ଅଶ୍ୱଗନ୍ଧା ସହ ମହୁ ମିଶାଇ ଖାଇଲେ ଦୂର ହେବ ଏହି ୫ ସମସ୍ୟା, ଜାଣନ୍ତୁ କେମିତି କରିବେ ସେବନ…

ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ।କ ମୁଖ୍ୟତଃ ଯଦି ଆପଣ ଏହାକୁ ମହୁ ସହିତ ମିଶାଇ ଖାଆନ୍ତି, ତେବେ ଏହି ମିଶ୍ରଣ ଆପଣଙ୍କ ଶରୀର ପାଇଁ ସର୍ବୋତ୍ତମ। ଏଥିରୁ ଅନେକ ଲାଭ ମିଳିପାରିବ। ଜାଣନ୍ତୁ ଏ ସମ୍ପର୍କରେ…

ଚାପ ହ୍ରାସ ପାଇବ :
ଅଶ୍ୱଗନ୍ଧାରେ ପ୍ରାକୃତିକ ଆଡପ୍ଟୋଜେନ ଥାଏ, ଯାହା ଚିନ୍ତା ଏବଂ ଚାପକୁ ହ୍ରାସ କରେ।ଏହାକୁ ମହୁ ସହିତ ମିଶାଇ ସେବନ କଲେ ଅଧିକ ଲାଭଦାୟକ ହୋଇଥାଏ।

ପାଚନକ୍ରିୟା ଉନ୍ନତ କରେ:
ଅଶ୍ୱଗନ୍ଧା ଏବଂ ମହୁ ଉଭୟ ପାଚନ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରେ। ଏହା ଭୋକ ବଢ଼ାଇଥାଏ, ଗ୍ୟାସ୍‌ ଏବଂ ଏସିଡିଟି ହ୍ରାସ କରିଥାଏ।

ଭଦ ନିଦ ହୁଏ:
ଯଦି ଆପଣଙ୍କର ଅନିଦ୍ରା ଅଛି କିମ୍ବା ନିଦ ବାରମ୍ବାର ବାଧାପ୍ରାପ୍ତ ହେଉଛି, ତେବେ ରାତିରେ ଏହି ମିଶ୍ରଣ ସେବନ ଲାଭଦାୟକ ହୋଇଥାଏ। ଏହା ମନକୁ ଶାନ୍ତ କରେ ଏବଂ ଗଭୀର ନିଦ୍ରା ଆଣିବାରେ ସାହାଯ୍ୟ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଥକ୍କାପଣ ଦୂର ହେବ:
ଦୁର୍ବଳତା, ଥକ୍କାପଣ କିମ୍ବା କମ୍‌ ଶକ୍ତି ଥିବା ଲୋକଙ୍କ ପାଇଁ ଏହି ମିଶ୍ରଣ ଅତ୍ୟନ୍ତ ଲାଭଦାୟକ। ଅଶ୍ୱଗନ୍ଧା ଷ୍ଟାମିନା ବା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ, ଯେତେବେଳେ ମହୁ ସହିତ ମିଶାଇ ସେବନ କରାଯାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
ଏହି ମିଶ୍ରଣ ଶରୀରର ରୋଗ ସହିତ ଲଢ଼ିବାର କ୍ଷମତା ବୃଦ୍ଧି କରେ। ଭାଇରାଲ, ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ସୁରକ୍ଷା ମିଳିଥାଏ ଏବଂ ଶରୀର ଶୀଘ୍ର ସୁସ୍ଥ ହୁଏ।

ଏହାକୁ କେବେ ଏବଂ କିପରି ସେବନ କରିବେ ଜାଣନ୍ତୁ:
ରାତିରେ ଶୋଇବାର ୩୦ ମିନିଟ୍‌ ପୂର୍ବରୁ ଅଶ୍ୱଗନ୍ଧା ଏବଂ ମହୁ ସେବନ କରନ୍ତୁ। ଏହା ଆପଣଙ୍କୁ ଭଲ ଏବଂ ଗଭୀର ନିଦରେ ଶୋଇବାରେ ସାହାଯ୍ୟ କରିବ। ଏହାକୁ ଖାଇବା ପାଇଁ, ଗୋଟିଏ ଚାମଚ ଖାଣ୍ଟି ମହୁ ନିଅନ୍ତୁ, ଏଥିରେ କିଛି ଅଶ୍ୱଗନ୍ଧା ପାଉଡର ମିଶାନ୍ତୁ, ଏହାକୁ ଭଲ ଭାବରେ ମିଶାଇ ସେବନ କରନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କର ଉପରୋକ୍ତ ସମସ୍ୟା ସବୁ ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri