ସଂକ୍ରମଣରୁ ମୁକ୍ତି ଦିଏ ଏସବୁ ଫଳ

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଣୁତେଣୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ସଂକ୍ରମଣ ରୋଗ ଦାଉରୁ ରକ୍ଷା ଦେଇଥାଏ। ଜାଣନ୍ତୁ ସେ ଫଳ ସମ୍ପର୍କରେ, ଯାହାକୁ ସଂକ୍ରମଣରୁ ରକ୍ଷା ପାଇଁ ଖାଇବା ଜରୁରୀ ହୋଇଥାଏ।

ଜାମୁ: ଏହି କୋଳି ସମସ୍ତେ ଖାଇବା ଉଚିତ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ମହୌଷଧି। ଏଥିରେ ଆଇରନ, ପୋଟାସିୟମ ଓ ଭିଟାମିନ ରହିଛି। ଏହା ସଂକ୍ରମଣରୁ ମୁକ୍ତି ଦେଇଥାଏ।

ନାସ୍ପାତି: ଏହି ଫଳ ଖାଇବା ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ମିଳିଥାଏ। ଅନେକ ସଂକ୍ରମଣରୁ ରକ୍ଷା ଦେଇଥାଏ।

ପିଚ: ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ସଂକ୍ରମଣରୁ ରକ୍ଷା କରେ।

ଡାଳିମ୍ବ: ଏହାର ଜୁସ ଅଧିକ ଫଳପ୍ରଦ ହୋଇଥାଏ।