ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ ନିଜକୁ କେତେକାଂଶରେ ଦୂରେଇ ରଖିପାରିବେ। ଲହୁଣି, ଘିଅ, ବନସ୍ପତି, କଲିଜା, ଚର୍ବି, ଚର୍ମ ଲାଗିଥିବା କୁକୁଡ଼ା ମାଂସ ଓ ଚର୍ବି ଲାଗିଥିବା ଛେଳି ମାଂସ କିମ୍ବା ମେଣ୍ଢା ମାଂସ ହୃଦ୍‌ରୋଗ ସୃଷ୍ଟି କରିବାରେ କେତେକାଂଶରେ ସହାୟକ ହୋଇଥାଏ। ଅନ୍ୟପକ୍ଷରେ ଅଣ୍ଡାର କେଶର, ଚିଙ୍ଗୁଡ଼ି, କଙ୍କଡ଼ା, ଲହୁଣି, ଘିଅ ଇତ୍ୟାଦିରୁ ମିଳୁଥିବା କୋଲେଷ୍ଟରଲର ପରିମାଣ ଅଧିକ ହୋଇଥିବାରୁ ଏହା ହାର୍ଟ ପାଇଁ ଆଦୌ ଅନୁକୂଳ ନୁହେଁ। ସେହିପରି ବେଶି ଚିନି, ଗୁଡ଼ କିମ୍ବା ମିଷ୍ଟାନ୍ନଜାତୀୟ ଖାଦ୍ୟ ଖାଇଲେ ସେଥିରେ ଥିବା ଶ୍ୱେତସାର ଚର୍ବିରେ ପରିଣତ ହୋଇ ଦେହରେ ଜମିଯାଏ ଓ ହୃଦ୍‌ରୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦିଏ। ବେଶି ଲୁଣ, ଫାଷ୍ଟଫୁଡ଼, ଜଙ୍କ୍‌ଫୁଡ଼୍‌ ଏବଂ ଡବାରେ ବନ୍ଦ ହୋଇ ବିକ୍ରି ହେଉଥିବା ଖାଦ୍ୟ ମଧ୍ୟ ହୃତ୍‌ପିଣ୍ଡ ପାଇଁ କ୍ଷତିକାରକ। ପ୍ରତିଦିନ ଯଥେଷ୍ଟ ପରିମାଣର ତଟକା ଫଳମୂଳ, ଶାଗ ଓ ପନିପରିବା ଖାଇବା ନିରାପଦ। ରୋଷେଇବାସ ପାଇଁ ସୋରିଷ ତେଲ, ସୋୟାବିନ୍‌ ତେଲ, ବାଦାମ ତେଲ ଓ ସୂର୍ଯ୍ୟମୁଖୀ ତେଲ ଭଲ। କାକୁଡ଼ି, ଟମାଟୋ, ଗାଜର, ମୂଳା, ଧନିଆପତ୍ର ଓ ଲେମ୍ବୁର ସାଲାଡ୍‌ ମଧ୍ୟ ଉପାଦେୟ। ସବୁଦିନେ ଚୁନାମାଛ ଖାଇପାରିଲେ ତାହା ମଧ୍ୟ ହାର୍ଟ ପାଇଁ ବେଶ୍‌ ଉପକାରୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri