ହଲିଉଡରୁ ନକଲ ହୋଇଛି ଫିଲ୍ମ ‘ଆଦିପୁରୁଷ’ର ସିନ୍‌!

ମୁମ୍ବାଇ: ରିଲିଜ ହେବା ପରଠାରୁ ‘ଆଦିପୁରୁଷ’ ବିବାଦରେ ଘେରରେ ରହିଛି। ପ୍ରଥମେ ଫିଲ୍ମର ଭିଫିଏକ୍ସ ଏବଂ ପରେ ସଂଳାପକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଦିପୁରୁଷର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି। ଅବଶ୍ୟ ଫିଲ୍ମ ଯେତିକି ହାଇପ୍ରୋଫାଇଲ ଥିଲା, ସମାନ ବେଗରେ ପ୍ରଶଂସକଙ୍କୁ ନିରାଶ କରିଛି। ଆଦିପୁରୁଷ ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ୩୪୮.୯୦କୋଟି ଟଙ୍କା ସଂଗ୍ରହ କରିଛି। ତଥାପି ଏହି ଫଇଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି। ତେବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଫିଲ୍ମ ହଲିଉଡରୁ କପି ହୋଇଥିବା କୁହାଯାଉଛି। ଏନେଇ ବହୁତ ଗୁଡିଏ ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଆଦିପୁରୁଶରେ ପ୍ରଭାସଙ୍କ ଏଣ୍ଟ୍ରି ସିନ୍‌ ଯେଉଁଥିରେ ସେ ଗଭୀର ପାଣି ତଳେ ପଦ୍ମାସନ ପୋଜ୍‌ରେ ବସିଥିବାର ନଜର ଆସିଛନ୍ତି। ତାଙ୍କୁ ହଲିଉଡ ଫିଲ୍ମରୁ କପି କରାଯାଇଥିବା କୁହାଯାଉଛି। ଠିକ ସେହି ସମାନ ଦୃଶ୍ୟରେ ୨୦୨୦ ଚଳଚ୍ଚିତ୍ର ଏକ୍ସଟ୍ରାକସନରେ କ୍ରିସ ହେମସୱର୍ଥଙ୍କ ମଧ୍ୟ ସମାନ ଢଙ୍ଗରେ ନଜର ଆସିଥିଲେ।

ସେହିପରି ଫିଲ୍ମରେ ପ୍ରଭୁ ରାମଙ୍କ ମାଙ୍କଡ଼ସେନାରେ ଦେଖାଯାଇଥିବା ମାଙ୍କଡମାନେ ୨୦୧୧ ଚଳଚ୍ଚିତ୍ର ପ୍ଲାନେଟ ଅଫ ଆପ୍ସ ହଲିଉଡ ଫିଲ୍ମରୁ କପି କରାଯାଇଛି। ସେହି ଚଳଚ୍ଚିତ୍ରରେ ମାଙ୍କଡ଼ମାନେ ବେଶଭୂଷା ଏବଂ ଦୌଡିବା ଯେଉଁ ପୋଜ୍‌ରେ ଥିଲା ସେହିଭଳି ମାଙ୍କଡମାନେ ମଧ୍ୟ ଏଥିରେ ଦେଖାଯାଇଛି।

ଏହି ଚଳଚ୍ଚିତ୍ରରେ ଲଙ୍କେଶ ଭୂମିକାରେ ନଜର ଅସିଥିବା ସୈଫ ଅଲ୍ଲୀ ଖାନଙ୍କୁ ପୁଷ୍ପକ ବିମାନ ବଦଳରେ ବାଦୁଡି ଉପରେ ବସି ବୁଲୁଥିବାର ଦେଖାଯାଇଛି। ଏହି ବାଦୁଡି ଗୋଟ୍‌ ଡ୍ରାଗନର ନକଲ ହୋଇଛି। ବାଦୁଡି ପରି ସେହି ଫିଲ୍ମର ଡ୍ରାଗନ ମଧ୍ୟ ଏପରି ଉଡ଼ୁଥିବାର ଦେଖିବାକୁ ମିଳିଛି ।

ରାମାୟଣରେ ସୁବର୍ଣ୍ଣ ଲଙ୍କା ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥାଏ। କିନ୍ତୁ ଆଦିପୁରୁଷ ଫିଲ୍ମରେ ସୁନାର ଲଙ୍କାକୁ କଳା ରଙ୍ଗର ଲଙ୍କା ଭାବେ ଦେଖାଯାଇଛି। କେବଳ ଏତିକି ନୁହେଁ, ଲଙ୍କାକୁ ଥୋର: ରାଗନାରୋକ ହଲିଉଡ ଫିଲ୍ମର ଆସଗାର୍ଡର ପରି ବର୍ଣ୍ଣନା କରାଯାଇଛି।

ଆଉ ଏକ ଦୃଶ୍ୟରେ ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଶରୀରରେ ଟାଟୁ ଅଛି। ସେ ଜଣେ ଟାଟୁ କଳାକାର ବୋଲି କୁହାଯାଉଛି। ତାଙ୍କ ଟାଟୁ ଚରିତ୍ରକୁ ମାର୍ଭଲ ୟୁନିଭର୍ସର ଚରିତ୍ର ସହ ତୁଳନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri