ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି ଅଛି ଯେଉଁଥିରେ ଜନ୍ମିତ ବ୍ୟକ୍ତି ବହୁତ ଜିଦିଆ। ସେ ନିଜ ନିଷ୍ପତ୍ତି ନିଜେ ନେବାକୁ ପସନ୍ଦ କରନ୍ତି। ଆଜି ଏଭଳି ୬ ରାଶି ବିଷୟରେ କହିବୁ ଯେଉଁମାନେ ଜିଦ୍ଦି ହେବା ସହ କାହା କଥା ଶୁଣନ୍ତି ନାହିଁ।

-ମେଷ ରାଶି: ଏହି ରାଶିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ କିଛି ବୁଝାଇବା ସହଜ ନୁହେଁ। ଦେଖିବାକୁ ଏମାନେ ସରଳ ସ୍ବଭାବର ହୋଇଥାଇପାରନ୍ତି ହେଲେ ଏମାନେ ନେତୃତ୍ୱ ନେବାକୁ ପସନ୍ଦ କରନ୍ତି। ନିଜ ରାସ୍ତା ନିଜେ କରିବାରେ ଏମାନେ ବିଶ୍ୱାସ କରନ୍ତି। ଏଣୁ ଏମାନଙ୍କୁ ଚଞ୍ଚଳ ମନା ଏବଂ ଏମାନଙ୍କ ମୁଣ୍ଡରେ କିଛି ନାହିଁ ଭାବିବାର ଭୁଲ କରିବେ ନାହିଁ।

-ମିଥୁନ: ଏହି ରାଶିର ଲୋକ କଥା ଲୁଚାଇବାକୁ ପସନ୍ଦ କୀନ୍ତି। ନିଜ କଥା ନିଜ ଭିତରେ ସୀମିତ ରଖନ୍ତି। ଏମାନଙ୍କୁ ବେଶି କଥା ହେବା ପସନ୍ଦ ନୁହେଁ। ସବୁ ପରିସ୍ଥିତିରେ ଏମାନେ ନିଜକୁ ମଜଭୂତ କରିନିଅନ୍ତି। ଏମାନଙ୍କ ମୁଣ୍ଡରେ କ’ଣ ଚାଲିଛି ତାହା କହିବା ବହୁତ ମୁସ୍କିଲ।

-ତୁଳା: ଏହି ରାଶିର ଲୋକ କେବେ କାହା ଉପରେ ଆଶ୍ରା କରେ ନାହିଁ। ଏମାନେ ନିଜ ଉପରେ ବିଶ୍ୱାସ କରନ୍ତି। କାହାକୁ ସାହାଯ୍ୟ ମାଗୁଥିବା ବେଳେ ମଧ୍ୟ ସେ ନିଜେ ପାରିବେ ବୋଲି ଭାବନ୍ତି। ଏମାନେ ବ୍ୟକ୍ତିଗତ ଜୀବନକୁ ଗୋପନ ରଖନ୍ତି।

-ବିଛା: ଏହି ରାଶିର ଲୋକଙ୍କୁ ବୋକା ବନାଇବା ସହଜ ନୁହେଁ। ଏମାନେ ନିଜେ ଚିନ୍ତାକରି ଆବଶ୍ୟକ ପଦକ୍ଷେପ ନେଇଥାନ୍ତି। କାହା କଥାରେ ଢ଼ଳନ୍ତି ନାହିଁ।

-ଧନୁ: ଏହି ରାଶିର ଲୋକ ନିଜେ ନିଜ ପାଇଁ ନିଷ୍ପତ୍ତି ନେବାକୁ ପସନ୍ଦ କରନ୍ତି। ଏମାନଙ୍କୁ ନିଜ ଜାଲରେ ଫସାଇବା କଷ୍ଟକାର। ଏମାନଙ୍କୁ ବୁଝାଇବା ବି କାଠିକର ପାଠ। ଏମାନେ ସମସ୍ତଙ୍କ କଥା ଶୁଣନ୍ତି, ହେଲେ ଯାହା ତାଙ୍କର ମନ କହେ କରିଥାନ୍ତି।

-ମକର: ଏହି ରାଶିର ବ୍ୟକ୍ତି ବହୁତ ସ୍ପଷ୍ଟ ଏବଂ ସଚ୍ଚୋଟ। ହେଲେ ଏମାନଙ୍କୁ ନିୟନ୍ତ୍ରଣ କରିହେବ ନାହିଁ। ସେମାନେ ତୁମ କଥା ଶୁଣିବେ, ହେଲେ ଆଖି ବୁଜି ତୁମ ଉପରେ ବିଶ୍ୱାସ କରିବେ ବୋଲି ଭରସା ରଖିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri