୨୬ ବର୍ଷ ସାନ ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜଙ୍ଗଲରେ କରିଥିଲେ ବିବାହ

ବଲିଉଡର ପ୍ରସିଦ୍ଧ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ସେ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତା କୋନୱାରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମିଲିନ୍ଦଙ୍କୁ ୫୨ ବର୍ଷ ହୋଇଥିବାବେଳେ ଅଙ୍କିତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ୨୦୧୮ରେ ଉଭୟ ବିବାହ କରିଥିଲେ। ନିକଟରେ ଏହି ଦୁଇଜଣ ବିବାହର ତିନି ବର୍ଷ ପୂରଣ କରିଛନ୍ତି। ଏହି ବିଶେଷ ଅବସରରେ ଉଭୟ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଉଭୟ ମିଲିନ୍ଦ ସୋମାନ ଏବଂ ଅଙ୍କିତା କୋନୱାର ବହୁତ ସକ୍ରିୟ ଅଟନ୍ତି। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହିତ ଅନେକ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ତୃତୀୟ ବିବାହ ବାର୍ଷିକୀରେ ମଧ୍ୟ ପ୍ରଶଂସକଙ୍କ ସହ ଦୁହେଁ ଏମିତି କିଛି ଫଟୋ ଶେୟାର କରିଛନ୍ତି। ମିଲିନ୍ଦ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ତ୍ରୀ ଅଙ୍କିତାଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକୁ ଶେୟାର କରି ମିଲିନ୍ଦ କ୍ୟାପସନରେ ଲେଖିଛନ୍ତି, ତୃତୀୟ ବିବାହ ବାର୍ଷିକୀ ଶୁଭକାମନା ଅଙ୍କିତା କୋନୱାର। ପ୍ରତ୍ୟେକ ମୁହୂର୍ତ୍ତ ତୁମକୁ ଏବଂ ତୁମର ପାଗଳାମିକୁ ମନେ ପକାଇଥାଏ।
ଏଥି ସହିତ ଅଙ୍କିତା ମଧ୍ୟ ମିଲିନ୍ଦଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଅଙ୍କିତା ମିଲିନ୍ଦଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଦିନ ଦୁଃସାହସିକ କାର୍ଯ୍ୟ, କିଛି ନୂଆ ନୂଆ ବାର୍ଷିକୀ, ତୁମ ସହିତ ଆଉ ଏକ ଭାଲେଣ୍ଟାଇନ୍ସ ଡେ। ୩ ବର୍ଷ ପୂର୍ବେ ଯେତେବେଳେ ଆମେ ସ୍ପେନର ସେହି ଛୋଟ ଜଙ୍ଗଲରେ ଜଳପ୍ରପାତ ସାମ୍ନାରେ ଖାଲି ପାଦରେ ବିବାହ କରିଥିଲୁ। ତୁମେ ମୋ ପୃଥିବୀର ଜଳ। ଏହି ବନ୍ଧନ ପାଇଁ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି। ୧୨ ଜୁଲାଇ ୨୦୧୮ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri