ଡକାୟତି ପାଇଁ କରୁଥିଲେ ଯୋଜନା, ଅତର୍କିତ ଚଢାଉ କଲା ପୋଲିସ, ତା’ପରେ…

ବଲାଙ୍ଗୀର, ୪।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସ ଟିମ ମଙ୍ଗଳବାର ପାଟ୍ରୋଲିଂ କରିବାବେଳେ ହାଇୱେ ଏବଂ ଆଖପାଖରେ ଡକାୟତି ଯୋଜନା କରୁଥିବା ୪ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ ୟୁଏସଏ ତିଆରି ମାଉଜର, ଜୀବନ୍ତ କେଟ୍ରିକ, ଏକ କଟୁରି, ଦୁଇଟି ଲୁହାରଡ, ୪ଟି ମୋବାଇଲ ଫୋନ ଏବଂ ନଗଦ ୧୮ହଜାର ୫୩୦ ଟଙ୍କା ଜବତ କରାଯାଇଛି। ଗିରଫ ୪ ଅଭିଯୁକ୍ତ ହେଲେ ବଲାଙ୍ଗୀର ବରପାଲିପଡାର ସୁମନ୍ତ ଓରଫ ମୋଟୁ ବରାଡ ( ୨୩), ସିଲୁ ପଧାନ(୨୬), ବିଭୂତିପଡାର କରୁଣା ଓରଫ ଆଶିଷ ସୱାଇଁ (୨୪) ଏବଂ ପୁଇଁନ୍ତଲା ଥାନା କୁଲଥିପାଲି ଗାଁର କୁଶଳେଶ୍ବର ବାଗ (୨୫)। ଗିରଫ ଅଭିଯୁକ୍ତମାନେ ବଲାଙ୍ଗୀର ଡିକେ ଗ୍ୟାଙ୍ଗର ସଦସ୍ୟ। ଏହି ଗ୍ୟାଙ୍ଗର ମୁଖ୍ୟ ଦୀପକ କୁମ୍ଭାର (ଡିକେ)ଙ୍କ ସହ ଅନ୍ୟ ଜଣେ ଯୁବକ ଫେରାର୍‌ ହୋଇଯାଇଥିଲେ। ବଲାଙ୍ଗୀର ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଏବଂ ଟାଉନ ଥାନା ଆଇଆଇସି ଅବନୀ ସାହୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନାରେ ଖବରଦାତା ସମ୍ମିଳନୀ ଡାକି ଡକାୟତି ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ଅପରାହ୍ଣ ସାଢ଼େ ୩ଟା ସମୟରେ ଟାଉନ ଥାନା ଏସଆଇ ଡି. ଶତପଥୀ ଏବଂ ଏଏସଆଇ ବୈକୁଣ୍ଠନାଥ ଦେହୁରୀ ବଲାଙ୍ଗୀର ସହର ସାଲେପାଲି , ରାଜୀବ ନଗର ଏବଂ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପଛପଟେ ୬-୭ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇଥିଲେ। ପୋଲିସ ଟିମ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ୪
ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ଦୁଇଜଣ ଅଭିଯୁକ୍ତ ଫେରାର ମାରିବାରେ ସଫଳ ହୋଇଥିଲେ। ପୋଲିସ ଉକ୍ତ ୪ ଜଣଙ୍କୁ କାବୁ କରି ଟାଉନ ଥାନାକୁ ଆଣିବା ପରେ ଜେରା କରାଯିବାରୁ ସେମାନେ ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ଏବଂ ଆଖପାଖ ଅଞ୍ଚଳରେ ବଡଧରଣର ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିଲେ। ଡି କୁମ୍ଭାର ଡି କେ ଗ୍ୟାଙ୍ଗ କରି ଏକାଧିକ ହାୱାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଡକାୟତ କରୁଥିବା ଗିରଫ ଅଭିଯୁକ୍ତମାନେ କହିଥିବା ଏସଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି l
ବିଭିନ୍ନ ରାସ୍ତାରେ ଯାତ୍ରୀମାନଙ୍କୁ ଅଟକାଇ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଏବଂ ଆକ୍ରମଣ ଲୁଟରେ ଏମାନେ ସମ୍ପୃକ୍ତ ଥିବା ସେ କହିଥିଲେ। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ଏକାଧିକ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ସିଲୁ ପ୍ରଧାନଙ୍କ ଠାରୁ ମାଉଜର, ଗୁଳି ଜବତ କରାଯାଇଛି। ଡିକେ ଗ୍ୟାଙ୍ଗର ମୁଖ୍ୟ ଫେରାର ହୋଇଯାଇଥିବାରୁ ତାଙ୍କୁ ଏବଂ ତାଙ୍କ ଅନ୍ୟ ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୋଲିସର ସମୟୋଚିତ ପଦକ୍ଷେପ ପାଇଁ ବଡଧରଣର ଅଘଟଣ ଟଳିଲା ବୋଲି କୁହାଯାଉଛି। ଅପରାଧୀ ମାନେ ଜେଲରୁ ବାହାରିଲା ପରେ ଏକ ଅପରାଧୀ ଗ୍ୟାଙ୍ଗ ତିଆରି କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ସହରରେ ଭୟ ଆଶାନ୍ତି ସୃଷ୍ଟି କରୁଥିବାରୁ ସାଧାରଣରେ ଆଲୋଚନା ହେଉଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri