ସେମାନେ ମୋତେ ଜେଲରେ ହତ୍ୟା କରିବେ

ଲାହୋର/ଇସ୍‌ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍‌ଙ୍କୁ ଗିରଫ କରିବା ପାଇଁ ମଙ୍ଗଳବାର ଲାହୋରସ୍ଥିତ ତାଙ୍କ ଜମାନ୍‌ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସେଠାରେ ଉପସ୍ଥିତ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସମର୍ଥକମାନେ ଗିରଫଦାରିକୁ ବିରୋଧକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ତେବେ ଇମ୍ରାନ୍‌ ଇସ୍‌ଲାମାବାଦ୍‌ ହାଇକୋର୍ଟରୁ ସୁରକ୍ଷାମତ୍କ ଜାମିନ ହାସଲ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରି ନାହିଁ।
ମୁଖ୍ୟ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଥିବାବେଳେ ପାଇଥିବା ଏକ ଦାମୀ ଗ୍ରାଫ୍‌ ହାତଘଣ୍ଟା ସମେତ କେତେକ ଉପହାରକୁ ସରକାରୀ ଭଣ୍ଡାର (ତୋଶାଖାନା)ରୁ ରିହାତି ମୂଲ୍ୟରେ କିଣିଥିଲେ। ପରେ ସେ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରିଦେଇଥିବା ଅଭିଯୋଗ ରହିଛି। ଅତିରିକ୍ତ ଜିଲା ଜଜ୍‌ ଜାଫର ଇକ୍‌ବାଲ୍‌ଙ୍କ କୋର୍ଟ ସୋମବାର ତୋଶାଖାନା ମାମଲାର ଶୁଣାଣି କରି ଇମ୍ରାନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ଏଥିସହ ତାଙ୍କୁ ମାର୍ଚ୍ଚ ୧୮ ସୁଦ୍ଧା କୋର୍ଟରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇସ୍‌ଲାମାବାଦ୍‌ ଡିଆଇଜି (ଅପରେଶନ୍ସ) ଶେହଜାଦ ବୁଖାରିଙ୍କ ନେତୃତ୍ୱରେ ପୋଲିସ ଇମ୍ରାନ୍‌ଙ୍କ ଜମାନ୍‌ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସଶସ୍ତ୍ର ପୋଲିସ ଟିମ୍‌ ଏବଂ ପିଟିଆଇ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଇମ୍ରାନ୍‌ଙ୍କ ସମର୍ଥକମାନେ ପୋଲିସକୁ ଠେଲାମାଡ଼ କରିଥିଲେ। ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିବାବେଳର ଭିଡିଓକୁ ପିଟିଆଇ ନେତା ଶିରିନ୍‌ ମଜାରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦଳର ଉପନେତା ଶାହ ମେହମୁଦ କୁରେଶି କହିଛନ୍ତି, ପିଟିଆଇ ନେତା ରକ୍ତାକ୍ତ ସଂଘର୍ଷକୁ ଏଡ଼ାଇବା ପାଇଁ ଏକ ସମ୍ଭାବ୍ୟ ପନ୍ଥା ବାହାର କରିବାକୁ ପ୍ରସ୍ତୁତ। ସେହିପରି ଦଳୀୟ ନେତାମାନେ ଗିରଫ ପରଓ୍ବାନାକୁ ଚ୍ୟାଲେଞ୍ଜ କରି ଇସ୍‌ଲାମାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂର୍ବତନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧରୀ ସୂଚନା ଦେଇଛନ୍ତି।
ଇତିିମଧ୍ୟରେ ୭୦ ବର୍ଷୀୟ ଇମ୍ରାନ୍‌ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, ପୋଲିସ ମୋତେ ଗିରଫ କରିବାକୁ ଆସିଛି। ମୁଁ ଗିରଫ ହେଲେ ପାକିସ୍ତାନ ଶୋଇପଡ଼ିବ ବୋଲି ସେମାନେ ଭାବୁଛନ୍ତି। ମୋର ଯଦି କିଛି ହୋଇଯାଏ, ମୋତେ ଯଦି ହତ୍ୟା କରାଯାଏ ତେବେ ଏହି ଦେଶ ଲଢ଼େଇ ଜାରି ରଖିବ ବୋଲି ଆପଣମାନଙ୍କୁ ପ୍ରମାଣିତ କରିବାକୁ ପଡ଼ିବ।

ତୋଶାଖାନା ରେକର୍ଡ ପ୍ରକାଶିତ

ପାକିସ୍ତାନ ସରକାର ୨୦୦୨ରୁ ୨୦୨୨ ମଧ୍ୟରେ ହୋଇଥିବା ତୋଶାଖାନା ଗିଫ୍ଟ ସମ୍ପର୍କିତ ରେକର୍ଡକୁ ପ୍ରଥମ ଥର ପାଇଁ ସାର୍ବଜନୀନ କରିଛନ୍ତି। ୪୪୬ ପୃଷ୍ଠା ସମ୍ବଳିତ ଏହି ଗିଫ୍ଟ ରେକର୍ଡରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ ଗ୍ରହଣ କରିଥିବା ଉପହାର ବିବରଣୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗ୍ରହୀତାଙ୍କ ମଧ୍ୟରେ ନଓ୍ବାଜ ଶରିଫ, ଇମ୍ରାନ୍‌ ଖାନ୍‌, ଆସିଫ ଅଲି ଜର୍ଦ୍ଦାରି, ଶାହିଦ୍‌ ଖାକନ ଅବ୍ବାସି ଏବଂ ଜେନେରାଲ (ଅବସରପ୍ରାପ୍ତ) ପରଭେଜ୍‌ ମୁଶାରଫ୍‌ଙ୍କ ନାମ ରହିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଜଣେ ମାତ୍ର ଶାସକ, ଯିଏକି ତୋଶାଖାନାରୁ କୌଣସି ଦାମୀ ଉପହାର ନେଇନାହାନ୍ତି। ଇମ୍ରାନ୍‌ ୨୦୧୮ ଅକ୍ଟୋବରରେ ୩.୮ ନିୟୁତ ପାକିସ୍ତାନୀ ରୁପି (ପିକେଆର୍‌) ମୂଲ୍ୟର ୫ଟି ହାତଘଣ୍ଟାକୁ ମାତ୍ର ୨୫୦,୦୦୦ ରୁପି ପଇଠ କରି ନେଇଛନ୍ତି। ସେହିପରି ୧.୫ ନିୟୁତ ପିକେଆର୍‌ ମୂଲ୍ୟର ରେଲେକ୍ସକୁ ୨୯୪,୦୦୦ ପିକେଆର୍‌ରେ ନେଇଥିଲେ। ୨୦୧୯ରେ ସେ ୧.୯ ନିୟୁତ ପିକେଆର୍‌ର ଏକ ଘଣ୍ଟାକୁ ୯୩୫,୦୦୦ ଦେଇ ନେଇଥିଲେ। ୨୦୨୦ରେ ଅନ୍ୟ ଏକ ରୋଲେକ୍ସକୁ ୨.୪ ନିୟୁତ ପିକେଆର୍‌ରେ ନେଇଥିଲେ, ଯାହାର ପ୍ରକୃତ ମୂଲ୍ୟ ୪.୪ ପିକେଆର୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri