Categories: ବାଣିଜ୍ୟ

ସେପ୍ଟେମ୍ବର ପହିଲାରୁ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କ’ଣ ପ୍ରଭାବ

ନୂଆଦିଲ୍ଲୀ,୨୮।୮: ମହାମାରୀ କରୋନା କାଳରେ ସେପ୍ଟେମ୍ବର ପହିଲାରୁ ଅନ୍‌ଲକ୍‌-୪ ଆରମ୍ଭ ହେବାକୁ ଯାଉଛି। ଏହାପରଠାରୁ ଅନେକ ପରିବର୍ତ୍ତନ ହେବ, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ। ଏଥିରେ ରହିଛି ଏଲ୍‌ପିଜି ସିଲିଣ୍ଡର, ମହଙ୍ଗା ବିମାନଯାତ୍ରା, ଜିଏସ୍‌ଟି ଦାଖଲ ଆଦି।

ଏଲ୍‌ପିଜି ସିଲିଣ୍ଡରକୁ ନେଇ ହେବାକୁ ଯାଉଥିବା ପରିବର୍ତ୍ତନଟି ହେଉଛି ଏଣିକି ଗ୍ରାହକମାନଙ୍କୁ ଏଥିପାଇଁ ଅଧିକ/କମ୍‌ ଟଙ୍କା ଦେବାକୁ ହେବ। ସବୁ ମାସରେ ସିଲିଣ୍ଡର ଦାମ ପରିବର୍ତ୍ତନ ହେଉଥିବା ହେତୁ ପେଟ୍ରୋଲିୟମ କମ୍ପାନୀ ଦାମ ପରିବର୍ତ୍ତନ କରିପାରେ।
ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ବିମାନଯାତ୍ରୀଙ୍କଠାରୁ ସମ୍ପୃକ୍ତ ମନ୍ତ୍ରାଳୟ ଅଧିକ ଶୁଳ୍କ(ଏଏସ୍‌ଏଫ୍‌) ଆଦାୟ କରିବ। ଏଥିପାଇଁ ବିମାନ ଯାତ୍ରା ମହଙ୍ଗା ହୋଇଯିବ। ସେପ୍ଟେମ୍ବର ପହିଲାରୁ ଘରୋଇ ଯାତ୍ରୀମାନଙ୍କୁ ୧୫୦ ବଦଳରେ ୧୬୦ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ୪.୮୫ ଡଲାର ପରିବର୍ତ୍ତେ ୫.୨ ଡଲାର ଦେବାକୁ ହେବ।

ସେପ୍ଟେମ୍ବର ପହିଲା ପୂର୍ବରୁ ଅନ୍‌ଲକ୍‌-୪ ସହ ଜଡିତ ନୂଆ ଗାଇଡଲାଇନ୍‌ ଘୋଷଣା କରାଯାଇପାରେ। ଏହି ନୂଆ ଗାଇଡ୍‌ଲାଇନ୍‌ ପହିଲାରୁ ଲାଗୁ ହେବ। ଅନ୍‌ଲକ-୪ରେ ଆନ୍ତଃରାଜ୍ୟ ଟ୍ରେନ୍‌ ଚଳାଚଳକୁ ଅନୁମତି ଦିଆଯିବ ବୋଲି କୁହାଯାଉଛି। ଏହାଛଡ଼ା ଜିଏସ୍‌ଟି ଦାଖଲରେ ବିଳମ୍ବ ହେବା ପରିସ୍ଥିତିରେ ସେପ୍ଟେମ୍ବରଠାରୁ ସୁଧ ଲାଗିବ।

Share