ଏହିସବୁ ଜିଲା-ଉପଖଣ୍ଡର ବଦଳିବ ନାଁ: ଜାଣନ୍ତୁ ଲିଷ୍ଟ୍‌ରେ ଅଛି କେଉଁ ସ୍ଥାନ

ଭୁବନେଶ୍ୱର,୫।୬(ରବିନାରାୟଣ ଜେନା):ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଚଳିତମାସ ୨ ତାରିଖରେ ୯ ସ୍ଥାନର ନାମ ପରିବର୍ତ୍ତନକୁ ସୁପାରିସ କରିବା ସହିତ ୨୭ ଜିଲାରେ ୫୦ରୁ ଅଧିକ ନାମ ବଦଳାଇବାକୁ ସୁପାରିସ କରିଛନ୍ତି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ମେ’ ୩ରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.କେ. ଜମିରୁଦ୍ଦିନ ପ୍ରଦାନ କରିଥିବା ପତ୍ରରେ ଦର୍ଶାଯାଇଛନ୍ତି ଯେ, ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ନାମ ପରିବର୍ତ୍ତନ ଓ ବଦଳାଇବାକୁ ସୁପାରିସ କରାଯାଇଛି। ତଦନୁଯାୟୀ, କଳାହାଣ୍ଡି ଜିଲାର ଜୁନାଗଡ଼କୁ ‘JUNAGADA’, କନ୍ଧମାଳ ଜିଲାକୁ ‘KANDHAMALA’ ଓ ସୁନ୍ଦରଗଡ଼ ଜିଲାର ବଣାଇଗଡ଼କୁ ‘BANAIGADA’ କରିବାକୁ ସୁପାରିସ ହୋଇଛି। ସେହିପରି ପୁରୀର ନିମାପଡ଼ାକୁ ‘NIMAPADA’, ନବରଙ୍ଗପୁରର ଉମରକୋଟକୁ ‘UMARKOT’, ବୌଦ୍ଧର ବୌଦ୍ଧଗଡ଼କୁ ‘BOUDHGADA’, ସୁନ୍ଦରଗଡ଼ର ରାଉରକେଲାକୁ ‘RAURKELA’, ଅନୁଗୋଳର ତାଳଚେରକୁ ‘TALACHER’ ଓ ବାଲେଶ୍ୱରର ସୋରକୁ ‘SORA’ ଭାବେ ସଂଶୋଧନ ପାଇଁ ସୁପାରିସ କରାଯାଇଛି। ଏହାସହିତ କଟକ ଜିଲାକୁ ‘KATAKA’, ସାଲେପୁରକୁ ‘SALEPUR’, ବଡ଼ମ୍ବାକୁ ‘BADAMBA’ ଏବଂ ଆଠଗଡ଼କୁ ‘ATHAGADA’ କରିବାକୁ କମିଟି ମତ ଦେଇଛି। ଖୋର୍ଦ୍ଧା ଜିଲାର ଖୋରଧାକୁ ‘KHORDHA’, ବୋଲଗଡ଼କୁ ‘BOLAGADA’, ବାଣପୁରକୁ ‘BANAPUR’ ଓ ଜଟଣୀକୁ ‘JATANI’ କରିବା ପାଇଁ ସୁପାରିସ ହୋଇଛି।
ଗଞ୍ଜାମ ଜିଲାର ବ୍ରହ୍ମପୁରକୁ ‘BRAHMAPUR’, ହିଞ୍ଜିଳିକାଟୁକୁ ‘HINJILIKATU’, ଆସିକାକୁ ‘ASIKA’ ଏବଂ ସୋରଡ଼ାକୁ ‘SORADA’ ଭାବେ ପରିବର୍ତ୍ତନ କରାଯିବ। ଯାଜପୁର ଜିଲାର ଦଶରଥପୁରକୁ ‘DASHARATHPUR’ ଓ ଧର୍ମଶାଳାକୁ ‘DHARMASHALA’ ଏବଂ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ାକୁ ‘KENDRAPADA’, ଆଳିକୁ ‘AALI’ ଓ ମହାକାଳପଡ଼ାକୁ ‘MAHAKALAPADA’ କରିବା ପ୍ରସ୍ତାବ ରହିଛି।
ଅନୁଗୋଳ ଜିଲାର ଅନୁଗୋଳକୁ ‘ANUGOLA’ ଓ ପାଳଲହଡାକୁ ‘PALALAHADA’ କରାଯିବ। ବଲାଙ୍ଗୀର ଜିଲାର ବଲାଙ୍ଗୀରକୁ ‘BALANGIR’ ଓ ବଙ୍ଗୋମୁଣ୍ଡାକୁ ‘BANGOMUNDA’ ଲେଖାଯିବ। ବାଲେଶ୍ୱର ଜଲାର ବାଲେଶ୍ୱରକୁ ‘BALESHWAR’ ଓ ନୀଳଗିରିକୁ ‘NILAGIRI’ କରାଯିବ। ସେହିପରି ଦେବଗଡ଼ ଜିଲାର ଦେବଗଡ଼କୁ ‘DEBAGADA’ ଓ ରିଆମାଳକୁ ‘RIAMAL’ କରାଯିବ। କଳାହାଣ୍ଡି ଜିଲାର ଧରମଗଡ଼କୁ ‘DHARMAGADA’, ଜୟପାଟଣାକୁ ‘JAYAPATANA’, ଲାଞ୍ଜିଗଡ଼କୁ ‘LANJIGADA’ ଏବଂ ଭବାନୀପାଟଣାକୁ ‘BHABANIPATANA’ ଲେଖାଯିବ। କେନ୍ଦୁଝର ଜିଲାର କେନ୍ଦୁଝରକୁ ‘KENDUJHAR’, ବଡ଼ବିଲକୁ ‘BADABIL’ ଏବଂ କେନ୍ଦୁଝରଗଡ଼କୁ ‘KENDUJHARGADA’ ନାମ ଦିଆଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri