Posted inଖେଳ

ଜୟସ୍ବାଲଙ୍କ ଉପରେ ନଜର

ହରାରେ, ୧୦।୭ (ପି.ଟି.): ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ କ୍ରିକେଟ ମ୍ୟାଚ ବୁଧବାର ହରାରେ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ମ୍ୟାଚ ପରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟି୨୦ରେ ଜିମ୍ବାଓ୍ବେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ ଜିତି ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଗତ ମାସରେ ଟି୨୦ ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ଆସି ଦଳ ସହ ଯୋଗ ଦେଇଛନ୍ତି। ଫଳରେ ଟିମ୍‌ କମ୍ବିନେଶନକୁ ନେଇ ଉତ୍କଣ୍ଠା ବଢ଼ିଛି। ବିଶେଷ କରି ଜୟସ୍ବାଲଙ୍କ ବ୍ୟାଟିଂ ପୋଜିଶନ ଉପରେ ନଜର ରହିଛି। ପ୍ରଥମ ୨ଟି ମ୍ୟାଚରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ସହ ଇନିଂସ ଓପନ କରିଛନ୍ତି ଅଭିଷେକ ଶର୍ମା। ସେ ପ୍ରଥମ ମ୍ୟାଚରେ ଫେଲ୍‌ ମାରିଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରି ନିଜ ଦକ୍ଷତା ଦେଖାଇଛନ୍ତି। ମାତ୍ର ଜୟସ୍ବାଲ ୧୭ଟି ଟି୨୦ ଅନ୍ତର୍ଜାତୀୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୧୬୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ହାର ରଖିଥିବାରୁ ତାଙ୍କୁ ଅଣଦେଖା କରାଯାଇ ପାରିବନାହିଁ। ସେ ବିଶ୍ୱକପ୍‌ ବିଜୟୀ ଦଳର ରିଜର୍ଭ ଓପନର ମଧ୍ୟ ଥିଲେ। ସେ ଗିଲ୍‌ଙ୍କ ସହ ଇନିଂସ ଓପନ କଲେ ଅଭିଷେକଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ହେବ ନଚେତ୍‌ ବାହାରେ ବସିବାକୁ ପଡ଼ିବ।
ବିରଳ ହେଲେ ମଧ୍ୟ ମାଇଲଖୁଣ୍ଟ ଇନିଂସ ଖେଳିବା ପରେ ଖେଳାଳି ଦଳରୁ ଡ୍ରପ୍‌ ହେବାର ନଜିର ପୂର୍ବରୁ ରହିଛି। ୨୦୧୧ରେ ମନୋଜ ତିଓ୍ବାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିବା ପରେ ଏବଂ ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କରୁଣ ନାୟାର ତ୍ରିଶତକ ହାସଲ କରିବା ପରେ ଦଳରୁ ବାହାରେ ରହିଥିଲେ। ମାତ୍ର ଅଧିନାୟକ ଗିଲ୍‌ ୧୪ ବର୍ଷରୁ କମ୍‌ ବେଳରୁ ଖେଳି ଆସୁଥିବା ତାଙ୍କ ପ୍ରିୟ ବନ୍ଧୁଙ୍କ ପ୍ରତି ଏପରି ସମ୍ଭବତଃ କରିବେ ନାହିଁ। ଏହା ହେଲେ ଜୟସ୍ବାଲ କିମ୍ବା ଅଭିଷେକଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ଆସିବେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ସ୍ବାଭାବିକ ଭାବେ ୩ ନମ୍ବରରେ ଖେଳୁଥିବା ସାମସନ ୫ ନମ୍ବରରେ ଆସିବେ ଏବଂ ପୂର୍ବ ୨ ମ୍ୟାଚରେ ୩ ନମ୍ବରରେ ଖେଳିଥିବା ଋତୁରାଜ ଗାଏକ୍ୱାଡ୍‌ଙ୍କୁ ୪ ନମ୍ବରରେ ଆସିବାକୁ ପଡ଼ିବ। ପ୍ରଥମ ୨ଟି ମ୍ୟାଚ ପାଇଁ ଦଳରେ ସାମିଲ ହୋଇଥିବା ବି. ସାଇ ସୁଦର୍ଶନଙ୍କ ସ୍ଥାନରେ ଜୟସ୍ବାଲ ପ୍ଲେଇଂ ଇଲେଭେନରେ ରହିବେ। ଉଇକେଟକିପର ଧ୍ରୁବ ଜୁରେଲଙ୍କ ସ୍ଥାନରେ ସାମସନ ଏବଂ ଗତ ବିଶ୍ୱକପ୍‌ରେ ଖେଳିଥିବା ଦୁବେ ସମ୍ଭବତଃ ରିୟାନ ପରାଗଙ୍କୁ ରିପ୍ଲେସ କରିବେ। ଜିମ୍ବାଓ୍ବେ ସ୍ପିନରଙ୍କ ବିପକ୍ଷରେ ଦୁବେ ପ୍ରଭାବୀ ହେବା ଆଶା କରାଯାଉଛି। ଅଧିନାୟକ ଗିଲ୍‌ ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶା କରାଯାଉଛି।
ଜିମ୍ବାଓ୍ବେ ପାଇଁ ବ୍ୟାଟିଂ ବିଭାଗ ଚିନ୍ତାର କାରଣ ରହିଛି। ପ୍ରଥମ ମ୍ୟାଚରେ ଆଗେ ବ୍ୟାଟିଂକରି ଏହି ଦଳ ମାତ୍ର ୧୧୫ ରନ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୨୩୫ ରନ ଚେଜ୍‌କରି ୧୩୪ରେ ସୀମିତ ରହିଥିଲା। ହରାରେ ସ୍ପୋଟର୍‌ସ କ୍ଲବ ଟ୍ରାକ୍‌ରେ ସ୍ପିନରଙ୍କୁ ଅତିରିକ୍ତ ବାଉନ୍ସ ମିଳୁଥିବାରୁ ରବି ବିଷ୍ଣୋଇ (୮ ଓଭରରେ ୬/୨୪) ଏବଂ ଓ୍ବାଶିଂଟନ ସୁନ୍ଦର (୮ ଓଭରରେ ୩/୩୯)ଙ୍କୁ ଖେଳିବାରେ ଜିମ୍ବାଓ୍ବେ ବ୍ୟାଟରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମ ଟି୨୦ରେ ୧୩ ରନରେ ହାରିବା ପରେ ଭାରତ ଦ୍ୱିତୀୟ ମ୍ୟାଚରେ ୫ ବଦଳରେ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳିଥିଲା। ଏହା କାମ ଦେଇଥିଲା। ପ୍ରଥମେ ବ୍ୟାଟିଂ କରିବା ମଧ୍ୟ ଦଳକୁ ଆଡ୍‌ଭାଣ୍ଟେଜ୍‌ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri