନା କରିଥିବା ନେଇ ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଥିଲେ। ମ୍ୟୁନସିପାଲିଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଦେଶାନାମର ୬ ମାସ ମଧ୍ୟରେ ଏନଏସି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଣୁ ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ପକ୍ଷରୁ ଉକ୍ତ ବୈଠକ ଆହୂତ କରାଯାଇ ବୁଦ୍ଧିଜୀବୀଙ୍କ ମତାମତ ଲୋଡା ଯାଉଛି।
ମତାମତକୁ ଆଧାର କରି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଜନସାଧାରଣଙ୍କ ସୁବିଧା ମୁତାବକ ୱାର୍ଡ ଗଠନ କରାଯିବ। ସମସ୍ତଙ୍କ ସହଯୋଗ ହେଲେ ଏକ ଉନ୍ନତ ଏନଏସି ଗଠନ ହୋଇ ପାରିବ। ସ୍ଥାନୀୟ ପ୍ରତିନିଧି ଭାବରେ ମଧ୍ୟ ତାଙ୍କ ଉତ୍ତର ଦାୟିତ୍ୱ ରହିଥିବା ମନ୍ତ୍ରୀ ମହାଲିଙ୍ଗ ପ୍ରକାଶ କରିଥିଲେ। ୨୦୨୭ ଫେବୃଆରୀରୁ ଜନଗଣନା କରାଯିବ। ଏବେ ଭୋଟ ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ। ଆଇନଜୀବୀ ଦିଲୀପ କୁମାର ବେହେରା, ପ୍ରଶାନ୍ତ ବେହେରା, ଅଶୋକ ସାହୁ, ସହଦେବ ସା, ବିମଳେନ୍ଦୁ ସାହୁ, ନୟୁ ଖାନଙ୍କ ସମେତ ସରପଞ୍ଚ ନବକିଶୋର ନାଏକ. ସୁଦୀପ କୁମାର ସା ଓ ରମାକାନ୍ତ ବିଶ୍ୱାଳ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ୱାର୍ଡ ପ୍ରତି ୧ ହଜାରରୁ ଊର୍ଦ୍ଧ୍ୱ ଭୋଟର ଥିବା ବେଳେ ଆଗକୁ ଜନଗଣନା ଥିବାରୁ ଏହି ସଂଖ୍ୟା ଢେର ବୃଦ୍ଧି ପାଇବ। ଏଣୁ ଭବିଷ୍ୟତକୁ ଆଖି ଆଗରେ ରଖି ୱାର୍ଡ ସଂଖ୍ୟା ବଢାଇବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏଥିପ୍ରତି ମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲା। ଆଗାମୀ ଦିନରେ ଏନଏସି କାର୍ଯ୍ୟାଳୟ ଓ ସୀମା ନିର୍ଦ୍ଧାରଣକୁ ନେଇ ମୁହାଁମୁହିଁ ପରିସ୍ଥିତି ହେବାର ଆଶଙ୍କା ଥିବା ଉକ୍ତ ବୈଠକରୁ ଆଭାସ ମିଳିଥିଲା ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri