ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ

ଭୁବନେଶ୍ୱର,୨୫୯ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍‌ ପୋଲିସର ଆଉ ଏକ ଥାନା ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ଥାନା ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ତଥା ନୟାଗଡ଼ ଭାପୁର ଅଞ୍ଚଳର ବିଜୟ କୁମାର ଷଡ଼ଙ୍ଗୀ ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି।
ବିଜୟଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧ରେ ଏକ ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ବାଲିପାଟଣା ଥାନା ଘେରାଉ କରିବାକୁ ମେଳି ବାନ୍ଧିଥିଲେ। ଏହି ସମୟରେ ବିଜୟ ଗୋରୁହାଟ ପାଖରେ ଉତ୍ତ୍ୟକ୍ତ ଲୋକଙ୍କୁ ଥାନା ଘେରାଉ ନ କରିବାକୁ ବୁଝାଉଥିଲେ। ହଠାତ୍‌ ଏକ ଥାନା ଜିପ୍‌ରେ ୪ରୁ ୫ ଜଣ ପୋଲିସ ଆସି ତାଙ୍କ ବାହୁଙ୍କୁ ଧରି ଘୋଷାରି ଗାଡିକୁ ନେଇଥିଲେ। ନିଜ କାର୍‌ ସହ ଡ୍ରାଇଭର ଅଛନ୍ତି, ଥାନାକୁ ଯାଇପାରିବେ ବୋଲି ବିଜୟ କହିଥିଲେ ମଧ୍ୟ ପୋଲିସ କର୍ମଚାରୀ ତାଙ୍କ କଥା ଶୁଣି ନ ଥିଲେ। ତାଙ୍କୁ ଗାଲିଗୁଲଜ କରିବା ସହ ମାଡ ମାରି ଜିପ୍‌ରେ ଥାନାକୁ ନେଇଯାଇଥିଲେ। ପରେ ତାଙ୍କୁ ଆଇଆଇସିଙ୍କ ଚାମ୍ବରରେ ବସାଇ ଗାଳିଗୁଲଜ ଦିଆଯିବା ସହ ପୁଣି ମାଡ ମରାଯାଇଥିଲା ବୋଲି ବିଜୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସର ଏପରି ମାଡ଼ ଓ ନିର୍ଯାତନା ସଂକ୍ରାନ୍ତରେ ବିଜୟ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ପୋଲିସ ଡିଜି, ପୋଲିସ କମିଶନର, ଡିସିପିଙ୍କୁ ଭେଟି ଅଭିଯୋଗ କରିଥିବା କହିଛନ୍ତି। ତେବେ ଅଭିଯୋଗ ସଂକ୍ରାନ୍ତରେ ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି, ଏ ନେଇ କିଛି କହିବା ଉଚିତ ହେବ ନାହିଁ। ଏହି ଘଟଣାର ତଦନ୍ତ ହେଲେ ସତ୍ୟତା ଜଣାପଡିଯିବ। ଆମ ପାଖରେ ସବୁ ପ୍ରମାଣ ଅଛି ବୋଲି ସେ କହିଛନ୍ତି। ଜୋନ୍‌-୪ ଏସିପି ମାନସ ଦେଓଙ୍କ କହିବା କଥା, ସେ ଏହି ଘଟଣା ବିଷୟରେ ଜାଣିନାହାନ୍ତି। ଅଭିଯୋଗ ଆସିଲେ ଅନୁସନ୍ଧାନ ନିଜେ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri