ମହାନଦୀ ପାଣିକୁ ଡରିଲେଣି ଦ୍ୱୀପାଞ୍ଚଳର ୧୩ ଗାଁ

କେନ୍ଦ୍ରାପଡ଼ା, ୨୨ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ରାତିରୁ ମୌସୁମୀ ବର୍ଷାର ପ୍ରଭାବ ପଡ଼ିଛି। ଲଗାଣ ବର୍ଷା ଲାଗି ରହିଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ହୀରାକୁଦର ଗେଟ ଖୋଲା ଯିବ। ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମବାସୀଙ୍କ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହେବ ବୋଲି ଏପରି ଆଶଙ୍କା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ମୌଳିକ ସମସ୍ୟାର ସମାଧାନ ପାଇଁ ଲଢ଼ୁଥିବା ବେଳେ ଲୁଣା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ବହୁ ସ୍ଥାନରେ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କା କରିଛନ୍ତି। ସେହିପରି କରାଣ୍ଡିଆ ଆଡ଼ିବନ୍ଧର ମରାମତି ଅଧାରୁ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆୟତପୁରର ପିନାକୀ ସାମନ୍ତରାୟ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ୧୩ ଗାଁ
ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିନାହିଁ। ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗି ରହିଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ଏବେ ୩ ବ୍ଲକ ଅଧୀନସ୍ଥ ୫ ପଞ୍ଚାୟତରେ ଅଛି। ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ, ଜଳପୋକ ପଞ୍ଚାୟତ ଅଧୀନରେ ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସୁପୁର ପଞ୍ଚାୟତ ଅଧୀନରେ ଡିହବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଅଛି। ସେହିପରି ଏଠାରେ ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ସଠିଲୋ ଗ୍ରାମ ରହିଛି। ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ନଦୀ ଓ ଅନ୍ୟ ପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ ହେଉଛି। ସଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ପନିପରିବା ଚାଷ ହୋଇଥିବା ବେଳେ ଜଳସେଚନ ଓ ଉଠାଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଶେଷ ହୋଇ ନ ଥିବା ସେ କହିଛନ୍ତି। ସାମାଜିକ କର୍ମୀ ରମେଶ ଚନ୍ଦ୍ର ବାରିକ କହିଛନ୍ତି, ବେଆଇନ ବାଲି ଚାଲାଣ ନଦୀ ବନ୍ଧକୁ ଦୁର୍ବଳ କରିଛି। କରାଣ୍ଡିଆ ନଦୀ ଉପରେ ଏକ ପଥର ଆଡ଼ିବନ୍ଧ ନିର୍ମାଣ ଅଧାରେ ଅଟକିଛି। ଲୁଣାନଦୀର ବାମ ପାର୍ଶ୍ୱ ସୁଦୃଢ଼ ହେଉଥିବା ବେଳେ ଦକ୍ଷିଣପାର୍ଶ୍ୱ ବନ୍ଧର ବହୁ ସ୍ଥାନ ଦୁର୍ବଳ ଅଛି। ମହାନଦୀ ସିଷ୍ଟମରେ ବନ୍ୟାଜଳ ପ୍ରବାହିତ ହେଲେ ଦ୍ୱୀପାଞ୍ଚଳବାସୀଙ୍କ ପାଇଁ ବିପଦ ଘନେଇ ଆସୁଛି। ସେହିପରି ଡିହବଳରାମପୁର ଗ୍ରାମର ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ଦ୍ୱୀପାଞ୍ଚଳରେ ଲୁଣାନଦୀ ବାମ ପାର୍ଶ୍ୱ ବନ୍ଧର ଲମ୍ବ ୫ କିଲୋମିଟର। ଏଥିରୁ ପ୍ରଥମ ୨ କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଅବଶିଷ୍ଟ ବନ୍ଧ ଜଳସମ୍ପଦ ବିଭାଗ ଅଧୀନରେ ଅଛି। ବିଭିନ୍ନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀବନ୍ଧ ନିର୍ମାଣ ପାଇଁ ଟେଣ୍ଡର ହେଉଥିଲେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହୁଛି। ଅପରପକ୍ଷରେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେହିପରି ଏହି ଦ୍ୱୀପାଞ୍ଚଳରେ ମୌଳିକ ସୁବିଧା ମିଳୁ ନ ଥିବା ଗ୍ରାମବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀଙ୍କୁ ପଚାରିବାରେ ଚିହ୍ନଟ ହୋଇଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇଛି। ସମ୍ଭାବ୍ୟ ବନ୍ୟାରେ ସ୍ଥାନୀୟ ଅଞ୍ଚଳର କ୍ଷତି ନ ହେବା ପାଇଁ ବିଭାଗୀୟ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri