Posted inଫୁରସତ

ଥିଲେ ଭଉଣୀ, ଏବେ ଭାଇ-ଭଉଣୀ

ୱାଶିଂଟନ: ସୁଚିତା ଏବଂ ସବିତା ନାଇଡୁ ଦୁହେଁ ଜନ୍ମରୁ ଯାଅଁାଳା ଭଉଣୀ ଥିଲେ, ହେଲେ ବଡ଼ ହେବା ସହ ସେମାନଙ୍କ ମଧ୍ୟରେ ସମ୍ପର୍କ ବଦଳିଗଲା। ଏବେ ସେମାନେ ଭାଇ-ଭଉଣୀ। ଦୁହିଁଙ୍କ ମଧ୍ୟରୁ ସବିତା ହେଉଛନ୍ତି ଟ୍ରାନ୍ସଜେଣ୍ଡର। ସେ ନିଜକୁ ପୁରୁଷ ବୋଲି କୁହନ୍ତି। ସୁଚିତା ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ପ୍ରତିଯୋଗୀ ଅଛନ୍ତି। ରିପୋର୍ଟ ମୁତାବକ, ସବିତା ଏବେ ସାବ୍‌ ନାମରେ ପରିଚିତ। ସାବ୍‌ କହିଛନ୍ତି, ଭଉଣୀ ସୁଚିତାଙ୍କୁ ଛୋଟବେଳୁ ବାର୍ବି, ମେକ୍‌ଅପରେ ପସନ୍ଦ ଥିବାବେଳେ ତାଙ୍କୁ କାର୍‌, ଫୁଟବଲ୍‌, ଆକ୍ସନ ହିରୋ ପସନ୍ଦ ଥିଲା। ଛୋଟବେଳେ ମା’-ବାପା ସାବ୍‌ଙ୍କୁ ଟମ୍‌-ବୟ ଡାକୁଥିଲେ। ହେଲେ ଏବେ ସେ ପୁରୁଷଙ୍କ ଭଳି ରହୁଛନ୍ତି। ସେ ନିଜ ଚୁଟି ଛୋଟ କରିଦେଇଛନ୍ତି ଏବଂ ପୁଅଙ୍କ ଭଳି ପୋଷାକ ପିନ୍ଧୁଛନ୍ତି। ସୁଚିତା ଗତ ମାସ ପ୍ରାରମ୍ଭରେ ମିସ୍‌ ଇଂଲଣ୍ଡର ‘ମେକଅପ ଫ୍ରି’ରେ ଫାଇନାଲିଷ୍ଟ ଥିଲେ। ସେ ଜଣେ ବ୍ୟୁଟି କୁଇନ ହେବା ସହ ଏପରି ଏକ ମଞ୍ଚ ଚାହୁଁଛନ୍ତି, ଯେଉଁଠାରେ ଭେଦଭାବ କରାଯାଉଥିବା ଲୋକଙ୍କ ବାବଦରେ ସେ କହିପାରିବେ। ସୁଚିତା ଏବଂ ସବିତାଙ୍କ ମା’ବାପା ୨୩ ବର୍ଷ ପୂର୍ବେ ମାଲେସିଆରୁ ବ୍ରିଟେନ ଆସିଥିଲେ। ୨୦୦୨ରେ ଉତ୍ତର ଲଣ୍ଡନର ହମଷ୍ଟେଡ୍‌ରେ ସୁଚିତା ଏବଂ ସବିତାଙ୍କ ମା’ ଗଣିତ ଶିକ୍ଷୟିତ୍ରୀ, ବାପା ଜଣେ ବାରିଷ୍ଟର ଥିଲେ। ସବିତା ଏବଂ ସୁଚିତାଙ୍କ ୨ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ସାବ୍‌ଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେତେବେଳେ ଦୁଇ ଭଉଣୀ ବାହାଘର ଖେଳ ଖେଳୁଥିଲେ। ସେଥିରେ ସେ ନିଜକୁ ପୁଅ ବୋଲି ମାନୁଥିଲେ। ତାଙ୍କ ମନରେ ପୁଅ ପାଇଁ ନୁହେଁ ଝିଅ ଲାଗି ଭାବନା ଜାଗ୍ରତ ହେଉଥିବା ଜାଣିବାକୁ ପାଇଲେ। ୨୦୧୭ରେ ଦୁହେଁ ଏ ବାବଦରେ ଘର ଲୋକଙ୍କ ସହିତ କଥା ହେଲେ। ଘର ଲୋକ ତାଙ୍କୁ ସର୍ଜରି କରିବା କଥା ପଚାରିଥିଲେ। ହେଲେ ସେ ଏପର୍ଯ୍ୟନ୍ତ ସର୍ଜରି କରାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri