ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ ମୃତା ନାବାଳିକା ସାଇଶ୍ରଦ୍ଧା ମିଶ୍ର(୧୫)। ସେ ତାଙ୍କ ଜେଜେମା-ଜେଜେଙ୍କ ନିକଟରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି।

ତେବେ ତାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ମାମୁ-ମାଇଁ ମୁହଁ ଖୋଲିଛନ୍ତି। ସେମାନେ କହିଛନ୍ତି, ସମ୍ପତ୍ତି ଲୋଭରେ ଜେଜେମା-ଜେଜେ ଏବଂ ପିଉସୀ ହତ୍ୟା କରିଛନ୍ତି। ମାମୁ କହିଛନ୍ତି, ୨୦୧୭ରେ ଆମ ଭଉଣୀ ଅର୍ଥାତ୍‌ ସାଇଶ୍ରଦ୍ଧାଙ୍କ ମା’ଙ୍କୁ ମଧ୍ୟ ମାରି ଆତ୍ମହତ୍ୟା ରୂପ ଦେଇଥିଲେ ପରିବାର ଲୋକେ।
ମା’ର ହତ୍ୟାକୁ ଝିଅ ଦେଖି ଥିବାରୁ କୋର୍ଟରେ ଦୋଷୀ ହେବାର ଆଶଙ୍କା ଥିଲା। ଭାଣିଜୀକୁ ୧୮ ପୂରିଥିଲେ ସମ୍ପତ୍ତିର ଅଧିକାର ପାଇବାକୁ ଥିବାରୁ ମଧ୍ୟ ହତ୍ୟା କରାଯାଇଛି ବୋଲି ମାମୁଘର ଲୋକେ ଅଭିଯୋଗ ଆଣିଛନ୍ତି। ମାମୁ ଅସୀତ କୁମାର ନନ୍ଦକେବଳ ମୌଖିକ ଅଭିଯୋଗ କରିଛନ୍ତି। ଏତଲା ଦେଇ ନାହାନ୍ତି। ତେବେ ପୋଲିସ ପ୍ରାଥମିକ ସ୍ତରରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରୁଛନ୍ତି। ନିକଟରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି ବୋଲି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୂ କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣାପଡ଼ିବ।

ଅନ୍ୟପକ୍ଷରେ ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାବାଳିକାଙ୍କ ପିଉସୀ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ପୋଲିସ ତଦନ୍ତକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ଦୀର୍ଘବର୍ଷ ପୂର୍ବେ ଅଶୋକଙ୍କ ଏକମାତ୍ର ପୁଅ ଗଙ୍ଗା ପ୍ରସାଦଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତା’ର କିଛି ବର୍ଷ ପରେ ତାଙ୍କ ବୋହୂ ଅର୍ଥାତ ମୃତ ନାବାଳିକାଙ୍କ ମା’ମଧ୍ୟ ଆତ୍ମହତ୍ୟା କରିଥିଲେ। ପୁଣି ବର୍ତ୍ତମାନ ସାଇ ଶ୍ରଦ୍ଧା ମିଶ୍ରଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସ୍ଥାନୀୟ ଲୋକେ ବୁଧବାର ସକାଳେ ଶାନ୍ତିନଗର ଏକ ଡ୍ରେନ୍‌ରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କ ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲେକ ତାଙ୍କୁ ଘର ସମ୍ମୁଖ ଡ୍ରେନରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ଘଟଣାର ତଦନ୍ତ କରୁଛି। ସେହିପରି ବୁର୍ଲାରେ ବ୍ୟବଚ୍ଛେଦ ପରେ ନାବାଳିକାଙ୍କ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଟୁଇନ୍ ସିଟି ପୋଲିସ କମିଶନର ଦେବଦତ୍ତ ସିଂହ

ଭୁବନେଶ୍ବର,୧୧।୩: ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri