ଏମାନେ ବି ଥିଲେ ମେଧାବୀ

ଦେଶ ଶାସନରେ ଯେଉଁ ଦଳ ଥାଉ ନା କାହିଁକି ଦେଶ ଚଳାନ୍ତି ଅମଲାମାନେ। ଏମାନେ ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରନ୍ତି ଏବଂ ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟକାରୀ କରନ୍ତି। ଏହି ନିର୍ଦ୍ଧାରିତ ନୀତି କାହିଁରେ କେତେ ସୋପାନ ଦେଇ ଉପରୁ ତଳଯାଏଁ ଗଡ଼ି ଗଡ଼ି ଆସେ। ବର୍ତ୍ତମାନ ବହୁଳ ପ୍ରଚାରିତ ଜିଏସ୍‌ଟି ସଂସ୍କାର ନିଷ୍ପତ୍ତି ହେଲା କେନ୍ଦ୍ର ସ୍ତରରେ ସରକାରଙ୍କ ଦ୍ୱାରା ଅନୁସୃତ ଏକ ନୀତି। ବୁଦ୍ଧି ଦେଉଛନ୍ତି ଅମଲା, କାର୍ଯ୍ୟକାରୀ କରୁଛନ୍ତି ଅମଲା। ସାଧାରଣ ଲୋକଟିଏ ତା’ ପେଟପାଟଣାରୁ କାଟି ଟିକସ ଦେଉଛି, ଟିକସ ଗଚ୍ଛିତ ହେଉଛି ରାଜକୋଷରେ। ରାଜକୋଷରୁ ପୁଣି ବିଭିନ୍ନ ସୋପାନ ଦେଇ ଆସୁଛି ସାଧାରଣ ଲୋକଙ୍କ ପାଖକୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି ସେବା କ୍ଷେତ୍ରରେ। ଏହି ଉପରୁ ତଳ ଓ ତଳୁ ଉପର ଉଠାପକାରେ ଟଙ୍କାଟିଏ ପରିଣତ ହୁଏ ଦଶ ପଇସାରେ। ଅବଶିଷ୍ଟ ନବେ ପଇସା ଯାଏ ବାଟମାରଣାରେ!
ସରକାରୀ ଅର୍ଥର ବାଟମାରଣା ରୋକିବାକୁ ବିଭିନ୍ନ ସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ବି ନିଯୁକ୍ତ ହୋଇଛନ୍ତି। ସିଭିସି, ଏସିବିସି, ଇଡି, ଆଇଟି, ସିଆଇଡି, ସିବିଆଇ, ଭିଜିଲାନ୍ସ, ଏନ୍‌ସିଆଇବି, ଇଓଡବ୍ଲ୍ୟୁ, କ୍ରାଇମ୍‌ ବ୍ରାଞ୍ଚ୍‌, ଜିଏସ୍‌ଟି କମିଶନର, ପୋଲିସ, ଲୋକପାଳ, ଲୋକାୟୁକ୍ତ, ସିଏଜି ଏବଂ ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନ ଭଳି ଏନ୍‌ଜିଓ। କଳାଧନ ରୋକିବାକୁ ସରକାର ଏସ୍‌ଆଇଟି ଗଠନ କରିଛନ୍ତି। ଏସବୁ ସତ୍ତ୍ୱେ ପିଅନଠାରୁ ଅଫିସରଙ୍କ ପର୍ଯ୍ୟନ୍ତ, ଯନ୍ତ୍ରୀଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଚୌକିଦାରଙ୍କଠାରୁ ଠିକାଦାରଙ୍କ ପର୍ଯ୍ୟନ୍ତ ଅଧିକାଂଶ ଆର୍ଥତ୍କ ଦୁର୍ନୀତି ଓ ଅନିୟମିତତାରେ ଜଡ଼ିତ। ଲୁଚାଛପାରେ ନୁହେଁ ତ ସବୁ ଡକାପିଟାରେ। ଆମେ କେବଳ ନିରୀହ ମେଣ୍ଢା ଛୁଆଟିଏ ପରି ଜଳ ଜଳ କରି ଚାହିଁ ରହିଛନ୍ତି।
ଦୁର୍ନୀତି କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୁଖ୍ୟତଃ ବିରୋଧୀ ଦଳର ନେତାମାନଙ୍କୁ ଇଡି କେମିତି ମାଡ଼ି ବସୁଛି ତାହା ଆମେ ଦେଖି ଆସୁଛନ୍ତି। ଅଥଚ ଶାସକ ଦଳର ନେତାମାନେ ଗୋଟା ତୁଳସୀ ପାଲଟିଯାଉଛନ୍ତି! ମଜାର କଥା, ଯେଉଁ ଇଡି ଦୁର୍ନୀତିଗ୍ରସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ସେହି ଇଡିର ଜଣେ ସହକାରୀ ନିର୍ଦ୍ଦେଶକ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ପୁଣି ନର୍ସିଂହୋମ୍‌ ଦୁର୍ନୀତିରେ ମଧ୍ୟପ୍ରଦେଶରେ ୨ଜଣ ସିବିଆଇ ଅଫିସର ଗିରଫହେବା ପ୍ରାୟ ସମସ୍ତଙ୍କୁ ଜଣାଥିବ। ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଆୟକର କମିଶନର ଧରାପଡ଼ି ଗିରଫ ହେବା, କେତେକ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ କୋଟିଏ ଟଙ୍କା ଲାଞ୍ଚ ନେଉଥିଲା ବେଳେ କାନପୁରର ଜିଏସ୍‌ଟି କମିଶନର ଗିରଫ ହେବା ଆଦି ଘଟଣା ଏଠାରେ ଅଳ୍ପ କେତୋଟି ନମୁନା ମାତ୍ର। ଇଡି ଧରୁଛି ଆଇଟିକୁ, ଆଇଟି ଧରୁଛି ଇଡିକୁ, ସିବିଆଇ ଧରୁଛି ଜିଏସ୍‌ଟିକୁ, ଜିଏସ୍‌ଟି ଧରୁଛି ଆଇଟିକୁ। ଏମିତି ଛକାପଞ୍ଝା ଧରାଧରିରେ ସାଧାରଣ ଲୋକେ ଆବାକାବା ହୋଇଯାଉଛନ୍ତି। ଆମ ରାଜ୍ୟରେ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, କମିଶନର, ଡାଇରେକ୍ଟର, କଲେକ୍ଟର, ସବ୍‌ କଲେକ୍ଟର, ସେକ୍ରେଟାରି, ରେଞ୍ଜର, ବିଡିଓ, ତହସିଲଦାର, କିରାଣି ଏବଂ ଏପରିକି ପିଅନ ପର୍ଯ୍ୟନ୍ତ ଭିଜିଲାନ୍ସ ଜାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଆଇଏଏସ୍‌ ଅଫିସର ବିନୋଦ କୁମାର, ରାକେଶ କୁମାର, ଅଶୋକ ସିଂହଭି ବର୍ତ୍ତମାନ ଜେଲରେ। କଲିକତା ହାଇକୋର୍ଟର ବିଚାରପତି ସୌମିତ୍ର ସେନ୍‌ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୋବନ୍ତ ବର୍ମାଙ୍କ ଅର୍ଥ ଆତ୍ମସାତ୍‌ ଓ ସମ୍ପତ୍ତି ଠୁଳ ଦେଶର ବିଚାରବିଭାଗକୁ କାଠଗଡ଼ାରେ ଛିଡ଼ାକରାଇଛି। ଏଠାରେ କହିବା ନିଷ୍ପ୍ରୟୋଜନ ଯେ ଦୁର୍ନୀତି ଅଭିଯୋଗରେ ଯେଉଁମାନେ ଜଡ଼ିତ ଥିବା ଜଣାପଡ଼ୁଛି ସେମାନେ ପ୍ରାୟ ସମସ୍ତେ ଏକଦା ଜଣେ ଜଣେ ମେଧାବୀ ଥିଲେ। ପରୀକ୍ଷାର ଫଳ ପ୍ରକାଶ ପାଇବା ବେଳେ ସେମାନଙ୍କ ପାଇଁ ଆମେ ଗର୍ବିତ, ଉତ୍‌ଫୁଲ୍ଲିତ ହେଉଥିଲେ ଏବଂ ଦେଶସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବେ ବୋଲି ସେମାନଙ୍କ ଘୋଷଣା ଆମକୁ କୃତକୃତ୍ୟ କରିପକାଉଥିଲା। କିନ୍ତୁ ଆଜି? କୁଆଡ଼େ ଗଲା ସେମାନଙ୍କ ମେଧାବୀ ପରାକାଷ୍ଟା, କୁଆଡ଼େ ଗଲା ସେମାନଙ୍କ ପ୍ରତିଶ୍ରୁତି, କୁଆଡ଼େ ଗଲା ସେମାନଙ୍କ ପ୍ରତିବଦ୍ଧତା?
ଅଟାକଳରେ ଯାହା ପେଷିଲେ ବି ତାହା ଗୁଣ୍ଡହୋଇ ବାହାରିପଡ଼େ। ସମ୍ଭବତଃ ଏହି ନିୟମ ଆମ ଶାସନ କଳରେ କାର୍ଯ୍ୟକାରୀ ହେଉଛି! ଯିଏ ଯେତେ ମେଧାବୀ ହେଲେ ହେଁ ସେମାନେ କଳରେ ପେଷିହୋଇ ଗୁଣ୍ଡ ଆକାରରେ ବାହାରି ପଡ଼ୁଛନ୍ତି। ଏନ୍‌ସିବିଆଇର ସଦ୍ୟ ରିପୋର୍ଟ ଦେଖିଲେ ଆମ ଦେଶର ବିଭିନ୍ନ ବିଭାଗ ଦୁର୍ନୀତିରେ କେତେ ଜଡ଼ିତ ତାହା ସ୍ପଷ୍ଟ ହୁଏ। ତଦନୁଯାୟୀ ପୋଲିସ ବିଭାଗ ସବୁଠାରୁ ବେଶି ଦୁର୍ନୀତିଗ୍ରସ୍ତ। ତା’ ତଳକୁ କ୍ରମାନ୍ବୟରେ ରାଜସ୍ବ, ମ୍ୟୁନିସିପାଲ କର୍ପୋରେଶନ, ବ୍ଲକ୍‌ ଓ ତହସିଲ, ବିଦ୍ୟୁତ୍‌, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ସହରାଞ୍ଚଳ ବିକାଶ ବିଭାଗ ଓ ଆୟକର ତଥା ଜିଏସ୍‌ଟି ଅଛନ୍ତି।
ଆଉ ଗୋଟିଏ ବଡ଼ ଧରଣର ଘୋଟାଲା ହୁଏ ଖଣି ଓ ଠିକାଦାରିରେ। ତଳୁ ଉପର ଯାଏଁ ପିସି। ସିଏଜି ତାଙ୍କ ରିପୋର୍ଟରେ ଏକଥା ବି ଦର୍ଶାଛନ୍ତି। ଉଭୟ କ୍ଷେତ୍ରରେ ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ଜଡ଼ିତଥିବା ଦର୍ଶାଯାଇଛି। ତଦନ୍ତ ପାଇଁ ଶାହା କମିଶନ ବସିଛି। ଅନ୍ୟ ପକ୍ଷରେ ମାସେ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିବା, ବର୍ଷ ନ ପୂରୁଣୁ ଛାତରୁ ପାଣି ଗଳିବା ଏବଂ ବହୁ କୋଟି ଟଙ୍କାର ପୋଲ ଓ ଓଭରବ୍ରିଜ୍‌ ନିମିଷକେ ଭୁଶୁଡ଼ି ପଡ଼ିବା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ତଦନ୍ତ କମିଶନ (ଦନ୍ତହୀନ) ବସୁଛି, ସରକାରୀ ତହବିଲରୁ ଅର୍ଥ ବରବାଦ ହେଉଛି, ଅଥଚ ସେଥିରେ କିଛି ସୁଧାର ଆସୁ ନାହିଁ। ବରଂ ବିପୁଳ ପରିମାଣର ଅର୍ଥ କଳାଧନ ଆକାରରେ ବିଦେଶୀ ବ୍ୟାଙ୍କରେ ଯାଇ ଗଚ୍ଛିତ ହେଉଛି।
କହିବା ବାହୁଲ୍ୟ, ଗଣତନ୍ତ୍ରର ଚାରୋଟିଯାକ ସ୍ତମ୍ଭ ବର୍ତ୍ତମାନ ରୁଗ୍‌ଣ ଆଉ ଦୁର୍ବଳ। ସେଗୁଡ଼ିକ ଏକମୁହଁା ରାସ୍ତାରେ ଗୋଟିଏ ହୋ’ରେ ଛୁଟିଛନ୍ତି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଅଥଚ ଶୁଣିବାକୁ କେହି ନାହିଁ। ଏଠାରେ ଦୃଢ଼ତାର ସହ କହିହେବ ଯେ ସାଧାରଣ ଲୋକେ ହିଁ ଇତିହାସର ଶେଷକଥା ଲେଖନ୍ତି। ଯେ ପର୍ଯ୍ୟନ୍ତ ଏମାନେ ପ୍ରତିବାଦ ପ୍ରତିରୋଧ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଦୁର୍ନୀତିର ମୂଳୋତ୍ପାଟନ କରିହେବ ନାହିଁ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬

ରବିନାରାୟଣ ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri