ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର ୭୨% ପ୍ରତିଶତ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଏହି ଧୂମକେତୁ ମାଡ଼ ହେଲେ ଏହାକୁ ସାମ୍ନା କରିବାକୁ ମଧ୍ୟ ଆମେ ଆବଶ୍ୟକ ପ୍ରସ୍ତୁତ ନଥିବା ବୋଲି କୁହାଯାଇଛି।

ସ୍ପେସ୍ ଏଜେନ୍ସିର ଏକ ଅଫିସିଆଲ ରିପୋର୍ଟରେ କହିଛି, ଗତ ଏପ୍ରିଲ ମାସରେ ଜନ୍ ହପକିନ୍ସ ଆପ୍ଲାଏଡ୍ ଫିଜିକ୍ସ ଲାବୋରେଟୋରୀ (ଏପିଏଲ୍) ରେ ପଞ୍ଚମ ଦ୍ୱି ବର୍ଷୀୟ ପ୍ଲାନେଟାରୀ ଡିଫେନ୍ସ ଅନ୍ତଃରାଜ୍ୟ ଟାବଲେଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୦ ରେ, ନାସା ଏକ୍ସରସାଇଜର ସାରାଂଶ ଉନ୍ମୋଚନ କରିଥିଲା।

ନାସା ବ୍ୟତୀତ ଏହି ଟ୍ୟାବଲେଟ୍ ଏକ୍ସରସାଇଜରେ ଆମେରିକାର ବିଭିନ୍ନ ସରକାରୀ ଏଜେନ୍ସି ଏବଂ ଆନ୍ତର୍ଜାତୀୟ ସହଯୋଗୀଙ୍କ ପାଖାପାଖି ୧୦୦ ପ୍ରତିନିଧୀ ସାମିଲ ହୋଇଥିଲେ। ଭବିଷ୍ୟତରେ କୌଣସି ବଡ଼ ଧୂମକେତୁ ବିପଦ ନଥିବାବେଳେ, ପୃଥିବୀର ଏକ ସମ୍ଭାବ୍ୟ ବିପଜ୍ଜନକ ଗ୍ରହର ବିପଦକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାର କ୍ଷମତାକୁ ଆକଳନ କରିବା ପାଇଁ ଏହା କରାଯାଇଥିଲା।

ନାସା ଏହା ମଧ୍ୟ କହିଛି ଯେ, ଏହି କାଳ୍ପନିକ ଏକ୍ସରସାଇଜରୁ ଜଣା ପଡିଲା କି ସମ୍ଭାବ୍ୟ ବିପଦ, ଏହାର ମୁକାବିଲା କରିବାର ବିକଳ୍ପ ଏବଂ ମିଳିତ ମୁକାବିଲା କରିବାର ସୁଯୋଗ କିପରି ରହିଛି।

ଟାବଲେଟପ୍ ଏକ୍ସରସାଇଜ ସାରାଂଶରେ ଉଲ୍ଲେଖ ରହିଛି, “ଏକ୍ସରସାଇଜ ସମୟରେ, ଅଂଶଗ୍ରହଣକାରୀମାନେ ଏକ କାଳ୍ପନିକ ଦୃଶ୍ୟ ପାଇଁ ସମ୍ଭାବ୍ୟ ଜାତୀୟ ତଥା ବିଶ୍ୱସ୍ତରୀୟ ପ୍ରତିକ୍ରିୟାଗୁଡ଼ିକୁ ବିବେଚନା କରିଥିଲେ ଯେଉଁଥିରେ ପୂର୍ବରୁ ଚିହ୍ନଟ ହୋଇନଥିବା ଧୂମକେତୁ ଚିହ୍ନଟ ହୋଇଥିଲା। ପ୍ରାରମ୍ଭିକ ଆକଳନ ଅନୁଯାୟୀ ପୃଥିବୀ ସହିତ ଧକା ହେବାର ୭୨% ସମ୍ଭାବନା ଥିଲା, ଯାହା ପରେ ଆସନ୍ତା ୧୪ ବର୍ଷରେ ପୃଥିବୀକୁ ଧକା ଦେଇପାରେ। ”

ସଠିକ୍ ଭାବରେ କହିବାକୁ ଗଲେ, “୧୨ ଜୁଲାଇ ୨୦୩୮ ରେ(୧୪.୨୫ ବର୍ଷ ପରେ) ପୃଥିବୀ ସହିତ ଧୂମକେତୁ ଧକା ହେବାର ୭୨% ସମ୍ଭାବନା ରହିଛି।” ତେବେ, ଧୁମକେତୁର ଆକାର, ଗଠନ ଏବଂ ଦୀର୍ଘକାଳୀନ ଗତିପଥ ନିର୍ଣ୍ଣୟ କରିବା ପାଇଁ ଏହି ପ୍ରାଥମିକ ପର୍ଯ୍ୟବେକ୍ଷଣ ପର୍ଯ୍ୟାପ୍ତ ନୁହେଁ ବୋଲି ନାସା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri