Categories: ଫୁରସତ

ବିମାନ କମ୍ପାନୀ ପକ୍ଷରୁ ମହିଳାଙ୍କୁ ୧୩ ସୁଟ୍‌କେଶ

ତାଲାହାସି: ନିକଟରେ ବିମାନ ଉଡ଼ାଣ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଏକ ବ୍ୟାଗ୍‌ ବଦଳାଇବାରୁ ଏୟାରଲାଇନ୍ସ ପକ୍ଷରୁ ୧୩ଟି ଟ୍ରଲି ବ୍ୟାଗ୍‌ ମିଳିଥିବା ଜନୈକା ମହିଳା କହିଛନ୍ତି। ଫ୍ଲୋରିଡାର ୨୯ ବର୍ଷୀୟା ପେଟନ୍‌ ଥମସନ୍‌ ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବିମାନ କମ୍ପାନୀ ଭୁଲ୍‌ କରିଥିବା କହିଛନ୍ତି। ଆମେରିକାରେ ତାଙ୍କର ଟ୍ରଲି ବ୍ୟାଗ୍‌ଟିକୁ ଡେଲ୍‌ଟା ନଷ୍ଟ କରିଥିବା କହିଛନ୍ତି। ପରେ ସେ ସେଥିପାଇଁ ଏକ ଦାବିପତ୍ର ଲେଖିଥିଲେ। ସେଥିରେ ତାଙ୍କ ଟ୍ରଲିକୁ ବଦଳାଇବାକୁ କହି ତା’ର ଏକ ଫଟୋ ଶେୟାର କରିଥିଲେ। ପରେ ବିମାନ କମ୍ପାନୀ ତାଙ୍କ କଥାରେ ରାଜି ହୋଇଥିଲା। ଏହାର କିଛି ସମୟ ପରେ ସେ ଏକ ମେସେଜ୍‌ ପାଇଥିଲେ। ୧୩ଟି ବକ୍ସ ଥିବା ଏକ ଜିପ୍‌ ଦେଖିବାକୁ ପାଇଥିଲେ। ତାକୁ ଖୋଲିବା ପରେ ସେଥିରେ ୧୩ଟି ନୂଆ ସୁଟ୍‌କେଶ ଥିବା ଜାଣିବାକୁ ପାଇଥିଲେ। ସବୁ ସୁଟ୍‌କେଶର ରଙ୍ଗ ଭିନ୍ନ ହୋଇଥିବା ଦେଖି ସେ ଖୁସି ହେବା ସହ ହସିଥିଲେ। ଏହା ବିମାନ କମ୍ପାନୀର ଭୁଲ୍‌ ବୋଲି ସେ କହିଛନ୍ତି। ତେବେ ଏହି ଭିଡିଓରେ ଅନେକ ୟୁଜର୍ସ ବିଭିନ୍ନ କଥା କହି ଥଟ୍ଟା କରିଥିବା ଦେଖିବାକୁ ମିଳିଛି।

Share