ଏହି ପ୍ରସିଦ୍ଧ ଅଭିନେତାଙ୍କ ରହିଛି ଏସବୁ ସ୍ଥାନରେ ମହଙ୍ଗା ଘର: ମିଲିୟନ ଡଲାରରୁ ଆହୁରି ଅଧିକ ଦାମ୍‌

ଅନିଲ କପୁର ବଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା । ତାଙ୍କ ଫିଟନେସକୁ ଦେଖିଲେ ଲାଗିବନି ଯେ ସେ ତିନି ଜଣ ପିଲାଙ୍କ ବାପା। ଅନିଲ ତାଙ୍କ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ଏହା ସହିତ ସେ ତାଙ୍କ ରାଜକୀୟ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅନିଲ ତାଙ୍କ ପରିବାର ସହିତ ମୁମ୍ବାଇରେ ଜୁହୁର ଏକ ବଙ୍ଗଳାରେ ରୁହନ୍ତି। ଏହା ବ୍ୟତୀତ ଅନିଲଙ୍କର ଦୁବାଇ, କାଲିଫର୍ନିଆ ଏବଂ ଲଣ୍ଡନରେ ମଧ୍ୟ ଫ୍ଲାଟ ଅଛି। ଜାଣନ୍ତୁ ସେ ସମ୍ପର୍କରେ…

ମୁମ୍ବାଇ:
ଅନିଲ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ଏଠାରେ ତାଙ୍କର ବଙ୍ଗଳା ମଧ୍ୟ ଅଛି ଯାହା ବହୁତ ବିଳାସପୂର୍ଣ୍ଣ। ଏହି ବଙ୍ଗଳାରେ ଅନିଲ ପତ୍ନୀ ସୁନୀତା, ଝିଅ ରିୟା ଏବଂ ପୁଅ ହର୍ଷବର୍ଦ୍ଧନଙ୍କ ସହ ରୁହନ୍ତି। ଏହି ଘର ଦେଖିବାକୁ ବହୁତ ସୁନ୍ଦର ଏବଂ ଚମତ୍କାର। ଏହା ବ୍ୟତୀତ ତାଙ୍କ ବଙ୍ଗଳାରେ ଏକ ଅଲଗା ଫିଲ୍ମ ରୁମ୍‌ ରହିଛି। ଯେଉଁଠାରେ ଆରାମରେ ଚଳଚ୍ଚିତ୍ର ଦେଖିହେବ ।

କାଲିଫର୍ନିଆ
ଅନିଲଙ୍କର କାଲିଫର୍ନିଆରେ ମଧ୍ୟ ଏକ ବଙ୍ଗଳା ଅଛି। ବାସ୍ତବରେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନ କାଲିଫର୍ଣ୍ଣିଆରେ ପଢ଼ିିବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ଅନିଲ କାଲିଫର୍ନିଆର ଅରେଞ୍ଜ କାଉଣ୍ଟିରେ ତାଙ୍କ ପୁଅ ପାଇଁ ୩ବିଏଚ୍‌କେ ଆପାର୍ଟମେଣ୍ଟ ନେଇଥିଲେ। ଏହାର ପଛପଟ ବେଳାଭୂମି ଅଛି। ଏହି ଆପାର୍ଟମେଣ୍ଟର ମୂଲ୍ୟ ଏକ ମିଲିୟନ ଡଲାରରୁ ଅଧିକ।

ଲଣ୍ଡନ
ଲଣ୍ଡନରେ ଅନିଲଙ୍କ ମଧ୍ୟ ଏକ ଘର ଅଛି। ସେ ଲଣ୍ଡନର ମେଫେୟାର ଆପାର୍ଟମେଣ୍ଟରେ ସମୟ ବିତାଉଥିବା ନଜର ଆସିଛନ୍ତି। କେବଳ ଅନିଲ ନୁହଁନ୍ତି ତାଙ୍କ ପୁଅ ହର୍ଷବର୍ଦ୍ଧନ ମଧ୍ୟ ଏଠାରେ ସମୟ ବିତାଉଥିବା ନଜର ଆସିଛନ୍ତି।

ଦୁବାଇ
ଦୁବାଇରେ ଅନେକ ବଲିଉଡ ସେଲିବ୍ରିଟି ରହୁଛନ୍ତି। ତେବେ ଅନିଲ ସିରିଜ୍‌ ‘୨୪ ’ଶୁଟିଂ ସମୟରେ ଏଠାରେ ୨ ବିଏଚ୍‌କେ ଫ୍ଲାଟ କିଣିଥିଲେ। ଅନିଲଙ୍କ ଫ୍ଲାଟ ଫୁର୍ଜାନର ଡିସ୍‌କଭରି ଗାର୍ଡେନ ନିକଟରେ ରହିଛି। ଏକ ସାକ୍ଷାତକାରରେ ଅନିଲ କହିଥିଲେ ଯେ , ଏହି ଆପାର୍ଟମେଣ୍ଟ ବହୁତ ଶସ୍ତା ଏବଂ ଏକ ଭଲ ସ୍ଥାନରେ ନିର୍ମିତ ହୋଇଛି। ଯାହାକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଥିଲେ।

Share