କେବେ ବି କରନ୍ତୁ ନାହିଁ ଏହି ୪ ଭୁଲ୍‌, ପାଖରୁ ଦୂରେଇ ଯିବେ ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ସବୁଠାରୁ ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ ମାର୍ଗଦର୍ଶକ କୁହାଯାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଧନସମ୍ପତ୍ତିକୁ ନେଇ ଅନେକ କିଛି ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ମନୁଷ୍ୟ ଦ୍ୱାରା ଜାଣତରେ ହେଉ କିମ୍ବା ଅଜଣାତରେ କରାଯାଉଥିବା ଭୁଲ ବିଷୟରେ ରହିଛି, ଯାହାଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାଇଥାନ୍ତି। ଫଳସ୍ବରୂପ ଘରେ ଧନର ଅଭାବ ପରିଲକ୍ଷିତ ହୋଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା:

-ଟଙ୍କାପଇସା ଖର୍ଚ୍ଚ: ଚାଣକ୍ୟ କୁହନ୍ତି ଅଜଥା ଜିନିଷ କିଣାରେ ଟଙ୍କା ଖର୍ଚ୍ଚ କରୁଥିବା ନଚେତ ଦେଖେଇ ହେଉଥିବା ଲୋକଙ୍କ ଉପରେ ଲକ୍ଷ୍ମୀ ଅପ୍ରସନ୍ନ ଥାଆନ୍ତି। ଏଭଳି ଲୋକେ ଆର୍ଥିକ ସଙ୍କଟ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣୁ ମନୁଷ୍ୟକୁ ସର୍ବଦା ଠିକ୍‌ ସ୍ଥାନରେ ଟଙ୍କା ଖର୍ଚ୍ଚ କରିବା ଉଚିତ।

-ରୋଷେଇ ଗ୍ୟାସ ଉପରେ ଅଇଁଠା ବାସନ: ଭୁଲରେ ବି ଗ୍ୟାସ୍‌ ଉପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଚୁଲା ଉପରେ କିମ୍ବା ଆଖପାଖରେ ଅଇଁଠା ବାସନ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଖପ୍ପା ହୋଇଯାଇଥାନ୍ତି। ଘରର ସୁଖଶାନ୍ତି ଉପରେ ବି ଏହାର ପ୍ରଭାବ ପଡ଼ିଥାଏ। ମାନସମ୍ମାନ କମ୍‌ ହୋଇଥାଏ। ଘରେ ଦରିଦ୍ରତା ବାସ କରିଥାଏ। ଅର୍ଥାତ ଖରାପ ସମୟ ଆରମ୍ଭ ହୋଇଥାଏ।

-ସନ୍ଧ୍ୟା ସମୟରେ ଝାଡ଼ୁ: ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ଲଗାଇବା ଦ୍ୱାରା ଲକ୍ଷ୍ମୀ ଖପ୍ପା ହୋଇଯାଆନ୍ତି। ଏଣୁ ସନ୍ଧ୍ୟା ସମୟରେ ଝାଡ଼ୁ-ପୋଛା କେବେ ବି କରିବା ଉଚିତ ନୁହେଁ। ଝାଡ଼ୁ ଲକ୍ଷ୍ମୀଙ୍କ ପ୍ରତିକ କୁହାଯାଏ। ଯଦି କୌଣସି କାରଣରୁ ଝାଡ଼ୁ ଲଗାଇ ପାରି ନାହାନ୍ତି ତେବେ ଅଳିଆକୁ ସାଙ୍ଗେ ସାଙ୍ଗେ ଘରୁ ବାହାର କରନ୍ତୁ ନାହିଁ। ପରଦିନ ସକାଳେ ଏହାକୁ ଫିଙ୍ଗନ୍ତୁ।

-ବ୍ୟବହାର ଅଥବା ଆଚରଣ: ଚାଣକ୍ୟ କୁହନ୍ତି ଯେଉଁ ଲୋକ ବୟସ୍କ, ବିଦ୍ୱାନ, ମହିଳା ଅଥବା ଗରିବଙ୍କୁ ହଇରାଣ କରିଥାଏ, ତାଙ୍କର ଅପମାନ କରିଥାଏ, ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ହୋଇ ନ ଥାଏ। ଅନ୍ୟ ସହ ଦୁର୍ବବ୍ୟହାର କରିବା ଲୋକଠାରୁ ମା’ ଲକ୍ଷ୍ମୀ ଖପ୍ପା ହୋଇଥାନ୍ତି। ଏହାଛଡ଼ା ଯେଉଁମାନେ ମାତା-ପିତା ତୁଲ୍ୟ କିମ୍ବା ଶିକ୍ଷକଙ୍କ ସହ ଅଭଦ୍ର ଭାଷାରେ କଥା ହୁଅନ୍ତି ସେମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri