ବିଜେଡିକୁ ଚିନ୍ତା ନିମାପଡ଼ା, ଚାନ୍ଦବାଲି

ଭୁବନେଶ୍ୱର,୨୭ା୫(ଅନିଲ ଦାସ): ରାଜ୍ୟରେ ଆସନ୍ତା ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ହେବାକୁ ଥିବା ଭଦ୍ରକ ଜିଲାର ଚାନ୍ଦବାଲି ଓ ନିମାପଡା ବିଧାନସଭା ଆସନ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ଆସନରେ ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପାରୁ ପ୍ରଭାତୀ ପରିଡ଼ା ଏବଂ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଆସନ ଲାଗି ବିଜେଡି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି। ସେମାନେ ହେଲେ ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର। ସମୀର କାଳେ ସମୀକରଣ ବଦଳାଇ ଦେବେ ଓ ନିମାପଡ଼ା ଆସନ ଭାଜପା ଖାତାକୁ ଚାଲିଯିବ ଏବେ ବିଜେଡିକୁ ସେହି ଚିନ୍ତା ଘାରିଛି। ବିଜେଡି ଟିକେଟରୁ ୩ ତିନି ଥର ବିଧାୟକ ହୋଇଥିବା ସମୀରଙ୍କୁ ଦଳ ଏଥର ଭରସା କରି ନ ଥିଲା। ସେଥିପାଇଁ ସମୀର ଅସନ୍ତୁଷ୍ଟ ଥିଲେ। ଅନେକ ହଜାର କର୍ମୀଙ୍କୁ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ। ଏଥିରେ ସେ ସଫଳ ହୋଇ ପାରି ନ ଥିଲେ। ଶେଷରେ ସେ ଭାଜପାରେ ଯୋଗ ଦେଇଥିଲେ। ସମୀର ଭାଜପାରେ ଯୋଗ ଦେବା ପରେ ପ୍ରଭାତୀଙ୍କ ବିଜୟ ସମ୍ଭାବନା ବଢ଼ି ଯାଇଥିବା ନେଇ ଆଲୋଚନା ହେଉଛି। ସମୀରଙ୍କୁ ଚେକ ଦେବାକୁ ବିଜେଡିର ଏହି ୮ ନିର୍ବାଚନ ସଂଯୋଜକ ଏବେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇ ସାରିଲେଣି। ଯଦି ଭାଜପା ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ସମସ୍ତ ଶ୍ରେୟ ସମୀରଙ୍କୁ ଯାଇ ପାରେ। ସମୀର ମଧ୍ୟ ନିଜର ପତିଆର ବଜାୟ ରଖିବାକୁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପଣ କରିଥିବା କୁହାଯାଉଛି। ସେଠାରେ ଭାଜପା ଓ ବିଜେଡି ମଧ୍ୟରେ ରୋଚକ ଲଢେଇ ହେବାକୁ ଯାଉଛି।
ଅନ୍ୟ ପକ୍ଷରେ ଭଦ୍ରକ ଜିଲାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ବିଜେଡି ଓ ଭାଜପା ପାଇଁ ସମ୍ମାନର ବିଷୟ ହୋଇଛି। ଏଠାରେ ବିଜେଡିରୁ ବ୍ୟୋମକେଶ ରାୟ ଓ ଭାଜପାରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମଧ୍ୟରେ କଡା ଟକ୍କର ହେଉଛି। ଭାଜପା ପାଇଁ ଏହି ଆସନ ସମ୍ମାନର ବିଷୟ ହୋଇଥିବା ବେଳେ ବିଜେଡି ଏହାକୁ ହରାଇବାକୁ ଚାହୁଁ ନାହିଁ। ମନମୋହନ ମଧ୍ୟ ଏହି ଆସନରୁ ବିଜୟୀ ହେବାକୁ ସମସ୍ତ କଳ, ବଳ କୌଶଳ ଖଟାଉଛନ୍ତି। ଅନ୍ୟ ପକ୍ଷରେ ଏହି ଆସନକୁ ହାତଛଡା ନ କରିବାକୁ ବିଜେଡି ମଧ୍ୟ ନୂତନ ରଣ କୌଶଳ ଆପଣାଇଛି। ଏହି ନିର୍ବାଚନ ମଣ୍ଡଳୀ ପାଇଁ ୮ ଜଣଙ୍କୁ ନିର୍ବାଚନ ସଂଯୋଜକ ନିଯୁକ୍ତ କରିଛି। ସେମାନେ ହେଲେ ଚନ୍ଦ୍ର ସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀ ରଞ୍ଜନ ତ୍ରିପାଠୀ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ପ୍ରକାଶ ଚନ୍ଦ୍ର ବେହେରା, ଦେବପ୍ରିୟ ପାତ୍ର ଏବଂ ରାକେଶ ରାମ। ଏହି ସଂଯୋଜକମାନେ ଚାନ୍ଦବାଲିରେ ଡେରା ପକାଇବା ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri