ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍‌ଙ୍କ ଚେତାବନୀ…

ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍‌ଏସ୍‌-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ ୱାରହେଡ ସହିତ ଆକ୍ରମଣ କରିବାରେ ସକ୍ଷମ। ଏହାର ଲକ୍ଷ୍ୟଭେଦ କ୍ଷମତା ୧୮୦୦୦ କିଲୋମିଟରରୁ ଅଧିକ ରହିଛି।

ଏହାର ପରୀକ୍ଷଣ ବିଷୟରେ ସୂଚନା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ରୁଷିଆ ସରମାଟ ଆନ୍ତର୍ଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏଭଳି ପରିସ୍ଥିତିରେ କ୍ରେମଲିନ୍‌ ଶତ୍ରୁମାନଙ୍କୁ ଏବେ ଦୁଇଥର ଚିନ୍ତା କରିବାକୁ ପଡ଼ିବ। ଧମକ ଦେବା ପୂର୍ବରୁ ପ୍ରଥମେ ସେମାନଙ୍କୁ ପରିଣାମ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ପୁଟିନ୍‌ କହିଛନ୍ତି।

ପୁଟିନ କହିଛନ୍ତି ଯେ ସରମାଟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହା ପ୍ରକୃତରେ ଏକ ଅନନ୍ୟ ଅସ୍ତ୍ର, ଯାହା ଆମର ସଶସ୍ତ୍ର ବାହିନୀର ଯୁଦ୍ଧ କ୍ଷମତାକୁ ସୁଦୃଢ଼ କରିବ। ଏହା ବାହ୍ୟ ଧମକରୁ ରୁଷର ସୁରକ୍ଷାକୁ ନିଶ୍ଚିତ କରିବ ଏବଂ ଯେଉଁମାନେ ଆମ ଦେଶକୁ ଧମକ ଦେବାକୁ ଚେଷ୍ଟା କରିବେ ଏହା କ୍ଷେପଣାସ୍ତ୍ର ସେମାନଙ୍କୁ ଆକ୍ରମଣାତ୍ମକ ବକ୍ତବ୍ୟ ଦେବା ପୂର୍ବରୁ ଦୁଇଥର ଚିନ୍ତା କରିବା ସମ୍ପର୍କରେ ସୂଚିତ କରିବ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆମେରିକା ଏବଂ ୟୁକ୍ରେନ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଯୁଦ୍ଧକୁ ଶେଷ କରିବା ପାଇଁ ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି। ଏବେ ସେହି ଆଶଙ୍କା ସତ୍ୟରେ ପରିଣତ ହେବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri