Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ ଅନୁଯାୟୀ ସୁଖଦୁଃଖ ଭୋଗିଥାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସମ୍ପର୍କକୁ ନେଇ ଅନେକ କିଛି ଉପଦେଶ ଦେଇଛନ୍ତି। ବିପଦରେ ପଡ଼ିଥିବା ମନୁଷ୍ୟପାଇଁ ଉତ୍ତମ ସମ୍ପର୍କ ନଚେତ ବନ୍ଧୁ ମିଳିଯିବା ହିଁ ଯଥେଷ୍ଟ। ଜୀବନରେ ଅନେକ ବନ୍ଧୁ ମିଳିଥାନ୍ତି, ହେଲେ ବହୁତ କମ୍‌ ସାରା ଜୀବନ ସାଙ୍ଗରେ ରହିଥାନ୍ତି। ଚାଣକ୍ୟ କୁହନ୍ତି, ଏପରି ୩ ମିତ୍ର ରହିଛନ୍ତି ଯେଉଁମାନେ କୌଣସି ପରିସ୍ଥିତିରେ ହାତ ଛାଡ଼ି ନ ଥାନ୍ତି। ଅସୁବିଧା ସମୟରେ ସର୍ବଦା ସାଙ୍ଗରେ ରହିଥାନ୍ତି। ଆସନ୍ତୁ ଜାଣିବା:

ଜ୍ଞାନ: ଚାଣକ୍ୟ କୁହନ୍ତି, ଜ୍ଞାନକୁ ନିଜର ବନ୍ଧୁ କରନ୍ତୁ। ଲାଭରେ ରହିବେ। ଯେଉଁ ବ୍ୟକ୍ତିର ଜ୍ଞାନ ସହ ବନ୍ଧୁତା ହୋଇଯାଏ, ତାର ଆଉ କେଉଁ ବନ୍ଧୁ ଲୋଡାନାହିଁ। ଏହା ସବୁ ବିପଦରୁ ତାକୁ ରକ୍ଷା କରିଥାଏ। ଏହା ଏଭଳି ହତିଆର, ଯାହାଦ୍ୱାରା ବ୍ୟକ୍ତିଟିଏ କଷ୍ଟକର ପରିସ୍ଥିତିରୁ ବି ମୁକୁଳିପାରେ।

ଔଷଧ: ଚାଣକ୍ୟ କୁହନ୍ତି ମନୁଷ୍ୟ ଯେତେଯାଏ ସୁସ୍ଥ ଅଛି, ସେତେଯାଏ ସଫଳତା ପ୍ରାପ୍ତ କରିପାରିବ। ରୋଗରେ ପଡ଼ିଥିବା ବ୍ୟକ୍ତିକୁ ସୁସ୍ଥ କରିବା ସମୟରେ ଔଷଧ ହିଁ ବ୍ୟକ୍ତିଟିଏର ସବୁଠାରୁ ବଡ ବନ୍ଧୁ ହୋଇଥାଏ। ପ୍ରକୃତ ବନ୍ଧୁ ପରି ଏହା ସବୁ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଯଦି ଏହା ସହ ବନ୍ଧୁତା ହୋଇଯାଏ ତେବେ ମୃତ୍ୟୁର ଅନ୍ତିମ ମୂହୁର୍ତ୍ତ ଯାଏ ସେ ବଞ୍ଚାଇବାକୁ ଚେଷ୍ଟା କରିଥାଏ।

ଧର୍ମ: ଚାଣକ୍ୟ ଧର୍ମକୁ ଜୀବନର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିକୁ ନିଜର ଧର୍ମକୁ ସବୁଠାରୁ ଉପରେ ରଖିବା ଉଚିତ। ଯଦି କାହାକୁ ଧର୍ମର ବନ୍ଧୁତା ମିଳିଯାଏ ତାର ଜୀବନ ବଦଳିଯାଏ। ଜୀବନରେ କରିଥିବା ଧର୍ମକର୍ମ କାର୍ଯ୍ୟ ଯୋଗୁ ମନୁଷ୍ୟକୁ ମୃତ୍ୟୁ ପରେ ବି ମନେ ପକାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri