Posted inଫୁରସତ

ସୌନ୍ଦର୍ଯ୍ୟ ପାଇଁ ଫୁଲ ପତ୍ରକୁ ଗହଣାଭାବେ ବ୍ୟବହାର କରନ୍ତି ଏମାନେ

ଇଥିଓପିଆରେ ଅଛନ୍ତି ସୁରୀ ନାମକ ଏକ ଆଦିବାସୀ ଜନଜାତି। ଏମାନେ ବାହ୍ୟ ଜଗତଠାରୁ ଦୂରେଇ ରୁହନ୍ତି। ହେଲେ ଆଜିକାଲି ନିଜର ଜୀବନ ଜୀବିକା ପାଇଁ ସେମାନେ ପର୍ଯ୍ୟଟକଙ୍କୁ ନିଜ ନିକଟତର ହେବାକୁ ଅନୁମତି ଦେଇଛନ୍ତି। ଫଳରେ ଏହି ଜନଜାତି ସମ୍ପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହି ଜନଜାତିରେ ମହିଳାଙ୍କୁ ବହୁତ ସ୍ବାଧୀନତା ଦିଆଯାଇଥାଏ। ଏମାନେ ନିଜ ଜୀବନସାଥୀ ନିଜେ ବାଛିପାରିବାର ସ୍ବାଧିନତା ଅଛି। ତାସହ ନିଜ ଇଚ୍ଛା ମୁତାବକ ସମ୍ପର୍କ ଭାଙ୍ଗି ମଧ୍ୟ ପାରିବେ। ଏହି ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଫୁଲ ପତ୍ରକୁ ଗହଣାଭାବେ ବ୍ୟବହାର କରନ୍ତି। ତା’ସହ ଚେହେରାରେ ଧଳା, ହଳଦିଆ, ନାରଙ୍ଗି ପେଣ୍ଟ ଲଗାଇ ତା’ଉପରେ ବିନ୍ଦି ଭଳି ଛୋଟ ଛୋଟ ଗୋଲାକାର ଫେସ୍‌ପେଣ୍ଟିଂ କରନ୍ତି। ସୁରୀ ମହିଳାମାନେ ଫୁଲ ଓ ପତ୍ର ଦ୍ୱାରା ସଜାଇ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଆନ୍ତି। ଏହାଦ୍ୱାରା ସେମାନେ ବହୁତ ସୁନ୍ଦର ଦେଖାଯାଇଥା’ନ୍ତି। ଆଉ ଏକ କଥା ଏହି ଜନଜାତିରେ ଚଉଡା ଓଠ ଥିବା ମହିଳାଙ୍କୁ ଅଧିକ ସୁନ୍ଦର ବୋଲି ଧରାଯାଏ। ତେଣୁ ଝିଅ ଟିକେ ବଡ଼ ହେବାମାତ୍ରେ ଝିଅଙ୍କର ତଳ ଦାନ୍ତରୁ ଦୁଇଟି ଭାଙ୍ଗି ଦିଆଯାଏ। ଆଉ ତଳ ଓଠକୁ କାଟି ତା’ ମଧ୍ୟରେ ମାଟି କିମ୍ବା କାଠର ଗୋଲାକାର ଡିସ୍କ ବା ପ୍ଲେଟ୍‌ ରଖି ଦିଆଯାଏ। ମାଟି ପ୍ଲେଟ୍‌ ଯେତେ ବଡ଼ ସେ ଝିଅ ସେତେ ସୁନ୍ଦର ଧରାଯାଏ। ଓଠ ପ୍ଲେଟ୍‌ର ସାଇଜ୍‌ ଅନୁସାରେ ଝିଅବାପା ପୁଅ ଘରକୁ ଯୌତୁକ ମାଗିଥା’ନ୍ତି। ଛୋଟ ପ୍ଲେଟ୍‌ ହୋଇଥିଲେ ଝିଅବାପା ୪୦ଟି ଗାଈ ମାଗନ୍ତି ଓ ଓଠର ପ୍ଲେଟ୍‌ ବଡ଼ ହୋଇଥିଲେ ୬୦ଟି ଗାଈ ମାଗନ୍ତି। ଏହା ଅଜବ ଲାଗିଲେ ବି କାଳ କାଳ ଧରି ଏହି ପ୍ରଥା ଏଠାରେ ଚାଲିଆସିଛି। ସୁରୀ ଜନଜାତିର ଲୋକେ ପ୍ରାଣୀ ଚରାଇବା କାମ କରନ୍ତି। ଏମାନେ ସୁରମା ନାମରେ ବି ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri