ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା

ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ ଭୟରେ କାଳାତିପାତ କରନ୍ତି। ଏହି ସବୁ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିବାବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ନିୟମିତ ବ୍ୟବଧାନରେ ବଡ଼ ବଡ଼ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇପାରିନାହିଁ। କେବଳ ସମ୍ଭାବ୍ୟ ବନ୍ୟାର କିଛିଦିନ ପୂର୍ବରୁ ଏବଂ ବନ୍ୟା ପରେ ଶାସକ ଓ ପ୍ରଶାସକଙ୍କ ତତ୍ପରତା ଦେଖିବାକୁ ମିଳୁଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ୨୮ା୫ା୨୦୨୪ରେ ହୋଇଥିବା ବନ୍ୟା ମୁକାବିଲା ବୈଠକରେ ଯାଜପୁର ଜିଲାର ବ୍ରାହ୍ମଣୀ ନଦୀର ଡାହାଣପାର୍ଶ୍ୱ ନଦୀବନ୍ଧ ମାଟିଆପଡ଼ା, ଦଶରଥପୁର ବ୍ଲକ କାଣୀ ଡ୍ରେନେଜ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହାର ସୁଦୃଢ଼ୀକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବନ୍ୟା ପୂର୍ବରୁ ପ୍ରଶାସନିକସ୍ତରରେ ହେଉଥିବା ନିଷ୍ପତ୍ତିଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ବନ୍ୟା ମୁକାବିଲା କାର୍ଯ୍ୟକ୍ରମ ଏଠାରେ ପ୍ରହସନ ହେଉଛି।
ବ୍ରାହ୍ମଣୀ ନଦୀର ଡାହାଣପାର୍ଶ୍ୱ ମାଟିଆପଡ଼ାଠାରୁ ହଳଦୀବସନ୍ତ, କଳାକୁଣ୍ଡ, ସ୍ବାଇଁଖଣ୍ଡ, କୁଶବଟ, ଥରିପଡିଆ, ରୁଦ୍ରପୁର ପର୍ଯ୍ୟନ୍ତ ପ୍ରାୟ ୮ କିମି ନଦୀବନ୍ଧର ବିଭିନ୍ନ ସ୍ଥାନ ଦୁର୍ବଳ ରହିଛି। ଏହାର ମରାମତି ଓ ସୁଦୃଢ଼ୀକରଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ପୂର୍ବରୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଜମି ଅଧିଗ୍ରହଣ ସମସ୍ୟା ରହିଥିବାବେଳେ ତାହାର ସମାଧାନ ଦିଗରେ ପ୍ରଶାସନିକସ୍ତରରେ ଅବହେଳା ବନ୍ୟାକୁ ଆମନ୍ତ୍ରଣ କରୁଛି ବୋଲି ମତପ୍ରକାଶ ପାଇଛି। ଏହାବାଦ୍‌ ଡ୍ରେନେଜ ସିଷ୍ଟମରେ ମଧ୍ୟ ଅନେକ ତ୍ରୁଟି ରହିଛି। ଦଶରଥପୁର ବ୍ଲକ କାଣୀ ନଦୀର ୧୪୪୦ ମିଟର ନଦୀବନ୍ଧର ସୁଦଢ଼ୀକରଣ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏଥିପାଇଁ ଯାଜପୁର ଡ୍ରେନେଜ ଡିଭିଜନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରସ୍ତାବ ରିପୋର୍ଟ ତହସିଲଦାରଙ୍କ ନିକଟରେ ଦାଖଲ କରାଯାଇଛି। ହେଲେ ଏହାକୁ ଗୁରୁତ୍ୱ ମନେ ନ କରି ପରବର୍ତ୍ତୀ ପଦକ୍ଷେପ ନିଆଯାଇ ନ ଥିବାରୁ ଚଳିତ ବର୍ଷାଦିନ ପୂର୍ବରୁ କୌଣସି କାମ ଆଗେଇ ପାରି ନାହିଁ।
ଗତ ୨ ବର୍ଷ ହେଲା କାଣୀ ନଦୀର କଣ୍ଟପଡ଼ାରେ ଘାଇ ସୃଷ୍ଟି ହୋଇ ଗଁାଗୁଡିକୁ ପ୍ରବଳ ବନ୍ୟାଜଳ ପ୍ରବେଶ କରିଥିଲା। ଚଳିତବର୍ଷ ମଧ୍ୟ ଏହି ଅଞ୍ଚଳ ପାଇଁ ବିପଦ ଘନେଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ନଦୀବନ୍ଧ ନିର୍ମାଣ, ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ପ୍ରତିକାର ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। କିନ୍ତୁ ଏହାକୁ ଅଣଦେଖା କରାଯାଉଛି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢ଼ା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପର ପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡ଼ିକରେ ଯେଭଳି ଘାଇ ନ ହେବ ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇପାରିଲାନାହିଁ। ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାରେ ୨୫ଟି ଛୋଟବଡ଼ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ଏହା ପୂର୍ବରୁ ଓ ପରେ ବି ୧୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ବନ୍ୟା ଆସିଛି। ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା, ରାସ୍ତା ନିର୍ମାଣ ପାଇଁ ହେଉଥିବା ବ୍ୟୟ ଅଟକଳର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇ ଆସୁଛି।
ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମ୍‌ରେ ୨୨ଟି ନାଳ ଦ୍ୱାରା ସଂଯୋଗ କରାଗଲେ ବନ୍ୟା ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ପୂର୍ବରୁ ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବୋହି ଯାଉଥିବାରୁ ଖରସ୍ରୋତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଏ ଚେକଡ୍ୟାମ କରାଯିବାକୁ ବହୁ ଦିନରୁ ଦାବି ହୋଇଆସୁଛି। ବୈତରଣୀ ଉପରମୁଣ୍ଡରେ ଆନନ୍ଦପୁର ବ୍ୟାରେଜ ନିର୍ମାଣ ଅଧାରେ ଅଟକିଛି। ବନ୍ୟା ପ୍ରକୋପରୁ ଜିଲାବାସୀକୁ ରକ୍ଷା କରିବା ପାଇଁ ପୋତି ହୋଇ ପଡିଥିବା ବ୍ରାହ୍ମଣୀ ନଦୀର ଶଯ୍ୟାକୁ ଖୋଳି ସୁନାବ୍ୟା କରାଯାଇ ପାରିଲା ନାହିଁ। ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ନଦୀ ଉପରେ ଜେନାପୁରଠାରେ ନିର୍ମିତ ଆନିକଟ ପୋତି ହୋଇ ପଡ଼ିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ବ୍ରାହ୍ମଣୀ ନଦୀକୁ ଚିରସ୍ରୋତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡ଼ା ମଧ୍ୟରେ ୪ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଅସମାହିତ ରହିଛି। ଏଦିଗରେ ପ୍ରଶାସନିକ ଅବହେଳା ଯୋଗୁ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri