ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ

ମୋରଡ଼ା,୨୩ା୯(ସ୍ମାରକ ମାଜୀ):  ଲୁଟେରାଙ୍କ ଉପଦ୍ରବରେ ତ୍ରାହିତ୍ରାହି ଡାକିଲେଣି ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳବାସୀ। ପୋଲିସ କାଁ ଭାଁ ମାମଲା ରୁଜୁ କରି ଚୁପ୍‌ ହୋଇ ବସି ପଡୁଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ, ଗତ ୨୧ ସେପ୍ଟେମ୍ବର ୨୦୨୪ ସନ୍ଧ୍ୟାରେ ଉକ୍ତ ଥାନା ଅଧୀନ ଖରୁଣ୍ଟିଆ ଗ୍ରାମର ସହଦେବ କାଳନ୍ଦୀ ତାଙ୍କ ଗ୍ରାମର ଅଜିତ କାଳନ୍ଦୀଙ୍କ ସହିତ ଏକ ସାଇକେଲ ଯୋଗେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଉକ୍ତ ଥାନା ଅଧୀନ ହରେକୃଷ୍ଣପୁର ନିକଟରେ ଏକ କାଜୁ ବଗିଚା ନିକଟରେ ଦୁଇଜଣ ଦୁର୍ବୃତ୍ତ ସହଦେବଙ୍କ ଫୋନ୍‌କୁ ଛଡ଼ାଇ ନେଇଥିଲେ। ତେବେ ସହଦେବ ଘରକୁ ଆସି ତାଙ୍କ ଘର ପାଖ ପଡ଼ିଶାଙ୍କ ଫୋନ୍‌ରୁ ତାଙ୍କ ନମ୍ବରକୁ କଲ କରିବା ପରେ ଉକ୍ତ ଫୋନ୍‌ଟି ରାସଗୋବିନ୍ଦପୁରର ସତ୍ୟରଞ୍ଜନ ତ୍ରିପାଠୀଙ୍କ ପାଖରେ ଅଛି ବୋଲି ଜାଣିବାକୁ ପାଇଥିଲେ। ତେବେ ସତ୍ୟରଞ୍ଜନ ଉକ୍ତ ଫୋନ୍‌କୁ ୨୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ନିକଟରୁ କିଣିଛନ୍ତି ବୋଲି କହିଥିଲେ। ତେବେ ଉକ୍ତ ଫୋନ୍‌ଟି ସହଦେବଙ୍କ ଫୋନ କହିବାରୁ ପ୍ରମାଣ ପାଇଁ ସତ୍ୟରଞ୍ଜନ ଆଧାର ପ୍ରମାଣପତ୍ର ମାଗିଥିଲେ। ସହଦେବ ଆଧାର ପ୍ରମାଣପତ୍ର ଦେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୫୪୩ ଟଙ୍କା ଉଠାଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସହଦେବ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଖାଲି ଏତିକି ନୁହେଁ ପୂର୍ବରୁ ଉକ୍ତ ଥାନା ଅଧୀନ ତେନ୍ତୁଳିବାଟି, ଶିଳଦା ଏବଂ ଅନ୍ୟ ଗ୍ରାମରୁ ବହୁବାର ଟ୍ରାନ୍ସଫର୍ମର ଚୋରି ହେଉଥିବାର ଦେଖିବାକୁ ମିଳିଛି। ତେବେ ଏମିତି ଚୋରି, ଛିନ୍‌ତାଇ ହେଉଥିଲେ ମଧ୍ୟ ମୋରଡ଼ା ପୋଲିସ ଔପଚାରିକତାରେ ଏକ ମାମଲା ରୁଜୁ କରି ହାତ ବାନ୍ଧି ବସିଛି।

ତେବେ ଆଶ୍ଚର୍ଯ୍ୟର କଥା ଗତ ଦୁଇମାସ ତଳେ ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଜଣେ ନାବାଳକ ବଳାତ୍କାର କରିବା ପରେ ଦୀର୍ଘ ଦୁଇ ମାସ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ବସିଥିଲା। ଫଳରେ ଅତିଷ୍ଠ ତଥା ନିରୁପାୟ ହୋଇ ଶିଶୁକନ୍ୟାର ମାତାପିତାଙ୍କ ସହିତ ସମାଜସେବୀ, ସ୍ଥାନୀୟ ଅଞ୍ଚଳବାସୀ ମୋରଡ଼ା ଥାନା ଆଗରେ ଧାରଣା ଦେବା ପରେ ପୋଲିସର ଚେତା ପଶିଥିଲା ଏବଂ ମୋରଡ଼ା ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଥାନାଧିକାରୀ ସତ୍ୟନାରାୟଣ ବଳଙ୍କୁ ତାଗିଦ କରିବା ପରେ ନାବାଳକକୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri